Advertisment

ପେନସନ୍‌ ଅପେକ୍ଷାରେ ଆଖି ବୁଜିଦେଲେ ଶିକ୍ଷକ, ମୃତ୍ୟୁର ୧୧ ବର୍ଷ ପରେ ମିଳିଲା ନ୍ୟାୟ

କୁହାଯାଏ, ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ। ସେ  ନ୍ୟାୟ ପାଇଁ କରିଥିଲେ ୧୧ ବର୍ଷର ଅପେକ୍ଷା ! ତଥାପି ମିଳିଲାନି ନ୍ୟାୟ।  ଆଖି ବୁଜିଦେଲେ। ଏବେ  ମୃତ୍ୟୁର ୧୧ ବର୍ଷ ପରେ ସେ ତାଙ୍କୁ ନ୍ୟାୟ ମିଳିଛି । ତେବେ ଏହି ନ୍ୟାୟକୁ ଆମେ ନ୍ୟାୟ ବୋଲି କହିବା ତ ?

ଅଦ୍ୟତନ ହୋଇଛି
ହାଇକୋର୍ଟରେ ମାମଲା ଶୁଣାଣିର ସିଧାପ୍ରସାରଣକୁ ବାର ଆସୋସିଏସନ୍‌ର ବିରୋଧ

High court of odisha

Advertisment

ସାଲେପୁର: କୁହାଯାଏ, ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ। ସେ  ନ୍ୟାୟ ପାଇଁ କରିଥିଲେ ୧୧ ବର୍ଷର ଅପେକ୍ଷା ! ତଥାପି ମିଳିଲାନି ନ୍ୟାୟ।  ଆଖି ବୁଜିଦେଲେ। ଏବେ  ମୃତ୍ୟୁର ୧୧ ବର୍ଷ ପରେ ସେ ତାଙ୍କୁ ନ୍ୟାୟ ମିଳିଛି । ତେବେ ଏହି ନ୍ୟାୟକୁ ଆମେ ନ୍ୟାୟ ବୋଲି କହିବା ତ ? ଏମିତି ଏକ ଘଟଣା ସାମ୍ନାକୁ ଆସିଛି ସାଲେପୁରରୁ।   

Advertisment

ଚାକିରୀ ଜୀବନରୁ ଅବସର ନେବାର ଦୀର୍ଘ ବର୍ଷ ପରେ ଅବସରକାଳଳୀନ ପ୍ରାପ୍ୟ ପାଇବା ପାଇଁ ସାଲେପୁର ଅଞ୍ଚଳର ଶିକ୍ଷକ ପ୍ରଫୁଲ ଚନ୍ଦ୍ର ମହାନ୍ତିଙ୍କୁ  ହାଇକୋର୍ଟରୁ ମିଳିଛି ନ୍ୟାୟ।  ଟାଇମ ବାଉଣ୍ଡ ଆଡଭାନ୍ସମେଣ୍ଟ ସ୍କେଲ ହାରରେ ଦରମା ପାଇବା ଲାଗି ୧୯୯୯ ମସିହାରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ  ହୋଇଥିଲେ ।  ୨୦୦୪ରେ ପ୍ରଫୁଲଙ୍କ ଆବେଦନର ରାୟ ପ୍ରକାଶ କରିଥିଲେ କୋର୍ଟ  । ଚାକିରି ଜୀବନର ୧୫ ବର୍ଷ ପୂରଣ ହୋଇଥିବାରୁ ତାଙ୍କର ଦରମା ଧାର୍ଯ୍ୟ ସହ ପେନସନ ଓ ଅବସରକାରୀଳନ ପ୍ରାପ୍ୟ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ  ।

Advertisment

ରାଜ୍ୟ ସରକାର ଏହି ନିର୍ଦ୍ଦେଶକୁ ଚ୍ୟାଳେଞ୍ଜ କରି ଏସଏଲପି ଜରିଆରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।  ଗତ ୨୦୧୮ରେ ରାଜ୍ୟ ସରକାରଙ୍କ ଏସଏଲପିକୁ ସୁପ୍ରିମକୋର୍ଟ ଖାରଜ କରିଥିଲେ । ଇତି ମଧ୍ୟରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପୂର୍ବରୁ ୨୦୧୦ରେ ପ୍ରଫୁଲଙ୍କ ଦେହାନ୍ତ ହୋଇଯାଇଥିଲା  । ସୁପ୍ରିମକୋର୍ଟଙ୍କ ରାୟ କାର୍ଯ୍ୟକାରୀ ନ ହେବାରୁ ପ୍ରଫୁଲଙ୍କ ୮୩ ବର୍ଷୀୟ ପତ୍ନୀ ମୀନଲତା ମହାନ୍ତି ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ।

ଶୁଣାଣି ସମୟରେ ବିଳମ୍ବିତ ପକ୍ରିୟାକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିବା ସହ  ଆବେଦନକାରିଣୀଙ୍କୁ ଏକ ମାସ ମଧ୍ୟରେ ଅବସରକାଳୀନ ସମସ୍ତ ପ୍ରାପ୍ୟ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  ତାସହ ୨୦୦୪ରେ ହାଇକୋର୍ଟ ଦେଇଥିବା ଆବେଦନ ପର୍ଯ୍ୟନ୍ତ ଯେତିକି ପ୍ରାପ୍ୟ ମିଳିବ ତାହା ଉପରେ ୫ ପ୍ରତିଶତ ଏବଂ ହାଇକୋର୍ଟଙ୍କ ରାୟଠାରୁ ସୁପ୍ରିମକୋର୍ଟରେ ମାମଲା ଖାରଜ ପଯର୍ୟନ୍ତ ପ୍ରାପ୍ୟ ଉପରେ ୬ ପ୍ରତିଶତ ହାରରେ ସୁଧ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  ଏଥିସହ ସୁପ୍ରିମକୋର୍ଟରେ ମାମଲା ଖାରଜ ହେବାଠାରୁ ଏ ପର୍ଯ୍ୟନ୍ତ ପ୍ରାପ୍ୟ ଉପରେ ୧୦ ପ୍ରତିଶତ ହାରରେ ସୁଧ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ  । 

Advertisment
Orissa High Court Delayed Justice
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ