ଅଦରକାରୀ କାଗଜରୁ ସୁନ୍ଦର ପ୍ରତିମୂର୍ତ୍ତି : ରୋଜଗାର ଜାଣିଲେ ଉଡ଼ିଯିବ ହୋସ୍‌

ଭଳିକି ଭଳି ରଙ୍ଗ ବେରଙ୍ଗର ଫୁଲଦାନି, ପେନ୍ ଷ୍ଟାଣ୍ଡ, ନଟରାଜ ସହ ବିଭିନ୍ନ ପ୍ରକାର ମୄର୍ତ୍ତିରେ ସଜେଇ ହୋଇଛି ପୂରା ଘର । ସମସ୍ତେ ବ୍ୟସ୍ତ ଅଛନ୍ତି କାମରେ । ନିଜ ନିଜର କାରିଗରୀ କୌଶଳ ମାଧ୍ୟମରେ ଅଦରକାରୀ କାଗଜରୁ ନିଖୁଣ ଭାବରେ ମୄର୍ତ୍ତିକୁ ଜୀବନ୍ତ କରିବାରେ ବ୍ୟସ୍ତ ଅଛନ୍ତି ଗାଁର ମହିଳାମାନେ ।

Crafts from waste papers

ବର୍ଜ୍ୟ ବସ୍ତୁରୁ ନିଜର କଳା ମାଧ୍ୟମରେ ସୁନ୍ଦର ଘରୋଇ ଉପକରଣ ତିଆରି କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟକୁ ଦେଇଛନ୍ତି ରୋଜଗାର । ଏମିତି ସୁନ୍ଦର କଳାକୃତି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ କରଞ୍ଜଆଡିଆ ଗ୍ରାମପଞ୍ଚାୟତ ରହିମପୁରରେ । ଜିନିଷ ଗୁଡିକ ଏତେ ସୁନ୍ଦର ଦିଶୁଛି ଦେଖିଲେ ଆଖି ଲାଖିଯିବ ।

ଭଳିକି ଭଳି ରଙ୍ଗ ବେରଙ୍ଗର ଫୁଲଦାନି, ପେନ୍ ଷ୍ଟାଣ୍ଡ, ନଟରାଜ ସହ ବିଭିନ୍ନ ପ୍ରକାର ମୄର୍ତ୍ତିରେ ସଜେଇ ହୋଇଛି ପୂରା ଘର । ସମସ୍ତେ ବ୍ୟସ୍ତ ଅଛନ୍ତି କାମରେ । ନିଜ ନିଜର କାରିଗରୀ କୌଶଳ ମାଧ୍ୟମରେ ଅଦରକାରୀ କାଗଜରୁ ନିଖୁଣ ଭାବରେ ମୄର୍ତ୍ତିକୁ ଜୀବନ୍ତ କରିବାରେ ବ୍ୟସ୍ତ ଅଛନ୍ତି ଗାଁର ମହିଳାମାନେ । କିଏ ତୁଳି ଧରି ରଙ୍ଗ ଦେଉଛି ତ ପୁଣି କିଏ ଛାଞ୍ଚ ସଜାଡୁଛି । କିଏ ମୃର୍ତ୍ତି ଗୁଡିକୁ ଚିକ୍କଣ କରିବାକୁ ବାଲି କାଗଜ ଧରି ପଲିସ ବି କରୁଛି । ଭଦ୍ରକ ବାସୁଦେବବପୁର ବ୍ଲକ କରଞ୍ଜିଆଡିଆ ଗ୍ରାମପଞ୍ଚାୟତ ରହିମପୁରରେ ଥିବା ମାଆ ଗଙ୍ଗାମାତା ପେପର ମେଚି ପ୍ରଡ୍ୟୁସର ଗ୍ରୁପର ମହିଳାମାନେ ଏବେ ଅଦରକାରୀ କାଗଜରେ ତିଆରି କରୁଛନ୍ତି ବିଭିନ୍ନ ଗିଫ୍ଟ ।

ସବୁ ସୁନ୍ଦର ସୁନ୍ଦର କଳାକୃତି ଅଦରକାରୀ ଚିରା ଖବରକାଗଜ, ଚିରା କାର୍ଟୁନ, ପିଲାଙ୍କ ପୁରୁଣା ବହି, ଖାତାରୁ ପ୍ରସ୍ତୁତ ହେଉଛି । ଏହାକୁ ତିଆରି କରି ସ୍ବାବଲମ୍ବୀ ହେଉଛନ୍ତି ଗ୍ରାମାଞ୍ଚଳର ମହିଳାମାନେ । ମହିଳା ଗୋଷ୍ଠୀର ସଦସ୍ୟାମାନେ ନିଜ ନିଜର କର୍ମ ବହୁଳ ଜୀବନର କିଛି ବଳକା ସମୟରେ ବିଭିନ୍ନ କଳାକୃତି କରୁଛନ୍ତି । କଳାକୃତି ତିଆରି ହେବା ପରେ ଭଦ୍ରକ, ରାଉରକେଲା, ଭୁବନେଶ୍ୱର ଆଦି ସ୍ଥାନରେ ଏହାକୁ ବିକ୍ରି କରି କିଛି ଅର୍ଥ ବି ଉପାର୍ଜନ କରିପାରୁଛନ୍ତି ।

ସରକାରଙ୍କ ମିଶନ ଶକ୍ତି ମାଧ୍ୟମରେ ମହିଳାମାନଙ୍କୁ ସ୍ଵାବଲମ୍ବୀ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଅଦରକାରୀ ବର୍ଜ୍ୟୁବସ୍ତୁ ଜରିଆରେ ସୁନ୍ଦର କଳାକୃତି ପ୍ରସ୍ତୁତ କରୁଥିବା ଏହି ସ୍ଵୟଂ ସହାୟିକା ଗୋଷ୍ଠୀ ପ୍ରତି ପ୍ରଶାସନ ଦୃଷ୍ଟି ଦେଲେ ମହିଳାମାନେ ଅଧିକରୁ ଅଧିକ ରୋଜଗାର କ୍ଷମ ହୋଇ ପାରନ୍ତେ ବୋଲି କହୁଛନ୍ତି ସ୍ଥାନୀୟ ବାସିନ୍ଦା ।