ଶ୍ରୀନଗର: ଜମ୍ମୁ-କଶ୍ମୀରର କିସ୍ତୱାଡ୍ରେ ବାଦଲଫଟା ବର୍ଷା ହୋଇ ୪ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ମିଳିଥିବା ଖବର ଅନୁଯାୟୀ, କିସ୍ତୱାଡର ହୋନଜର ଇଲାକାରେ ବାଦଲଫଟା ବର୍ଷା ହୋଇଛି।
ମିଳିଥିବା ସୂଚନା ଅନୁସାରେ, ଏହି ଦୁର୍ଘଟଣା ଡଚ୍ଚନର ଏପରି ଇଲାକାରେ ହୋଇଛି ଯେଉଁଠିକି ଯିବା ପାଇଁ ରାସ୍ତା ନାହିଁ। ଏହି ଦୁର୍ଘଟଣାରେ ୬ଟି ଘର ସମେତ ଗୋଟିଏ ରାସନ ଡିପୋ କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ୩୫ ଜଣ ଲୋକ ନିଖୋଜ ହୋଇ ଯାଇଛନ୍ତି। ବର୍ତ୍ତମାନ ସୁଦ୍ଧା ୪ଟି ଶବକୁ ଉଦ୍ଧର କରାଯାଇଛି।
Also Read
ଅନ୍ୟପକ୍ଷେ ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏନସିଆରରେ ଗତ କିଛି ଦିନ ହେବ ପ୍ରବଳ ବର୍ଷା ଲାଗି ରହିଛି। ସହରର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ପାଣିପାଗ ବିଭାଗର କହିବା ଅନୁଯାୟୀ ଆଜି ଦିଲ୍ଲୀ-ଏନସିଆରରେ ବର୍ଷା ସମ୍ଭାବନା ରହିଛି। ଦିଲ୍ଲୀ ସହିତ ଫରଦାବାଦ, ବଲ୍ଲଭଗଡ, ଗୁରୁଗ୍ରାମ, ଲୋନୀ ଦେହାତ୍, ଗାଜିଆବାଦ, ଇନ୍ଦିରାପୁରମ, ଛପରୌଲା, ନଏଡା, ଦାଦରୀ, ଗ୍ରେଟର ନଏଡା ଆଦି କେତେକ ସ୍ଥାନରେ ମଧ୍ୟମ ଧରଣ ବର୍ଷା ସହ ବଜ୍ରପାତ ଆଶଙ୍କା ରହିଛି।
ସୂଚନାଥାଉ କି, ଦିଲ୍ଲୀର କେତେକ ଇଲାକାରେ ମଙ୍ଗଳବାର ୧୦୦ ମିଲିମିଟର ବର୍ଷା ହୋଇଛି। ୨୦୦୩ ପରେ ଏହା ସବୁଠାରୁ ବଡ ରେକର୍ଡ। ୨୦୦୩ରେ ସବୁଠାରୁ ଅଧିକ ୬୩୨.୨ ମିମି ବର୍ଷା ରେକର୍ଡ କରାଯାଇଥିଲା। ୨୦୧୩ରେ ୩୪୦ ମିମି ବର୍ଷା ହୋଇଥିଲା। ଚଳିତବର୍ଷ ଏହି ସଂଖ୍ୟା ୩୮୧ ମିମିରେ ପହଞ୍ଚି ଯାଇଛି। ସୂଚନାଥାଉ କି ୧୯୫୮ ଜୁଲାଇ ୨୧ରେ ରେକର୍ଡ ବର୍ଷା ୨୬୬.୨ ମିଲିମିଟର ହୋଇଥିଲା। ତେବେ ଗତକାଲିର ବର୍ଷା ୧୮ ବର୍ଷର ରେକର୍ଡ ଭାଙ୍ଗିଛି।