Advertisment

ନଅଙ୍କ ଦୁର୍ଭିକ୍ଷର କଥା ମନେ ପଡ଼ିଲେ ଆଜି ବି ଡର ଲାଗେ, ପ୍ରଶାସନିକ ଅବହେଳା ପାଇଁ ପ୍ରାଣ ହାରିଥିଲେ ୧୦ ଲକ୍ଷ ଲୋକ !

ଆଜି ବି ମନେ ପଡ଼େ ସେଇ ନଅଙ୍କ ଦୁର୍ଭିକ୍ଷର କଥା। ପ୍ରଶାସନିକ ଅବହେଳା ପାଇଁ ଚାହୁଁଚାହୁଁ ୧୦ ଲକ୍ଷ ଲୋକଙ୍କ ପ୍ରାଣ ବାୟୁ ଉଡ଼ିଯାଇଥିଲା। ଆଉ ପଡ଼ି ରହିଥିଲା ଶହଶହ କଙ୍କାଳସାର ମଣିଷଙ୍କ ଶବ..ପରିବେଶବିତ୍‌ କହୁଛନ୍ତି କିଛି କହିହେବନି..କେତେବେଳେ ଆମେ ବି ସାମ୍ନା କରିପାରିବା ନଅଙ୍କ ଦୁର୍ଭିକ୍ଷର ଦଶା..

ଅଦ୍ୟତନ ହୋଇଛି
Odisha's famine of 1866

Odisha's famine of 1866

Advertisment

କଙ୍କାଳସାର ଅଧା ଲଙ୍ଗଳା ମଣିଷ । ପେଟରେ ଦାନା ନାହିଁ କି ଦେହରେ କନା ନାହିଁ । ଏସଵୁ ବିରଳ ଆଉ ବିକଟ ଦୃଶ୍ୟ ହେଉଛି ୧୮୬୬ ମସିହା ନଅଙ୍କ ଦୁର୍ଭିକ୍ଷର । କଟକ କ୍ଲବର କାନ୍ଥରେ ଏହି ଚିତ୍ର ଗୁଡ଼ିକ ପୁରୁଣା ସ୍ମୃତିକୁ ସତେଜ୍‌ କରିଦେଇଛି । ସେତେବେଳର ସାଂଘାତିକ ପ୍ରଶାସନିକ ଆଉ ରାଜନୈତିକ ବିଫଳତାକୁ ପୁନଃ ଜୀବିତ କରିବା ପାଇଁ ଇନଟାକ୍ ପକ୍ଷରୁ ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି।

Advertisment

କାନ୍ଥରେ ଲାଗିଥିବା ପୁରୁଣା ସ୍ମତିକୁ ଦେଖି କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଇଥିଲେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ଏସ୍ ମୁରଲୀଧର । ଆଉ କହିଥିଲେ, ଦୁର୍ଭିକ୍ଷ କେବଳ ଏକ ପ୍ରାକୃତିକ ବିପର୍ଯ୍ୟୟ ନୁହେଁ ବରଂ ଅନେକ ପରିମାଣରେ ମଣିଷ କୃତ । ଇତିହାସରୁ ମଣିଷ ଶିକ୍ଷା ନିଏ । ତେଣୁ ନଅଙ୍କ ଦୁର୍ଭିକ୍ଷର ଫଟୋ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ ନେଇ ପ୍ରଦର୍ଶନୀର ଆୟୋଜନ ହୋଇଛି ।

ନଅଙ୍କରେ ଓଡ଼ିଶାର କଟକ,ପୁରୀ ଓ ବାଲେଶ୍ୱରରେ ଏକତୃତୀୟାଂଶ ଲୋକ ଛଟପଟ ହୋଇ ପ୍ରାଣ ହରାଇଥିଲେ । ଭୋକ ବିକଳର ସେ ଚିତ୍ର ମନେ ପଡ଼ିଲେ ଆଜି ବି ଆଖିରେ ଲୁହ ଜକାଇ ଆସେ । ହେଲେ ଆଜିକା ସମୟରେ କିନ୍ତୁ ଓଡ଼ିଶାରେ ଅନେକ ପରିବର୍ତ୍ତନ ଆସିଛି । ରାଜ୍ୟବାସୀଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚିଛି । କିନ୍ତୁ ଯେପରି ଭାବରେ ପରିବେଶରେ ଏବେ ପରିବର୍ତ୍ତନ ହୋଇଛି କେତେବେଳେ କଣ ଯେ ହେବ ସେନେଇ କିଛି କହିହେବନି ବୋଲି କହିଛନ୍ତି ପରିବେଶବିତ୍‌ ବିଶ୍ୱଜିତ୍‌ ମହାନ୍ତି ।

Advertisment

ତେବେ ପରିବେଶବିତ ଓ ଐତିହାସିକ ମାନେ ନଅଙ୍କ ଦୁର୍ଭିକ୍ଷର ଏକ ସ୍ମାରକୀ ପ୍ରତିଷ୍ଠା କରିବାକୁ ଦାବି କରିଛନ୍ତି । ଏଭଳି ସ୍ମାରକୀ ଆମକୁ ଅନବରତ ସତର୍କ ଓ ସମ୍ବେଦନଶୀଳ ରହିବା ପାଇଁ ପ୍ରେରଣା ଦେବ ବୋଲି ଐତିହାସିକ ମାନେ ମତ ଦେଇଛନ୍ତି ।

ରିପୋର୍ଟର- ବିଶ୍ୱଜିତ୍ ଆଚାର୍ଯ୍ୟ

Special Story Odisha's Famine Of 1866
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ