ଓଡିଶାରେ ସର୍ବାଧିକ ୮ ବର୍ଗ କିମି ଲୁଣା ଜଙ୍ଗଲ ବୃଦ୍ଧି: ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ

ଭିତରକନିକା ଜାତୀୟ ଉଦ୍ୟାନ ଅଞ୍ଚଳରେ ବୃଦ୍ଧି ପାଉଛି ଲୁଣା ଜଙ୍ଗଲ । ସର୍ଭେ ଅଫ ଇଣ୍ଡିଆ ୨୦୨୧ର ମ୍ୟାନଗ୍ରୋଭ କଭର ରିପୋର୍ଟ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ସାରା ଦେଶରେ ମାତ୍ର ୧୭ ବର୍ଗ କିମି ଲୁଣା ଜଙ୍ଗଲ ବୃଦ୍ଧି ପାଇଛି । ସର୍ବାଧିକ ୮ ବର୍ଗ କିମି ଲୁଣା ଜଙ୍ଗଲ ବୃଦ୍ଧି ପାଇଥିବାବେଳେ ୨ବର୍ଗ କିମି ଲୁଣା ଜଙ୍ଗଲ ହ୍ରାସ ପାଇଛି ।

ଓଡିଶାରେ ସର୍ବାଧିକ ୮ ବର୍ଗ କିମି ଲୁଣା ଜଙ୍ଗଲ ବୃଦ୍ଧି: ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ

ଭିତରକନିକା ଜାତୀୟ ଉଦ୍ୟାନ ଅଞ୍ଚଳରେ ବୃଦ୍ଧି ପାଉଛି ଲୁଣା ଜଙ୍ଗଲ । ସର୍ଭେ ଅଫ ଇଣ୍ଡିଆ ୨୦୨୧ର ମ୍ୟାନଗ୍ରୋଭ କଭର ରିପୋର୍ଟ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ସାରା ଦେଶରେ ମାତ୍ର ୧୭ ବର୍ଗ କିମି ଲୁଣା ଜଙ୍ଗଲ ବୃଦ୍ଧି ପାଇଛି । ସର୍ବାଧିକ ୮ବର୍ଗ କିମି ଲୁଣା ଜଙ୍ଗଲ ବୃଦ୍ଧି ପାଇଥିବାବେଳେ ୨ବର୍ଗ କିମି ଲୁଣା ଜଙ୍ଗଲ ହ୍ରାସ ପାଇଛି ।

ସେହିପରି କେରଳ, ତାମିଲନାଡୁ,ଆଣ୍ଡାମାନ ନିକୋବର ଆଇଲ୍ୟାଣ୍ଡ, ଡାମନ ଡିଉ ଓ ପୁଡୁଚେରୀରେ ଲୁଣା ଜଙ୍ଗଲ ୨୦୧୯ ରେ ଯାହା ଥିଲା ତାହା ରହିଛି ।

ସୂଚନା ଅନୁସାରେ, ୨୦୧୯ ମସିହାରେ ଲୁଣା ଜଙ୍ଗଲ ୨୫୦.୬୪ ବର୍ଗ କିମି ଥିବା ବେଳେ ଦୁଇ ବର୍ଷ ରେ ୮.୩୪ ବର୍ଗ କିମି ବୃଦ୍ଧି ହୋଇ ୨୫୯ ବର୍ଗ କିମି ରେ ପହଞ୍ଚିଛି । ଜିଲ୍ଲାରେ ସର୍ବାଧିକ ୭.୭୬ ବର୍ଗ କିମି ଲୁଣା ଜଙ୍ଗଲ ବୃଦ୍ଧି ପାଇଥିବା ବେଳେ ଭଦ୍ରକରେ ସମାନ ଥିବା ବେଳେ ପୁରୀରେ ୦.୦୨ ଲୁଣା ଜଙ୍ଗଲ ହ୍ରାସ ପାଇଛି । କେନ୍ଦ୍ରାପଡା ଉପକୂଳବର୍ତ୍ତୀ ଅଞ୍ଚଳରେ ଲୁଣା ଜଙ୍ଗଲ ବୃଦ୍ଧି ପାଉଥିବାରୁ ପରିବେଶବିତ ମାନେ ଖୁସି ବ୍ୟକ୍ତ କରିଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ଜୀବିକାରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି ।

ବିଶେଷ ଭାବେ କେନ୍ଦ୍ରାପଡାର ଭିତରକନିକା ରେ ରାଜ୍ୟର ୮୧ ପ୍ରତିଶତ ଲୁଣା ଜଙ୍ଗଲ ରହିଛି । ସରକାର ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ଜଙ୍ଗଲ ବୃଦ୍ଧି ପାଇବାରେ ଲାଗିଛି । ଜଙ୍ଗଲ ଉପକୂଳର ସୁରକ୍ଷା କବଚ । ଜିଲ୍ଲାରେ ଲୁଣା ଜଙ୍ଗଲ ଯୋଗୁଁ ଅନେକ ବାତ୍ୟା ଦିଗ ବଦଳାଇବା ସହ ନଦୀ କୂଳ ଖାଇବା ଓ ସମୁଦ୍ର ତଟକ୍ଷୟକୁ ରୋକିବାରେ ବେଶ ସହାୟକ ହେଉଛି । ତେବେ ଚିଙ୍ଗୁଡି ଘେରି ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ଲୁଣା ଜଙ୍ଗଲ ଭବିଷ୍ୟତରେ ବିପଦ ସୃଷ୍ଟି କରିବ ବୋଲି ପରିବେଶବିତ୍ ଆଶଙ୍କା କରିଛନ୍ତି ।