Advertisment

ମାତ୍ର ୭ ହଜାର ଦରମା, ଦିନକୁ ୨ ଶହ କିମି କରୁଛନ୍ତି ସାଇକେଲ୍‌ରେ ଯାତ୍ରା...

ପରିବାର ପ୍ରତିପୋଷଣ ପାଇଁ ସାକ୍ଷୀଗୋପାଳରୁ ଭୁବନେଶ୍ୱରକୁ କରନ୍ତି ଯାତ୍ରା....ମୁଣ୍ଡରେ ଥାଏ ହେଲମେଟ୍‌, ହାତରେ ଥାଏ କୋରିଅର୍‌ ପ୍ୟାକେଟ୍‌

ଅଦ୍ୟତନ ହୋଇଛି
cycle

cycle

Advertisment

ବୈଶାଖର ମୁଣ୍ଡ ଫଟା ଖରା ହେଉ କି ଶ୍ରାବଣର ମୂଷଳଧାରାର ବର୍ଷା କି ପୁଷର ହାଡ଼ଭଙ୍ଗା ଶୀତ ହେଉ... ଦିନକୁ ୨ଶହ କିଲୋମିଟର ସାଇକେଲରେ ଯାତ୍ରା। ସାଇକେଲ ହେଉଛି ତାଙ୍କ ପାଇଁ ଜୀବନ ଆଉ ଜୀବିକା। ଆଉ ସେହି ସାଇକେଲ ହିଁ ତାଙ୍କୁ ଦେଇଛି ନୂଆ ପରିଚୟ। ପୁରୀ ସାକ୍ଷୀଗୋପାଳ ଅଞ୍ଚଳର ସାଇକେଲ ମ୍ୟାନ ଶ୍ୟାମ ସୁନ୍ଦର ବାରିକଙ୍କୁ ନେଇ ଏବେ ବେଶ୍‌ ଚର୍ଚ୍ଚା।

Advertisment

ମୁଣ୍ଡରେ ବାଇକ ହେଲମେଟ ଏବଂ ପ୍ରଫେସନାଲ ସାଇକ୍ଳିଷ୍ଟ ଭଳି ପ୍ୟାଡଲିଂ କରି ଘରୁ ବାହାରନ୍ତି ଶ୍ୟାମସୁନ୍ଦର। ସାଇକ୍ଲିଂ ବେଳେ ରାଜରାସ୍ତା ଉପରେ ବାମ କୁ ଯିବେ କି ଡାହାଣକୁ ଯିବେ ସେହି ଅନୁସାରେ ହ୍ୟାଣ୍ଡ ସିଗନାଲ ଦେଇ ସାଇକେଲର ଦିଗ ପରିବର୍ତ୍ତନ ସେ କରନ୍ତି। ଭୋର ସାଢ଼େ ୩ ଟାରୁ ସାକ୍ଷୀଗୋପାଳ ନିଜ ଗାଁରୁ ବାହାରି ସକାଳ ୬ଟା ସୁଦ୍ଧା ଭୁବନେଶ୍ୱରର ଏକ କୋରିୟର କମ୍ପାନୀ ଅଫିସରେ ପହଞ୍ଚଯାଆନ୍ତି ସେ। ଏହାପରେ ରାଜଧାନୀର ବିଭିନ୍ନ ସ୍ଥାନକୁ ସାଇକେଲରେ ଯାଇ ପାର୍ସଲ ଦେଇ ଆସନ୍ତି। ଏମିତି ଖରା-ବର୍ଷା-ଶୀତ ବର୍ଷକ ବାରମାସ ସାକ୍ଷୀ ଗୋପାଳରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ ସାକ୍ଷୀଗୋପାଳ ଯିବା ଆସିବା ଭିତରେ ୨ଶହ କିଲୋମିଟର ଯାତ୍ରା କରୁଛନ୍ତି ଶ୍ୟାମସୁନ୍ଦର। କରୋନା ଭାଇରସ ଆସିବା ପରେ ଏ ସାଇକେଲ ଯେମିତି ଶ୍ୟାମଙ୍କ ପାଇଁ ପାଲଟି ଯାଇଛି ଜୀବନ ଜୀବିକାର ମୂକସାକ୍ଷୀ।

ଶ୍ୟାମ ସୁନ୍ଦର ଜଣେ ସମାଜସେବୀ। ନିଜ ଅଂଚଳରେ ଥିବା ପୋଖରୀ, ସାହି, ରାସ୍ତାଘାଟ ସଫା ସୁତରା କରିବା ତାଙ୍କର ନିତିଦିନିଆ କାମ। ଗାଁର ଯୁବକ ମାନେ କ୍ରିକେଟ, ଫୁଟବଲ ଆଦି ଖେଳି ସୁସ୍ଥ ଶବଳ ରହିବା ସାଙ୍ଗକୁ ଗାଁର ମାନ ସମ୍ମାନ ପାଇଁ ସ୍ପୋର୍ଟସ କ୍ଲବ ଗଢିଛନ୍ତି। ରହୁଥିବା ଗାଁରେ ଏକ ଛୋଟ ତେଜରାତି ଦୋକାନ ଦେଇ ୪ପ୍ରାଣୀଙ୍କର ପେଟ ପୋଷୁଥିଲେ ସେ। କରୋନା କଟକଣା ଏବଂ ବ୍ୟବସାୟ ମାନ୍ଦା ହେବାରୁ ରାଜଧାନୀ ଆସିଲେ କୋରିୟର କମ୍ପାନୀରେ କାମ କରିବାକୁ। ସେ ଇଚ୍ଛା କଲେ ଛୋଟମୋଟ ଦୁଇଚକିଆ ଗାଡି କିଣି ପରିଥାନ୍ତେ। ପରିବେଶ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଏବଂ ନିଜ ଗାଡିଧୂଆଁରୁ ଅନ୍ୟ କାହାର ଜୀବନ ବିପଦରେ ଯେମିତି ନପଡ଼ିବ ସେଥିପାଇଁ ସେ ଏମିତି ପନ୍ଥା ଆପଣାଇଛନ୍ତି।

Advertisment

ଏବେବି ସାଇକେଲ ଚଳାଉଥିବା ଲୋକ ମାନଙ୍କ ମଧ୍ୟରୁ ୯୫ପ୍ରତିଶତ ଲୋକେ ହେଲମେଟ୍‌ ପିନ୍ଧୁନାହାନ୍ତି। କିନ୍ତୁ ସାଇକେଲ ହେଉ କି ବାଇକ ଚାଳକ ହେଲମେଟ ପିନ୍ଧିବା ଜରୁରୀ ବୋଲି ଶ୍ୟାମ ସମସ୍ତଙ୍କୁ ସାମାଜିକ ବାର୍ତ୍ତା ଦେଇଛନ୍ତି।

ଭୁବନେଶ୍ୱରରୁ ନିରଞ୍ଜନ ରେଡ୍ଡୀଙ୍କ ରିପୋର୍ଟ

Cycle Man
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ