୪୮ ଘଣ୍ଟା ପରେ ବି IIC ଦେବ ଗମାଙ୍ଗଙ୍କ ମୃତ୍ୟୁ ରହସ୍ୟଘେରରେ : ଘଟଣାର ସଠିକ୍ ତଦନ୍ତ କଲେ ଦାବି IICଙ୍କ ପତ୍ନୀ

ପାରିବାରିକ ସ୍ଥିତି ଓ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ଥିଲା । କେବଳ ଓ୍ୱାର୍କ ପ୍ରେସର ଅଧିକ ଥିଲା, ନିର୍ବାଚନ ପରେ ଛୁଟିରେ ଆସିବେ କହୁଥିଲେ ।

ନଥିଲା କୌଣସି ପାରିବାରିକ ଅଶାନ୍ତି : IICଙ୍କ ପତ୍ନୀ

କେମିତି ହୋଇଥିଲା ଗଞ୍ଜାମ ଗାଙ୍ଗପୁର ଥାନା IIC ଦେବ ଗମାଙ୍ଗଙ୍କ ମୃତ୍ୟୁ ? ମାନସିକ ଚାପରେ ଥିବାରୁ ଆତ୍ମହତ୍ୟା କରିଥିବା ଗଞ୍ଜାମ ଏସପି କହିଥିଲେ । ହେଲେ କାହିଁକି ଓ କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ IIC ତାକୁ ନେଇ ସନ୍ଦେହ ବଢ଼ୁଛି । କେଉଁ ଭଳି ଚାପ ? କିଏ ଚାପ ପକାଉଥିଲା ତାହା ପ୍ରଶ୍ନ ଉଠୁଛି । ତାହା ୪୮ ଘଣ୍ଟା ପରେ ବି ସସପେନ୍ସ ।

ସେହିପରି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଆଇସିଙ୍କ ପତ୍ନୀ କିରଣ ମହାନ୍ତି । ପାରିବାରିକ ସ୍ଥିତି ଓ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ଥିଲା । କେବଳ ଓ୍ୱାର୍କ ପ୍ରେସର ଅଧିକ ଥିଲା, ନିର୍ବାଚନ ପରେ ଛୁଟିରେ ଆସିବେ କହୁଥିଲେ । ତେଣୁ ମୃତ୍ୟୁ କେମିତି ହେଲା ସେନେଇ ତଦନ୍ତ ଆବଶ୍ୟକ । ଖାଲି ସେତିକି ନୁହେଁ ଆଇଆଇସିଙ୍କ ମାଆ ଉଠାଇଥିବା ଅଭିଯୋଗକୁ ବି ସେ ଦୋହରାଇଛନ୍ତି । ସେ ଦିଗରେ ବି ତଦନ୍ତ ଆବଶ୍ୟକ ବୋଲି କହିଛନ୍ତି । ତଦନ୍ତ ହେଲେ ହିଁ ତାଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି ସେ କହିଛନ୍ତି । ଦୁଇ ଦିନ ତଳେ ଗାଙ୍ଗପୁର ଥାନା ଆଇଆଇସିଙ୍କ ମାଆ ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଦୁଇ ଜଣ ତିନି ତାରା ବିଶିଷ୍ଠ ଅଧିକାରୀ ଆଡ଼କୁ ଅଙ୍ଗୁଳି ଉଠାଇଥିଲେ ।

ସୂଚନାଯୋଗ୍ୟ ଶୁକ୍ରବାର ଦିନ ପ୍ରାୟ ୨ଟା ବେଳେ ଥାନା ପରିସର ସରକାରୀ କ୍ୱାର୍ଟସରେ ଗୁଳି ଫୁଟି ଗୁରୁତର ହୋଇପଡ଼ିଥିଲେ ଆଇଆଇସି ଦେବ କୁମାର ଗମାଙ୍ଗୋ। ସେହି ସମୟରେ ତାଙ୍କ କ୍ୱାଟର୍ସରେ ଉପସ୍ଥିତ ଥିଲେ ଭଞ୍ଜନଗର ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଭଞ୍ଜନଗର ଥାନା ଅଧିକାରୀ ଧିରେଶ ଦାସ। ଉଭୟ ତାଙ୍କୁ ଗାଙ୍ଗପୁର ମେଡିକାଲ୍‌ ଓ ପରେ ଆସ୍କା ମେଡ଼ିକାଲକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।