Advertisment

ନୂଆ ବଜେଟ୍‌ରୁ ଓଡ଼ିଶାକୁ ମିଳିବ ଅନେକ ଫାଇଦା

କେଉଁ କେଉଁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ କେତେ ଅର୍ଥ ଆସିବ ତାକୁ ନେଇ ଚାଲିଛି ହିସାବ ନିକାଶ। ଏଥର ବଜେଟ୍‌ରେ ଓଡ଼ିଶାକୁ ଯଥେଷ୍ଟ ଫାଇଦା ମିଳିବ ବୋଲି ଆଶା କରାଯାଉଛି।

ଅଦ୍ୟତନ ହୋଇଛି
Odisha will get benefits from the new budget

Odisha will get benefits from the new budget

Advertisment

ଜାତୀୟ ରାଜପଥ ନିର୍ମାଣ ହେଉ କି ପୋର୍ଟ ଅବା ରେଲ୍‌ୱେ, ନୂଆ ବଜେଟ୍‌ରୁ ଓଡ଼ିଶାକୁ ମିଳିବ ଫାଇଦା। ସେହିପରି ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଆବାସ ଓ ପାନୀୟ ଜଳ ଯୋଗାଣ ପାଇଁ ଅଧିକ ବ୍ୟୟବରାଦ ପ୍ରସ୍ତାବ ଥିବାରୁ ଓଡ଼ିଶାକୁ ଲାଭ ମିଳିବ ବୋଲି ଆଶା କରାଯାଉଛି। କେନ୍ଦ୍ରୀୟ ଟିକସ ବାବଦକୁ ରାଜ୍ୟର ଅଂଶ ପାଖାପାଖି ୩୭ ହଜାର କୋଟି ଟଙ୍କା ମିଳିବ ବୋଲି ଆକଳନ କରାଯାଉଛି। ତେବେ ବିଭିନ୍ନ ସ୍କିମ୍‌ରେ ବ୍ୟୟବରାଦ କମିଥିବାରୁ କେନ୍ଦ୍ର ସରକାରକୁ ବିଜେଡି ଟାର୍ଗେଟ୍ କରିବାଥିବା ବେଳେ କଂଗ୍ରେସ ବି ସମାଲୋଚନା କରିଛି। ବିଜେପି କିନ୍ତୁ ବଜେଟ୍‌କୁ ସ୍ୱାଗତ କରି, ଏଥିରୁ ଓଡ଼ିଶା ଲାଭବାନ ହେବ ବୋଲି କହିଛି।

Advertisment

ବର୍ତ୍ତମାନ ପିଏମ୍ ଗତିଶକ୍ତିରୁ ଓଡ଼ିଶାକୁ କେତେ ଶକ୍ତି ମିଳିବ? କେନ୍ଦ୍ରୀୟ ବଜେଟ୍‌ରୁ ଏଥର କେତେ ଅନୁଦାନ ପାଇବ ଓଡ଼ିଶା? କେଉଁ କେଉଁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ କେତେ ଅର୍ଥ ଆସିବ ତାକୁ ନେଇ ଚାଲିଛି ହିସାବ ନିକାଶ। ଏଥର ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭିତ୍ତିଭୂମି, ଡିଜିଟାଲ୍, ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷି ଉପରେ ଫୋକସ୍ ଦେଇଥିବାରୁ ଓଡ଼ିଶାକୁ ଯଥେଷ୍ଟ ଫାଇଦା ମିଳିବ ବୋଲି ଆଶା କରାଯାଉଛି। ପିଏମ୍ ଗତିଶକ୍ତି ମାଷ୍ଟର୍‌ ପ୍ଳାନ୍‌ ଅନ୍ତର୍ଗତ ୭ଟି ଇଂଜିନ ମଧ୍ୟରୁ ଜାତୀୟ ରାଜପଥ, ରେଳ, ପୋର୍ଟ ଓ ଲଜିଷ୍ଟିକ୍ସ୍ ଇନ୍‌ଫ୍ରାରୁ ଅଧିକ ଲାଭ ପାଇବ ଓଡ଼ିଶା।

୨୦୨୨-୨୩ ଆର୍ଥିକ ବର୍ଷରେ ୨୫ ହଜାର କିଲୋମିଟର ଜାତୀୟ ରାଜପଥ ନିର୍ମାଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ସେଥିରୁ ରାଜ୍ୟକୁ ଅଧିକ ଫାଇଦା ମିଳିବ, କାରଣ ରାୟପୁର-ବିଶାଖାପାଟନମ୍ ଇକୋନୋମିକ୍ କରିଡର୍ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଦେଇ ଯିବ। ତା’ଛଡ଼ା କ୍ୟାପିଟାଲ୍‌ ରିଜନ୍ ରିଙ୍ଗ୍ ରୋଡ୍ ଓ କୋଷ୍ଟାଲ୍ ହାଇୱେ୍ରୁ ବି ଓଡ଼ିଶାକୁ ଲାଭ ମିଳିବ।

Advertisment

ଅନ୍ୟପଟେ ରାଜ୍ୟରେ ଏବେ ୩ଟି ବନ୍ଦର କାର୍ଯ୍ୟକ୍ଷମ ଅଛି, ଆଉ ୧୨ଟି ଲାଗି ପ୍ରସ୍ତାବ ରହିଛି। ସେସବୁ କାର୍ଯ୍ୟକାରୀ ହେଲେ ରାଜ୍ୟର ବିକାଶ ଘଟିବ। ସେହିପରି ୪ଟି ମଲ୍ଟି ମୋଡାଲ୍ ଲଜିଷ୍ଟିକ୍ ପାର୍କ ମଧ୍ୟରୁ ଓଡ଼ିଶାକୁ ଗୋଟିଏ ମିଳିପାରେ ବୋଲି କୁହାଯାଉଛି। ଏହାବ୍ୟତୀତ ଆଗାମୀ ୩ ବର୍ଷରେ ୪୦୦ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଇବାକୁ ଯୋଜନା ରହିଛି। ସେଥିରୁ ଓଡ଼ିଶା ଭାଗରେ ବି କିଛି ପଡ଼ିପାରେ।

ସେହିପରି କିଷାନ୍ ଡ୍ରୋନ୍, ମିଲେଟ୍ ମିସନ୍, ଏମ୍ଏସ୍‌ପି, ପୋଷ୍ଟ୍‌ ଅଫିସ୍‌ରେ କୋର୍ ବ୍ୟାଙ୍କିଂ, ଟେଲି ନେଟ୍ଓ୍ୱର୍କ ନଥିବା ଗାଁକୁ ନେଟ୍ଓ୍ୱର୍କ ସୁବିଧା ଓ ମିଶନ୍ ଶକ୍ତି ପ୍ରୋଜେକ୍ଟରୁ ଲାଭ ଉଠାଇବ ଓଡ଼ିଶା। ଏହାବ୍ୟତୀତ ୮୦ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ସାରିବାକୁ ଥିବାରୁ ରାଜ୍ୟକୁ ଅଧିକ ଘର ଓ ହର୍ ଘର ଜଲ୍ ଯୋଜନାରେ ପିଇବା ପାଣି ଯୋଗାଣ ପାଇଁ ରାଜ୍ୟକୁ ଅଧିକ ପାଣ୍ଠି ମିଳିବ ବୋଲି ଆଶା କରାଯାଉଛି। ସେପଟେ ଗୁରୁତ୍ୱପୂର୍ଣ୍ଣ ବିଭାଗ ଓ ସ୍କିମ୍‌ରେ ବ୍ୟୟବରାଦ କମାଯାଇଥିବାରୁ ବଜେଟକି ନେଇ ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି।

Advertisment

ଅନ୍ୟପକ୍ଷରେ ରାଜ୍ୟଗୁଡ଼ିକର ଆର୍ଥିକ ବିକାଶ ଲାଗି କେନ୍ଦ୍ର ସରକାର ବିନା ସୁଧରେ ୧ ଲକ୍ଷ କୋଟି ଟଙ୍କା ଋଣ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ଏଥିରୁ ଓଡ଼ିଶାକୁ ପ୍ରାୟ ୩ ହଜାର କୋଟି ଟଙ୍କା ମିଳିପାରେ। ସେପଟେ କେନ୍ଦ୍ରୀୟ ଟିକସ ବାବଦକୁ ରାଜ୍ୟର ଅଂଶ ପାଖାପାଖି ୩୭ ହଜାର କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଅର୍ଥନୀତି ବିଶେଷଜ୍ଞ ମଧ୍ୟ ରାଜ୍ୟକୁ କେନ୍ଦ୍ର ବଜେଟ୍‌ରୁ ଅନେକ ଲାଭ ମିଳିବ ବୋଲି ଆଶା ପ୍ରକାଶ କରିଛନ୍ତି।

ପିଏମ୍ ଇ-ବିଦ୍ୟା ହେଉ କି ନ୍ୟାସ୍‌ନାଲ୍‌ ଟେଲି ମେଣ୍ଟାଲ୍ ହେଲ୍‌ଥ କାଯର୍ୟକ୍ରମ, ଏଥିରୁ ବି ଓଡ଼ିଶା ଅନେକ ଲାଭ ଉଠାଇବ ବୋଲି କୁହାଯାଉଛି। ସେପଟେ ରେଲ୍‌ୱେର ବିକାଶ ପାଇଁ ଓଡ଼ିଶା ୭ ହଜାର ୬ଶହ କୋଟିର ଅନୁଦାନ ଦାବି କରିଥିଲା। ଏ କ୍ଷେତ୍ରରେ କେତେ ଅନୁଦାନ ମିଳୁଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

ରିପୋର୍ଟ: ଦିଲ୍ଲୀରୁ ଶିବାନନ୍ଦ ରାଉତ ଓ ଭୁବନେଶ୍ୱରରୁ ହରିହର ଚାନ୍ଦ

Union Budget 2022-23
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ