Advertisment

ଓଡ଼ିଶାର ଆଧୁନିକ କଳା ଆନ୍ଦୋଳନରେ ଚନ୍ଦ୍ରଶେଖରଙ୍କ ଭୂମିକା ଅତୁଳନୀୟ

ଦ୍ୱିତୀୟ ଚନ୍ଦ୍ରଶେଖର ରାଓ ସ୍ମାରକୀ ବକ୍ତୃତା ଅନୁଷ୍ଠିତ ହୋଇଯାଇଛି। ‘ଚନ୍ଦ୍ରଶେଖର ଓ ସାଂପ୍ରତିକ କଳା ଆନ୍ଦୋଳନ'କୁ ନେଇ ବକ୍ତୃତା ହୋଇଥିଲା।

Second Chandrasekhar Rao Memorial Lecture

Second Chandrasekhar Rao Memorial Lecture

Advertisment

ଦ୍ୱିତୀୟ ଚନ୍ଦ୍ରଶେଖର ରାଓ ସ୍ମାରକୀ ବକ୍ତୃତା ଭୁବନେଶ୍ଵରସ୍ଥ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି। ଦିବଂଗତ ବିଶିଷ୍ଠ ଓଡ଼ିଆ ଚିତ୍ରଶିଳ୍ପୀ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ରାଓଙ୍କ ୮୩ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଉତ୍ସ ଫାଉଣ୍ଡେସନ ଫର୍ କଣ୍ଟେମ୍ପରାରୀ ଆର୍ଟ, ଭୁବନେଶ୍ଵର ପକ୍ଷରୁ ଏହା ଆୟୋଜିତ ହୋଇଛି। ଏହି ବକ୍ତୃତାର ବିଷୟ ଥିଲା ‘ଚନ୍ଦ୍ରଶେଖର ଓ ସାଂପ୍ରତିକ କଳା ଆନ୍ଦୋଳନ'।

Advertisment

ପ୍ରାରମ୍ଭରେ ଚିତ୍ରଶିଳ୍ପୀ ଚନ୍ଦ୍ରଶେଖର ରାଓଙ୍କ ସଂପର୍କରେ ସୂଚନା ଦେଇଥିଲେ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟର କଳା ଇତିହାସ ବିଭାଗର ପ୍ରଫେସର ତଥା ବିଶିଷ୍ଟ କଳା ଐତିହାସିକ ପ୍ରଦୋଷ ମିଶ୍ର l ପରେ ଚନ୍ଦ୍ରଶେଖର ରାଓ ସ୍ମୃତି ବକ୍ତୃତାକୁ ଓଡିଶାର ବିଶିଷ୍ଟ ଚିତ୍ରକର ରାମହରି ଜେନା ସଚିତ୍ର ଭାବରେ ଉପସ୍ଥାପନ କରିଥିଲେ।

ଚନ୍ଦ୍ରଶେଖର ରାଓଙ୍କ ସହିତ ତାଙ୍କର ଦୀର୍ଘ ଦିନର ସମ୍ପର୍କକୁ ପ୍ରଥମେ ସେ ସ୍ମରଣ କରିଥିଲେ। ସେ ବିଭିନ୍ନ ପର୍ଯ୍ୟାୟରେ ଚନ୍ଦ୍ରଶେଖରଙ୍କ କଳା ଯାତ୍ରା ଉପରେ ଆଲୋଚନା କରିବା ସହ ଲୋକଲୋଚନରୁ ଅଗୋଚରରେ ଥିବା ଶିଳ୍ପୀଙ୍କର ଛାତ୍ରାବସ୍ଥାର ଅନେକ କଳାକୃତି ଉପସ୍ଥାପନ କରିଥିଲେ। ଓଡ଼ିଶାର ଆଧୁନିକ କଳା ଆନ୍ଦୋଳନରେ ଚନ୍ଦ୍ରଶେଖରଙ୍କ ଭୂମିକା ଓ ଅବଦାନ ଅତୁଳନୀୟ ଥିବା ସେ କହିଥିଲେ। ଓଡ଼ିଶା ଓ ଓଡ଼ିଶା ବାହାରେ ବିଭିନ୍ନ କଳା ସଂପର୍କିତ କାର୍ଯ୍ୟକଳାପର ବିସ୍ତାର କରିବା ପାଇଁ ଭୁବନେଶ୍ୱରରେ ଗଠିତ ପ୍ରଥମ କଳାକାରଙ୍କ ସଂଗଠନ ୱାର୍କିଂ ଆର୍ଟିଷ୍ଟ ଆସୋସିଏସନର ଚେୟାରମ୍ୟାନ୍ ଭାବରେ ଚନ୍ଦ୍ରଶେଖର ରାଓଙ୍କ ଭୂମିକା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ ।

Advertisment

ଏହି ଅବସରରେ ନିକଟରେ ଓଡ଼ିଶା ଲଲିତ କଳା ଏକାଡେମୀ ଦ୍ୱାରା ପ୍ରକାଶିତ ଓ ଡ ରମାକାନ୍ତ ସାମନ୍ତରାୟଙ୍କ ଦ୍ୱାରା ଲିଖିତ ଚନ୍ଦ୍ରଶେଖର ରାଓଙ୍କ ଉପରେ ଲିଖିତ ମୋନୋଗ୍ରାଫ୍ ଏକାଡେମୀର ସଚିବ ପଞ୍ଚାନନ ସାମଲଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଥିଲା । ଉତ୍ସବରେ ଓଡ଼ିଶାର ଅନେକ ମାନ୍ୟଗଣ୍ୟ କଳାକାର, ସାହିତ୍ୟକ ଏବଂ ସଂସ୍କୃତିପ୍ରେମୀ ଯୋଗ ଦେଇଥିଲେ । ଉତ୍ସବର ସ୍ଵାଗତ ସୂଚନା, ଧନ୍ୟବାଦ ସହ ଉତ୍ସବକୁ ସୂଚାରୁ ଭାବରେ ପରିଚାଳନା କରିଥିଲେ ସୁମିତ୍ରା ପାଢ଼ୀI

Odisha News Memorial Lecture
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ