Advertisment

ଏଣିକି ଧାର୍ଯ୍ୟ ସମୟରେ କାମ ନ ସରିଲେ ଜରିମାନା ଗଣିବେ ରାଜ୍ୟ ସରକାର

ଏହି ନିର୍ଦ୍ଦେଶନାମା ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚି ନଥିଲେ ମଧ୍ୟ ମନ୍ତ୍ରୀଙ୍କ ଯୁକ୍ତି ଆମେ ଏସବୁ ପଦକ୍ଷେପ ନେଇ ସାରିଛୁ।

States to be penalised for delaying in dispatching PMAY benefits

States to be penalised for delaying in dispatching PMAY benefits

Advertisment

ପିଏମ୍ ଆବାସ ଯୋଜନାର ତ୍ୱରିତ କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ଛାଟ। ଏଣିକି ଧାର୍ଯ୍ୟ ସମୟରେ କାମ ନ ସରିଲେ ଜରିମାନା ଗଣିବେ ରାଜ୍ୟ ସରକାର। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସବୁରାଜ୍ୟକୁ ନିର୍ଦ୍ଦେଶନାମା ଜାରି ହୋଇଛି ହେଲେ ରାଜ୍ୟ ସରକାରଙ୍କ ଯୁକ୍ତି କାମ ଶୀଘ୍ର ସାରିବାକୁ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ଦିଆଯାଇଆସୁଛି। ସେପଟେ ଗ୍ରାଉଣ୍ଡରେ କିନ୍ତୁ ସ୍ଥିତି ଅଲଗା...। 

Advertisment

ଆବାସ ଯୋଜନା ତ୍ୱରାନ୍ୱିତ କରିବାକୁ କେନ୍ଦ୍ରର କଠୋର ଆଭିମୁଖ୍ୟ। ବିଳମ୍ବ ହେଲେ ତଣ୍ଡ ଗଣିବେ ରାଜ୍ୟ ସରକାର। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟର ପକ୍ଷରୁ ଜାରି ଏ ନିର୍ଦ୍ଦେଶନାମାରେ ସ୍ପଷ୍ଟ ଲେଖାଯାଇଛି ଆବଣ୍ଟନ ପରଠାରୁ ଯଦି ଘର ମଞ୍ଜୁରି ପାଇଁ ମାସରୁ ଅଧିକ ବିଳମ୍ବ ହୁଏ ତାହେଲେ ପ୍ରତି ଘର ପିଛା ୧୦ ଟଙ୍କା ଏବଂ ପରବର୍ତ୍ତୀ ପ୍ରତି ମାସ ପିଛା ପୁଣି ୨୦ ଟଙ୍କା ଲେଖାଁଏ ଦେବାକୁ ପଡିବ। ଏହା ସହ ମଞ୍ଜୁର ହେବା ପରେ ଇନଷ୍ଟଲମେଣ୍ଟ ପ୍ରଦାନରେ ବିଳମ୍ବ ପାଇଁ ବି ହିତାଧିକାରୀଙ୍କୁ ମାସକୁ ୧୦ ଟଙ୍କା ଲେଖାଁଏ ତଣ୍ଡ ଗଣିବେ ରାଜ୍ୟ ସରକାର।

ପୁଣି ସବୁ ଷ୍ଟେଜରେ ଫୋଟୋଗ୍ରାଫି ସହ ଅପଲୋଡ କରିବାରେ ମଧ୍ୟ ବିଳମ୍ବ ହେଲେ ମାସିକ ୧୦ ଟଙ୍କା ଲେଖାଁଏ ଜରିମାନା ଦେବାକୁ ହେବ। ଯଦି ଆବାସ ଯୋଜନାରେ କେନ୍ଦ୍ର ତରଫରୁ ଫଣ୍ଡ ନାହିଁ, ତାହେଲେ କୌଣସି ଜରିମାନା ପଡିବନି। ଖାଲି ଜରିମାନା ନିର୍ଦ୍ଦେଶନାମା ନୁହେଁ କିଛି ଦିନ ପୂର୍ବରୁ ଅଗଷ୍ଟ ୩୦ରେ ମନରେଗା ପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ସୋସିଆଲ୍ ଅଡିଟ କରିବାକୁ କହିଥିଲେ କେନ୍ଦ୍ର ସରକାର। କେନ୍ଦ୍ରର ଏମିତି କଡ଼ା ଆଭମୁଖ୍ୟକୁ ନେଇ ବିଜେପି ଖୁସ୍, ହେଲେ ନିର୍ଦ୍ଦେଶନାମାର କାର୍ଯ୍ୟକାରିତା ନେଇ ସନ୍ଦେହ ପ୍ରକାଶ କରିଛି କଂଗ୍ରେସ। ବର୍ତ୍ତମାନ ସୁଦ୍ଧା ଏହି ନିର୍ଦ୍ଦେଶନାମା ରାଜ୍ୟ ସରକାରଙ୍କ  ପାଖରେ ପହଞ୍ଚି ନଥିଲେ ମଧ୍ୟ ମନ୍ତ୍ରୀଙ୍କ ଯୁକ୍ତି ଆମେ ଏସବୁ ପଦକ୍ଷେପ ନେଇ ସାରିଛୁ। ଏମିତିକି ଶୀଘ୍ର କାମ ସଂପୂର୍ଣ୍ଣ ପାଇଁ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ବି ଦେଉଛୁ।

Advertisment

ଏପଟେ କିନ୍ତୁ ଗ୍ରାଉଣ୍ଡରେ ସ୍ଥିତି ଭିନ୍ନ। ଇନଷ୍ଟଲମେଣ୍ଟ ଅପେକ୍ଷାରେ ଏବେ ବି ମାସ ମାସ ଧରି ଅନେଇ ବସିଛନ୍ତି ହିତାଧିକାରୀ। ଏ ହେଉଛନ୍ତି ବାଲେଶ୍ୱର ସହର ୧୬ ନମ୍ବର ୱାର୍ଡର ବିଜୟଲକ୍ଷ୍ମୀ ମହାନ୍ତି। ପୁଅ ଓ ବୋହୂ ଦୁହେଁ ଦିବ୍ୟାଙ୍ଗ। ବହୁ ଦୌଡ଼ାଦୌଡ଼ି ପରେ ଘର ଖଣ୍ଡେ ମିଳିଲା। ମାର୍ଚ୍ଚ ୩୧ରେ ପାଇଲେ ନିର୍ଦ୍ଦେଶନାମା। ଆଉ ଋଣ ନେଇ ଗ୍ରେଡଷ୍ଟିମ ପକାଇ ଘର ଆରମ୍ଭ କଲେ ହେଲେ ଏପର୍ଯ୍ୟନ୍ତ ମିଳିନି ପ୍ରଥମ ଇନଷ୍ଟଲମେଣ୍ଟ। ନବରଙ୍ଗପୁର ଝରିଗାଁ ଡୁଙ୍ଗୁରିଗୁଡାରେ ତ ବିଚିତ୍ର ସ୍ଥିତି। ୧୯-୨୦ ମସିହାରେ ଏଠି ଆବାସ ଯୋଜନାରେ ହୋଇଥିବା ଘରେ କଂକ୍ରିଟ୍ ଛାତ ବଦଳରେ ଆଜବେଷ୍ଟସ ପକାଇ ଠିକାଦାର ଛୁ।

ମାର୍ଚ୍ଚ ୨୦୨୪ ସୁଦ୍ଧା ୨ କୋଟି ୯୫ ଲକ୍ଷ ଘର ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛି କେନ୍ଦ୍ର ସରକାର। ତେଣୁ ଆଉ ୧୯ ମାସ ମଧ୍ୟରେ ପଛରେ ରହିଥିବା ରାଜ୍ୟ ଗୁଡିକୁ ଏନେଇ ତତ୍ପରତା ଦେଖାଇବାକୁ କେନ୍ଦ୍ର ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି।

Advertisment

(ରିପୋର୍ଟ: କାର୍ତ୍ତିକ ମଲ୍ଲିକ,  ଉମରକୋଟ; ରଶ୍ମିରଞ୍ଜନ ଦାସ, ବାଲେଶ୍ୱର; ଜଗଦୀଶ ଦାସ, ସୌମ୍ୟ ରଞ୍ଜନ ସାହୁ, ଭୁବନେଶ୍ୱର) 

PMAY Benefits Penalised For Delaying
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ