ସମ୍ପୂର୍ଣ୍ଣ ରାଜକୀୟ ଶୈଳୀରେ ହାତକୁ ଦିହାତ ହେଉଛନ୍ତି ଗଜପତିଙ୍କ କନିଷ୍ଠା ତଥା ଚତୁର୍ଥ କନ୍ୟା ଦେବେଶୀ ଦେବୀ

ଆାଦିତ୍ୟ ହେଉଛନ୍ତି ହରିୟାଣା ଗୁରୁଗ୍ରାମର ରାଜୀବ କେହେରଙ୍କ ସୁପୁତ୍ର। ଗତ ୭ ତାରିଖରୁ ଭୁବନେଶ୍ୱରର ଏକ ପଞ୍ଚତାରକା ହୋଟେଲରେ ଆରମ୍ଭ ହୋଇଛି ଏହି ହାଇପ୍ରୋଫାଇଲ୍ ମ୍ୟାରେଜ୍ ପାଇଁ ବିଭିନ୍ନ ନୀତିକାନ୍ତି।

Maharaj Divyasingha Deb Daughter Marriage

ସମ୍ପୂର୍ଣ୍ଣ ରାଜକୀୟ ଶୈଳୀରେ ହାତକୁ ଦି ହାତ ହେଉଛନ୍ତି ଗଜପତିଙ୍କ କନିଷ୍ଠା ତଥା ଚତୁର୍ଥ କନ୍ୟା ଦେବେଶୀ ଦେବୀ। ହରିୟାଣା ଗୁରୁଗ୍ରାମର ରାଜୀବ କେହେରଙ୍କ ପୁଅ ତଥା ବର୍ଦ୍ଧମାନ ରାଜକୁମାର ଆଦିତ୍ୟଙ୍କୁ ଦେବେଶୀ ବିବାହ କରୁଛନ୍ତି । ଭୁବନେଶ୍ୱରର ଏକ ତାରକା ହୋଟେଲରେ କୋଭିଡ୍ କଟକଣା ମଧ୍ୟରେ ହେଉଛି ଏହି ହାଇପ୍ରୋଫାଇଲ୍ ମ୍ୟାରେଜ୍। ବିବାହ ପାଇଁ ରାଜ୍ୟ ଓ ରାଜ୍ୟ ବାହାରର କିଛି ରାଜ ପରିବାର ପହଞ୍ଚିଛନ୍ତି। ଆଉ ସମସ୍ତଙ୍କୁ ସମ୍ପୂର୍ଣ୍ଣ ଓଡ଼ିଆ ଶୈଳୀରେ ଆପ୍ୟାୟିତ କରିବାକୁ ସ୍ୱତନ୍ତ୍ର ଖାଦ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ଗଜପତି ମହାରାଜାଙ୍କ ଝିଅ, ଏବେ ହେବାକୁ ଯାଉଛନ୍ତି ବର୍ଦ୍ଧମାନର ରାଜ ପରିବାରର ବୋହୂ। ସରିଛି ହଳଦୀ, ମେହେନ୍ଦୀ ସହ ରାଜ ପରିବାରର ନୀତିକାନ୍ତି । କାରଣ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କର ଜ୍ୱାଇଁ ହେବାକୁ ଯାଉଛନ୍ତି ବର୍ଦ୍ଧମାନ ରାଜକୁମାର। ବର ବେଶରେ ବର୍ଦ୍ଧମାନ ରାଜକୁମାର ବାହାରିଥିଲେ ଶୋଭାଯାତ୍ରାରେ । ସାଙ୍ଗରେ ଅଛନ୍ତି ରାଜା ମହାରାଜାଙ୍କ ପରିବାର, ଜ୍ଞାତି କୁଟୁମ୍ବ । ତାସହ ବର୍ଦ୍ଧମାନ ରାଜ ପରିବାରର ସ୍ୱତନ୍ତ୍ର ଅତିଥି। କାରଣ ବର୍ଦ୍ଧମାନ ରାଜକୁମାର ଜ୍ୱାଇଁ ହେବାକୁ ଯାଉଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କର। ମହାରାଜାଙ୍କ ଚତୁର୍ଥ ତଥା କନିଷ୍ଠା କନ୍ୟା ଦେବେଶୀ ଦେବୀଙ୍କୁ ବିବାହ କରୁଛନ୍ତି ରାଜକୁମାର ଆଦିତ୍ୟ କେହେର।

 

ଆାଦିତ୍ୟ ହେଉଛନ୍ତି ହରିୟାଣା ଗୁରୁଗ୍ରାମର ରାଜୀବ କେହେରଙ୍କ ସୁପୁତ୍ର। ଗତ ୭ ତାରିଖରୁ ଭୁବନେଶ୍ୱରର ଏକ ପଞ୍ଚତାରକା ହୋଟେଲରେ ଆରମ୍ଭ ହୋଇଛି ଏହି ହାଇପ୍ରୋଫାଇଲ୍ ମ୍ୟାରେଜ୍ ପାଇଁ ବିଭିନ୍ନ ନୀତିକାନ୍ତି। ବିବାହ ପୂର୍ବରୁ ହୋଟେଲରେ ଆୟୋଜନ ହୋଇଥିଲା ହଲଦି, ମେହେନ୍ଦି, ସଙ୍ଗୀତ କାର୍ଯ୍ୟକ୍ରମ । ତାପୂର୍ବରୁ ପାଟ ମୁଦି, ତିଳକ, ମଙ୍ଗଳକୃତ୍ୟ ଆଦି ସମ୍ପନ୍ନ ହୋଇଥିଲା। ମନ୍ତ୍ରପାଠରେ କମ୍ପିଥିଲା ପରିବେଶ। ଏହାପରେ ଆଜିସମ୍ପୂର୍ଣ୍ଣ କୋଭିଡ୍ କଟକଣା ଓ ଏବଂ ସୀମିତ ସଂଖ୍ୟକ ଅତିଥିଙ୍କ ଗହଣରେ ହେଉଛି ଏହି ରାଜ ପରିବାରର ବାହାଘର ।

ବର୍ଦ୍ଧମାନ ରାଜ ପରିବାର ସଦସ୍ୟମାନେ ଓଡ଼ିଶାରେ ପହଞ୍ଚିବା ପରେ ଗତକାଲି ପ୍ରଥମେ ସନ୍ଧ୍ୟାରେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ଭୁବନେଶ୍ୱରର ଏକ ତାରକା ହୋଟେଲରେ ଟି ପଟ୍ ଏରିଆରେ ହେଉଛି ବିବାହ। ଦୁଇ ରାଜ ପରିବାରଙ୍କ ପାଇଁ ହୋଟେଲ ପରିସରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ବର୍ଣ୍ଣାଢ଼୍ୟ ପରିବେଶରେ ଏହି ହୋଟେଲରେ ଅଳ୍ପ ଲୋକଙ୍କୁ ନେଇ ରାତ୍ରଭୋଜନ ବ୍ୟବସ୍ଥା ରହିଛି । ଯେଉଁଥିରେ ରହିବ ଅଧିକାଂଶ ଓଡ଼ିଆ ଖାଦ୍ୟ। ଏପରିକି କିଛି ଓଡ଼ିଆ ପିଠାପଣା ବି ସ୍ଥାନ ପାଇଛି ମେନ୍ୟୁରେ। ତାସହ ରାଜ୍ୟ ବାହାରୁ ଆସିଥିବା ରାଜ ପରିବାରଙ୍କ ପସନ୍ଦ ଅନୁଯାୟୀ ମଧ୍ୟ ଖାଦ୍ୟ ପରଷାଯିବ। ମନୋରଂଜନ ପାଇଁ ଆଜି ଗୋଟିପୁଅ ନୃତ୍ୟ ଏବଂ ଗଜଲ୍ କାର୍ଯ୍ୟକ୍ରମ ରହିଥିବା ସୂଚନା ଦେଇଛନ୍ତି ଇଭେଣ୍ଟ ମ୍ୟାନେଜର୍। ସେପଟେ ଶ୍ରୀମନ୍ଦିର କାର୍ଯ୍ୟାଳୟର ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତଙ୍କ ପାଇଁ ପୁରୀ ରାଜନଅରରେ ରାତ୍ରଭୋଜନ ବ୍ୟବସ୍ଥା କରାଯାଇଛି। ରାଜା ଘର ବାହାଘର ତା ପୁଣି ଗଜପତି ପରିବାରର, ଏହାକୁ ନେଇ ପୁରୀ ଠୁ ଭୁବନେଶ୍ୱର ସବୁଠି ଚର୍ଚ୍ଚା।