Astrospeak
  • Live TV
  • Read In English

ଥାର୍ଡ ଜେଣ୍ଡର ଶିଶୁକୁ ଗ୍ରହଣ କଲେନି ପରିବାର

ନବଜାତ ଶିଶୁଟି ଥାର୍ଡ ଜେଣ୍ଡର ବା କିନ୍ନର ବୋଲି ଜଣାପଡିବା ପରେ ଗ୍ରହଣ କଲେନି ପରିବାର ଲୋକେ । ସ୍ୱାମୀ ଓ ଶ୍ୱଶୁର ଘର ଲୋକ ସନ୍ତାନଟିକୁ ପାଳନ କରିବାକୁ ଅନିଛା ପ୍ରକାଶ କଲେ । ନିଜ ପାଖରେ ପିଲାଟିକୁ ରଖିବାକୁ ଚାହୁଁ ଥିଲେବି ପରିବାର ଲୋକ ରାଜି ହେଉ ନଥିବା ଶିଶୁର ମା କହିଛନ୍ତି ।

Life Care Hospital
Life Care Hospital

ଜନ୍ମ ହୋଇଥିବା ଶିଶୁକୁ ଗ୍ରହଣ କଲେନି ପରିବାର ଲୋକେ । କାରଣ ନବଜାତ ସନ୍ତାନ ଥାର୍ଡ ଜେଣ୍ଡର ଭାବେ ଜନ୍ମ ହୋଇଥିଲା । ଡାକ୍ତରଙ୍କଠାରୁ ଏହା ଶୁଣିବା ପରେ ଘରକୁ ନେବାକୁ ଅମଙ୍ଗ ହେଲେ ପରିବାର ଲୋକେ । ସୂଚନା ଅନୁଯାୟୀ ଯାଜପୁର ଟାଉନର ଏକ ଘରୋଇ ନର୍ସିଂ ହୋମରେ ଗତକାଲି ଏକ ଶିଶୁ ଜନ୍ମ ହୋଇଥିଲା ।

ତେବେ ନବଜାତଟି ଥାର୍ଡ ଜେଣ୍ଡର ବା କିନ୍ନର ବୋଲି ଜଣାପଡିବା ପରେ ଗ୍ରହଣ କଲେନି ପରିବାର ଲୋକେ । ସ୍ୱାମୀ ଓ ଶ୍ୱଶୁର ଘର ଲୋକ ସନ୍ତାନଟିକୁ ପାଳନ କରିବାକୁ ଅନିଛା ପ୍ରକାଶ କଲେ । ନିଜ ପାଖରେ ପିଲାଟିକୁ ରଖିବାକୁ ଚାହୁଁ ଥିଲେବି ପରିବାର ଲୋକ ରାଜି ହେଉ ନଥିବା ଶିଶୁର ମା କହିଛନ୍ତି ।

ତେବେ ଯାଜପୁର କିନ୍ନର ସଂଘ ଏହି ଖବର ପାଇବା ପରେ ନବଜାତ ଶିଶୁର ମା କୁ ଭେଟିବା ସହ ସାନ୍ତ୍ୱନା ଦେବା ସହ ସାହାଯ୍ୟ କରିବାର ପ୍ରତିଶୃତି ଦେଇ ଯାଜପୁର ଜିଲ୍ଲାପାଳଙ୍କୁ ଭେଟି ପିଲାଟିର ମାକୁ ସହୟତା କରିବା ସହ ରକ୍ଷଣାବେକ୍ଷଣ କରିବା ଲାଗି ଦାବି କରିଛନ୍ତି । କିନ୍ନର ସଂଘର ଦାବି ପରେ ଏହି ଘଟଣାର ତଦନ୍ତ ଲାଗି ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ନବଜାତ ଶିଶୁର ସୁରକ୍ଷା ସହ ଆବଶ୍ୟକ ରକ୍ଷଣାବେକ୍ଷଣ ଯୋଗାଇବା ଲାଗି ପଦକ୍ଷେପ ନେବାକୁ ଦାୟିତ୍ୱ ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି ।