Astrospeak
  • Live TV
  • Read In English

ମଉସାଙ୍କ ଜୋସ୍ ଆଗରେ ହାରିଯିବେ ଯୁବକ

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ମଉସାଙ୍କ ଜବରଦସ୍ତ ଡ୍ୟାନ୍ସିଂ ଭିଡିଓ। ଡିଜେର ତାଳେ ତାଳେ ପଡୁଛି ତାଙ୍କ ପାଦ। ତାଙ୍କ ନାଚ ଦେଖି ଯୁବକମାନେ ବି ହୋଇଯାଆନ୍ତି ଟେରା।

Old man dance video gone viral on internet
ମଉସାଙ୍କ ଜୋସ୍ ଆଗରେ ହାରିଯିବେ ଯୁବକ

ସାଧାରଣତଃ ଲୋକେ ୫୫-୬୦ବର୍ଷ ବୟସରେ ପହଞ୍ଚିବା ପରେ ବସିଉଠି ପାରନ୍ତି ନାହିଁ। କିନ୍ତୁ ଏକ ବିବାହ ଉତ୍ସବରେ ଯେତେବେଳେ ଡିଜେ ବାଜିବାକୁ ଲାଗିଲା ଯୁବକମାନଙ୍କୁ ଛାଡି ବୃଦ୍ଧମାନେ ମଧ୍ୟ କମାଲ କରିଦେଲେ। ଏଥିରେ ମଧ୍ୟ ଜଣେ ଜେଜେବାପା ବୟସର ବ୍ୟକ୍ତି ୯୦ ଦଶକର ପ୍ରସିଦ୍ଧ ଗୀତ 'ସାତ ସମନ୍ଦର ପାର୍‌'ରେ ଏପରି ଜବରଦସ୍ତ ଡ୍ୟାନ୍ସ କଲେ ଯେ ​​ଯାହା ଇଣ୍ଟର୍‌ନେଟ୍‌ରେ ଲୋକଙ୍କୁ ପାଗଳ କରିଦେଇଛି।

ଆଜିର ସମୟରେ ଲୋକଙ୍କ ପାଇଁ ସୋସିଆଲ ମିଡିଆ ଏପରି ଏକ ମାଧ୍ୟମ ପାଲଟିଛି, ଯେଉଁଠାରେ ପ୍ରତିଭା ପ୍ରଦର୍ଶନ କରିବାର ଅନେକ ସୁଯୋଗ ଅଛି। ଏମିତି କିଛି ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଲକ୍ଷ ଲକ୍ଷ ଭ୍ୟୁ ଆସୁଛି। ସେହିପରି ଏମିତି କିଛି ମଧ୍ୟ ଭିଡିଓ ଅଛି ଯାହା ଦେଖିବା ମାତ୍ରେ ହସକୁ ରୋକିବା ଅସମ୍ଭବ। ବର୍ତ୍ତମାନ ଏଭଳି ଏକ ଡ୍ୟାନ୍ସ ଭିଡିଓ ଲୋକମାନଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରୁଛି, ଯାହାକୁ ଦେଖିବା ପରେ ଆପଣ ଏହା ମଧ୍ୟ ବୁଝିପାରିବେ, ଏହା କାହିଁକି କୁହାଯାଏ ଯେ ବୟସ କେବଳ ମାତ୍ର ଏକ ସଂଖ୍ୟା।

ଏହି ଭାଇରାଲ ଭିଡିଓରେ ଆପଣ ଦେଖିପାରିବେ ଡିଜେରେ ବଲିଉଡ୍‌ ଫିଲ୍ମ ଗୀତ 'ସାତ୍ ସମନ୍ଦର ପାର' ବାଜୁଛି। ଗୀତରେ ଜଣେ ବୃଦ୍ଧ ନିଜର ଚମତ୍କାର ଢଙ୍ଗରେ ନାଚୁଛନ୍ତି। ଗୀତରେ ତାଳରେ ବୃଦ୍ଧଙ୍କର ପାଦ ଏମିତି ପଡୁଛି ଯେ ଦେଖିଲା ପରେ ଆପଣ ତାଙ୍କୁ ପ୍ରଶଂସା ନ କରି ରହିପାରିବେ ନାହିଁ। ତାଙ୍କର ଏହି ନାଚ ଦେଖି ଆପଣ ମଧ୍ୟ ଭାବିବା ଆରମ୍ଭ କରିବେ ଯେ ଏହି ମଉସା ଏହି ବୟସରେ କ’ଣ ଖାଇଛନ୍ତି, ଯାହା ତାଙ୍କ ଭିତରେ ଏପରି ଶକ୍ତି ତିଆରି କରୁଛି।

ଭିଡିଓଟି ଏକ ବିବାହ ସମାରୋହର। ଆଜି ମଧ୍ୟ ଦିବ୍ୟା ଭାରତୀଙ୍କ ଉପରେ ନିର୍ମିତ 'ସାତ ସମନ୍ଦର ପାର' ଗୀତ ଖୁବ ପ୍ରସିଦ୍ଧ। ଏହି ମଉସା ଜଣକ ଏହି ଗୀତ ଶୁଣିବା ମାତ୍ରେ ସେ ତାଙ୍କ ପାଦକୁ ଆଉ ଲଗାମ ଦେଇ ପାରି ନ ଥିଲେ। ଗୀତର ପ୍ରତ୍ୟେକ ବିଟ୍‌ରେ ତାଙ୍କ ପାଦ ପଡିବାକୁ ଲାଗିଥିଲା। ଏହି ସମାରୋହରେ ଖାଲି ଏହି ଜଣେ ମଉସା ନୁହେଁ, ତାଙ୍କ ପଛରେ ଆହୁରି କେତେକ ବୃଦ୍ଧ ମଧ୍ୟ ନାଚୁଛନ୍ତି। କିନ୍ତୁ ଏହି ସମାବେଶ ମଉସାଙ୍କ ନାଚରେ ଜମିଯାଇଥିଲା।

ଭିଡିଓ ଦେଖିବା ପରେ ଆପଣ ମଧ୍ୟ ନିଶ୍ଚିତ ଭାବରେ ମଉସାଙ୍କର ଜଣେ ପ୍ରଶଂସକ ହୋଇଯିବେ। ସୋସିଆଲ ମିଡିଆରେ ଏହି ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ମଜାଦାର ଭିଡିଓ ଇନ୍‌ଷ୍ଟାଗ୍ରାମରେ 'sunnythakur7919' ନାମରେ ଶେୟାର କରାଯାଇଛି। ଲୋକମାନେ ଏହାକୁ ବହୁତ ପସନ୍ଦ କରିବା ସଜ ନିଜ ନିଜ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ବୃଦ୍ଧମାନଙ୍କର ଏପରି ନାଚ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି ଏବଂ ସମସ୍ତେ ଏହି ବୟସରେ ତାଙ୍କର ଶକ୍ତିର ରହସ୍ୟ ଜାଣିବାକୁ ଚାହାଁନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ମଉସା ଜୋସ୍ ଯୁବକମାନଙ୍କୁ ମଧ୍ୟ ପରାସ୍ତ କରିଦେବ।