Advertisment

ଚାଷ ପାଇଁ ଛାଡ଼ି ଦେଲେ ଓଏଏସ୍‌ ଚାକିରି; ଆଜି ସଫଳ ଚାଷୀଭାବେ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା

ପଦସ୍ଥ ସରକାରୀ ଅଫିସର ଥିଲେ। ହେଲେ ଚାକିରି ଭଲ ଲାଗିଲାନି। କିଛି ଭିନ୍ନ କରିବାର ଇଚ୍ଛା ତାଙ୍କୁ ଚାକିରି ଛାଡ଼ିବା ପାଇଁ ବାଧ୍ୟ କରିଥିଲା। ୧୨ ବର୍ଷର ଚାକରି ଜୀବନ ଛାଡ଼ି ଚାଷକୁ ଆପଣେଇ ନେଲେ। ଆଜି ସେ ଜଣେ ସଫଳ ବ୍ୟବସାୟୀ। ରୋଜଗାର କରୁଛନ୍ତି ମାସକୁ ଲକ୍ଷାଧିକ ଟଙ୍କା।

ଅଦ୍ୟତନ ହୋଇଛି
OAS officer became farmer

OAS officer became farmer

Advertisment

ବାଲେଶ୍ୱର: ପାଠ ପଢି ଭଲ ଚାକିରିଟିଏ କରିବାର ସ୍ୱପ୍ନ ସମସ୍ତଙ୍କର ଥାଏ। ବିଶେଷକରି ଓଏଏସ ଅଫିସରଟିଏ ହେବା ତ ଭାଗ୍ୟର କଥା। ହେଲେ ଏପରି ସୌଭାଗ୍ୟ ହାତ ପାଆନ୍ତାରେ ପାଇ ବି ତାହାକୁ ସେ ଏଡାଇ ଦେଇଛନ୍ତି। ଆଗେଇ ଆସିଛନ୍ତି କିଛି ଭିନ୍ନ କରିବାକୁ, କେବଳ ନିଜ ପାଇଁ ନୁହେଁ, ଅନ୍ୟ ପାଇଁ କିଛି କରିବାକୁ ।  ଓଏଏସ ଚାକିରୀ ଛାଡ଼ି ସେ ଆଜି ଏକ ସଫଳ ଚାଷୀର ପରିଚୟ ନେଇ ବଞ୍ଚିଛନ୍ତି। ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନେକ ଚାଷୀଙ୍କୁ ରୋଜଗାରର ବାଟ ଦେଖାଇ ପାରିଛନ୍ତି। ସେ ହେଉଛନ୍ତି ବାଲେଶ୍ୱରର ଜଣେ ଉଚ୍ଚଶିକ୍ଷିତା ମହିଳା ଡ.ନୀନା ସିଂ। 

Advertisment

ସରକାରୀ ଚାକିରୀ ଛାଡି ଆତ୍ମନିର୍ଭରଶୀଳ ହେବାର ସ୍ୱପ୍ନ ଦେଖି ସଫଳ ହୋଇପାରିଛନ୍ତି ବାଲେଶ୍ୱରର  ଡ. ନୀନା ସିଂ  । କାହା ଅଧିନରେ ନୁହଁ ବରଂ ଆତ୍ମନିର୍ଭରଶୀଳ ହେବା ପାଇଁ ଓଏଏସ ଭଳି ଚାକିରୀ ଛାଡିଛନ୍ତି  । ଏବେ ସେ ମୁକ୍ତା ବ୍ୟବସାୟ ସହ ଷ୍ଟିଭିଆ ନାମକ ଏକ ପ୍ରକାର ସୁଗାର ଫ୍ରି ଗଛ ଚାଷ କରୁଛନ୍ତି। ଏହାକୁ ବିକ୍ରୀକରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ।

Advertisment

ନିନାଙ୍କ ଘର ବାଲେଶ୍ୱର ସହର ନିକଟ ରେମୁଣା ଗୋଲେଇରେ।  ଷ୍ଟିଭିଆ ନାମକ ଏକ ତୁଳସୀ ଜାତୀୟ ଗୁଳ୍ମଜାତୀୟ ଗଛ ଚାଷକରି ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି ।  ଷ୍ଟିଭିଆ ଏକ ପ୍ରକାର ମିଠା ଜାତୀୟ ଗଛ,  ଯାହା ସଂପୂର୍ଣ୍ଣ ଶର୍କରା ମୁକ୍ତ।  ଏହାକୁ ମଧୁମେୟ ରୋଗୀମାନେ ଖାଇପାରିବେ।  ଏହି ଜାତୀୟ ଗଛ ସେ ୫୦ ଡିସିମିଲ ଜାଗାରେ ଚାଷକରି ଏଥିରୁ ଗ୍ରୀନ ପାଉଡର, ଲିକ୍ୱିଡ, ଚା ଆଦି ପ୍ରସ୍ତୁତ କରି ଏହାକୁ ରାଜ୍ୟ ବାହାରକୁ ପଠାଉଛନ୍ତି । ଏହି ଉତ୍ପାଦନକୁ ସେ ବିକ୍ରୀ କରି ମାସକୁ ହାରାହାରି ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି  । କେବଳ ସେତିକି ନୁହଁ ସେ ଜଣେ ସଫଳ ମୁକ୍ତା ଚାଷୀ ମଧ୍ୟ। 

ନୀନା ସିଂ ଘର ବାଲେଶ୍ୱର ସହର ନିକଟ ରେମୁଣା ଗୋଲେଇରେ। ପ୍ରାଣୀ ବିଜ୍ଞାନରେ ସ୍ନାତ୍ତୋକତର ପାସ୍‌ କରିବା ପରେ ପି.ଏଚ.ଡି. କରିଛନ୍ତି । ୧୯୯୯ ମସିହାରେ ସେ ଓଡ଼ିଶା ପ୍ରଶାସନିକ ସେବାରେ କ୍ୟାରିୟର ଆରମ୍ଭ କରିଥିଲେ ।  ୧୨ ବର୍ଷ  ଓଡିଶା ପ୍ରଶାସନିକ ସେବାରେ ପଦାଧିକାରୀ ଭାବେ ଚାକିରୀ କରିଥିଲେ।  ହେଲେ ଭିନ୍ନ କିଛି କାମ କରିବା ପାଇଁ ସେ ଓଏଏସ ଚାକିରୀକୁ ଛାଡି ଦେଇଥିଲେ ।

Advertisment

ଏହାବ୍ୟତୀତ ନୀନା ସିଂ ନିଜ ଘରେ ୧୦ ଲକ୍ଷରୁ ଅଧିକ ଟଙ୍କା ବିନିଯୋଗ କରି ଉତ୍ପାଦନ କରୁଛନ୍ତି ଷ୍ଟିଭିସାନ୍ ପ୍ରଡକ୍ଟ । ଏଥିରୁ ସେ ଚାହା, ମିଠା ତିଆରି କରିବା ସହ ପାଉଡର ଏବଂ ସୁଗାର ଫ୍ରି ଲିକୁଇଡ୍ ଆଦି ସଂପୂର୍ଣ୍ଣ ହର୍ବାଲ ପ୍ରଡକ୍ଟ  ପ୍ରସ୍ତୁତ କରୁଛନ୍ତି ।  ବାହାର ବଜାରରେ ଏହାର ଖୁବ୍‌ ଚାହିଦା ରହିଛି  ।  ଘରେ ବିଭିନ୍ନ ପ୍ରକାର ମେସିନ ଯୋଗେ ଏପରି ଉତ୍ପାଦ ପ୍ରସ୍ତୁତ କରିବା ସହ ପ୍ୟାକେଟିଂ ସହ ଲୋଗୋ ବ୍ୟବହାର କରୁଛନ୍ତି ନୀନା । ଏଥିରୁ ସେ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି।  

ଏହାବ୍ୟତୀତ  ଶାମୁକାରୁ ମୁକ୍ତା ଉତ୍ପାଦନ କରି ସେଥିରୁ ବିଭିନ୍ନ ପ୍ରକାର ଡିଜାଇନର କସମେଟିକ୍ ପ୍ରସ୍ତୁତ କରିବାରେ ମଧ୍ୟ ଡ. ନୀନା  ସିଂଙ୍କର ବେଶ ଦକ୍ଷତା ରହିଛି।  ଏସବୁକୁ ସେ ବାହାର ରାଜ୍ୟକୁ ଅର୍ଡର ଅନୁଯାୟୀ ପଠାଇଥାନ୍ତି । ସେଥିରୁ ମଧ୍ୟ ଭଲ ରୋଜଗାର କରିଥାନ୍ତି ନୀନା ।

ନିଜର ଏପରି ସଫଳତା ସମ୍ପର୍କରେ ନୀନା କୁହାନ୍ତି, କିଛି ଭିନ୍ନ କରିବାକୁ ମୁଁ ଚାହେଁ। ଯାହା କମନ୍‌ ଲୋକ କରିଥାନ୍ତି, ମୁଁ ତାହା କରିବାକୁ ଚାହେଁନି। ବରଂ ଯାହା କମ୍‌ ଲୋକ କରନ୍ତି ମୁଁ ତାକୁ ପସନ୍ଦ କରିଥାଏ। ତା’ ଛଡ଼ା ମୋର ଏପରି କାମ ଦ୍ୱାରା ଖାଲି ମୁଁ ନୁହେଁ, ଅନେକ ଚାଷୀ ମଧ୍ୟ ଉପକୃତ ହୋଇ ପାରିବେ। ଏହି ଷ୍ଟିଭିଆ ଚାଷ ଦ୍ୱାରା ସେମାନେ ଏକର ପିଛା ୩ରୁ ୪ ଲକ୍ଷ ରୋଜଗାର କରିପାରିବେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ