Power DISCOMs To Curb Elephant Deaths
ଭୁବନେଶ୍ୱର: ବିଦ୍ୟୁତ୍ ସଂସ୍ପର୍ଶ ହାତୀ ମୃତ୍ୟୁ ରୋକିବାକୁ ଶକ୍ତି ବିଭାଗର ପଦକ୍ଷେପ। ବିଭିନ୍ନ ବିଦ୍ୟୁତ ବଣ୍ଟନ କଂପାନୀକୁ ଅର୍ଥ ମଞ୍ଜୁର କରିଛି ରାଜ୍ୟ ଶକ୍ତି ବିଭାଗ। ବିଭିନ୍ନ ବିଦ୍ୟୁତ ବଣ୍ଟନ କଂପାନୀକୁ ଶକ୍ତି ବିଭାଗ ୪୪୫.୭୫ କୋଟି ଟଙ୍କା ଦେଇଛି। ମଂଜୁର ହୋଇଥିବା ଟଙ୍କାରେ ହାତୀ କରିଡରର ରକ୍ଷଣାବେକ୍ଷଣ ହେବ। ହାତୀ କରିଡରରେ ଥିବା ଖୋଲା କଣ୍ଡରକୁ ବଦଳାଯିବ। ୩୩ କେଭି, ୧୧ କେଭି ଓ ଏଲ୍ଟି ନେଟଓ୍ବର୍କରେ ମଧ୍ୟ ଏହି ଟଙ୍କା ବିନିଯୋଗ କରାଯିବ।
ହାତୀ ମୃତ୍ୟୁ ରୋକିବା ଅଭିଯାନରେ ସ୍ଥାନୀୟ ଲୋକଙ୍କୁ ସାମିଲ ଲାଗି ପରାମର୍ଶ ଦିଆଯାଇଛି। ସ୍ଥାନୀୟ ସୂଚନାଦାତାଙ୍କ ଲାଗି ପୁରସ୍କାର ବ୍ୟବସ୍ଥା କରିବାକୁ ପରାମର୍ଶ ସହ ବେଆଇନ୍ ବିଦ୍ୟୁତ ତାର ଟାଣି ବନ୍ୟଜନ୍ତୁ ଶିକାର ସଂପର୍କରେ ସୂଚନା ଦେଲେ ପୁରସ୍କାର ବ୍ୟବସ୍ଥା ପାଇଁ ନିଷ୍ପତ୍ତି ହୋଇଛି।
ଏକଦା ଓଡ଼ିଶା ତା’ ହାତୀମାନଙ୍କ ସୁରକ୍ଷାକୁ ନେଇ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଯୁଦ୍ଧରେ ଆମ ହାତୀଙ୍କ ବୀରତ୍ୱର କଥା ମହାଭାରତରେ ଲେଖା ହୋଇଛି। ମୌର୍ଯ୍ୟଙ୍କଠାରୁ ଆରମ୍ଭ କରି ମୋଗଲମାନେ ହାତୀର ବ୍ୟବହାର କରୁଥିଲେ। ପ୍ରାଚୀନ ଯୁଗରେ ହାତୀମାନଙ୍କ ରପ୍ତାନୀ ଦକ୍ଷିଣ ପୂର୍ବ ଏସିଆର ବିଭିନ୍ନ ଦେଶକୁ କରାଯାଉଥିଲା।
କିନ୍ତୁ ଓଡ଼ିଶା ହାତୀଙ୍କ ମରଣଯନ୍ତା ପାଲଟିଗଲାଣି। ସେମାନଙ୍କ ଦୁର୍ଦ୍ଦଶା ଏଠାରେ ବଢ଼ିବାରେ ଲାଗିଛି। ସେମାନଙ୍କ ଯିବା ଆସିବା ରାସ୍ତା ନିୟମିତ ଭାବେ ଖଣି, ଚାଷ, ଶିଳ୍ପ ଓ ସହରୀକରଣ ଯୋଗୁଁ ନଷ୍ଟ ହେବାରେ ଲାଗିଛି। ୧୯୭୯ରେ ଓଡ଼ିଶାରେ ୨୦୪୪ ହାତୀ ଥିଲେ। ୨୦୧୭ ଗଣନା ଅନୁଯାୟୀ ଏହି ସଂଖ୍ୟା ୧୯୭୬କୁ ଖସି ଆସିଛି। ସେମାନେ ଦିନକୁ ଦିନ ଅସୁରକ୍ଷିତ ହୋଇଗଲେଣି। ଆଜିକା ଦିନରେ ରାଜ୍ୟର ୩୦ଟି ଜିଲ୍ଲାରୁ ୨୬ଟି ସ୍ଥାନରେ ହାତୀ ରହୁଛନ୍ତି। ଦୁଇ ଦଶନ୍ଧି ମଧ୍ୟରେ ହାତୀଙ୍କ ଲ୍ୟାଣ୍ଡସ୍କେପ ନାଟକୀୟ ଢଙ୍ଗରେ ପରିବର୍ତ୍ତନ ହୋଇଛି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1633196137.jpg)