Advertisment

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇଲା ଧୋଲାବିରା

ଜୁରାଟର ହରପ୍ପା ସମୟର ସହର ଧୋଲାବିରାକୁ ମିଳିଛି ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ। ମିଳିତ ଜାତିସଂଘ ମଙ୍ଗଳବାର ଏହି ସୂଚନା ଦେଇଛି। ମିଳିତ ଜାତିସଂଘର ଶୈକ୍ଷଣିକ, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ (ୟୁନେସ୍କୋ) ଟୁଇଟ୍ କରି ଲେଖିଛି, “ଧୋଲାବିରା: ଭାରତରେ ଏକ ହରପ୍ପାକାଳିନ ସହରକୁ ବିଶ୍ୱ ଐତିହ୍ୟ ତାଲିକାରେ ଏବେ ଯୋଡି ଦିଆଯାଇଛି।"

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇଲା ଧୋଲାବିରା

Dholavira

Advertisment

ନୂଆଦିଲ୍ଲୀ: ଗୁଜୁରାଟର ହରପ୍ପା ସମୟର ସହର ଧୋଲାବିରାକୁ ମିଳିଛି ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ। ମିଳିତ ଜାତିସଂଘ ମଙ୍ଗଳବାର ଏହି ସୂଚନା ଦେଇଛି। ମିଳିତ ଜାତିସଂଘର ଶୈକ୍ଷଣିକ, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ (ୟୁନେସ୍କୋ) ଟୁଇଟ୍ କରି ଲେଖିଛି, “ଧୋଲାବିରା: ଭାରତରେ ଏକ ହରପ୍ପାକାଳିନ ସହରକୁ ବିଶ୍ୱ ଐତିହ୍ୟ ତାଲିକାରେ ଏବେ ଯୋଡି ଦିଆଯାଇଛି। ଅଭିନନ୍ଦନ!”

Advertisment

ୟୁନେସ୍କୋ ବିଶ୍ୱ ଐତିହ୍ୟ କମିଟିର ୪୪ତମ ଅଧିବେଶନରେ ଭାରତକୁ ତେଲେଙ୍ଗାନାର ରୁଦ୍ରେଶ୍ୱର / ରାମପ୍ପା ମନ୍ଦିର ଭାବରେ ଏକ ନୂଆ ବିଶ୍ୱ ଐତିହ୍ୟ ସ୍ଥାନ ମିଳିଛି, ଯାହା ୧୩ ତମ ଶତାବ୍ଦୀର। ଗୁଜୁରାଟରେ ଆଜିଯାଏ ୩ଟି ବିଶ୍ୱ ଐତିହ୍ୟ ସ୍ଥଳ୍ ଥିଲା, ସେ ମଧ୍ୟରୁ ପାଭଗଡ ନିକଟସ୍ଥ ଚମ୍ପାନର୍, ପାଟନର ରାନୀ କି ଭାଭ୍ ଓ ଐତିହାସିକ ସହର ଅହମ୍ମଦାବାଦ ସାମିଲ ହୋଇଛି।

Advertisment

ଧୋଲାବିରା ଏବଂ ରାମପ୍ପା ମନ୍ଦିରକୁ ବିଶ୍ୱ ଐତିହ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରାଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ ମୁଁ ମୋର ଛାତ୍ର ଜୀବନରେ ପ୍ରଥମ ଥର ପାଇଁ ଧୋଲାବିରା ଯାଇଥିଲି ଏବଂ ସେଠାରେ ଥିବା ଦୃଶ୍ୟ ମୋତେ ଆକର୍ଷିତ କରିଥିଲା। ପରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ମୁଁ ଧୋଲାବିରାରେ ଐତିହ୍ୟ ସଂରକ୍ଷଣ ଏବଂ ପୁନରୁଦ୍ଧାର ସହ ଜଡିତ କାର୍ଯ୍ୟ କରିବାର ସୁଯୋଗ ପାଇଥିଲି। ଆମର ଟିମ୍ ସେଠାରେ ପର୍ଯ୍ୟଟନ ଅନୁକୂଳ ଭିତ୍ତିଭୂମି ସୃଷ୍ଟି କରିବାକୁ ମଧ୍ୟ କାର୍ଯ୍ୟ କରିଥିଲେ।

ପ୍ରକାଶଥାଉ ଯେ ବିଶ୍ୱ ଐତିହ୍ୟ କମିଟି ୨୧ ଟି ରାଜ୍ୟର ପ୍ରତିନିଧୀଙ୍କୁ ନେଇ ଗଠିତ। କେଉଁ ସହର ବିଶ୍ୱ ଐତିହ୍ୟ ତାଲିକାରେ ରହିବ କି ନାହିଁ ଏହି କମିଟି ସ୍ଥିରକରେ। ୟୁନେସ୍କୋ ବିଶ୍ୱ ଐତିହ୍ୟ କମିଟିର ୪୩ ତମ ଅଧିବେଶନରେ ରାଜସ୍ଥାନର ରାଜଧାନୀ ଜୟପୁରକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ସହର ତାଲିକାରେ ସ୍ଥାନ ଦିଆଯାଇଥିଲା।

Advertisment

ବିଶ୍ୱ ଐତିହ୍ୟ କମିଟିର ଏହି ଅଧିବେଶନ ଚୀନ୍‌ର ଫୁଝୋଉଙ୍କ ଅଧ୍ୟକ୍ଷତାରେ ପରିଚାଳିତ ହେଉଛି ଏବଂ ଏହା ଅନ୍‌ଲାଇନ୍‌ରେ କରାଯାଉଛି। ଏହା ଜୁଲାଇ ୧୬ରେ ଆରମ୍ଭ ହୋଇଥିବା ବେଳେ ଜୁଲାଇ ୩୧ରେ ଶେଷ ହେବ। ସଂସ୍କୃତି ମନ୍ତ୍ରୀ ଜି କିଶନ ରେଡ୍ଡୀ ଏକ ଟୁଇଟ୍‌ରେ କହିଛନ୍ତି ଯେ “ଭାରତର ଲୋକଙ୍କ ସହ ଏହି କଥା କହିବାକୁ ମୋତେ ବହୁତ ଆନନ୍ଦ ମିଳୁଛି ଯେ ବର୍ତ୍ତମାନ ଧୋଲାବିରାକୁ ୪୦ ତମ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି।”

ସେ କହିଛନ୍ତି ଯେ “ଆଜି ଭାରତ ପାଇଁ ବିଶେଷକରି ଗୁଜୁରାଟ ପାଇଁ ଗର୍ବର ଦିନ। ସେ କହିଛନ୍ତି ଯେ ୨୦୧୪ ପରଠାରୁ ଭାରତର ୧୦ଟି ନୂଆ ସ୍ଥାନ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ହୋଇଛି, ଯାହା ଆମର ଏହି ସ୍ଥଳଗୁଡିକର ଏକ ଚତୁର୍ଥାଂଶ ଅଟେ।”

National News Dholavira
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ