Astrospeak
  • Live TV
  • Read In English

ବରଗଡ଼ରେ ଫ୍ୟାଶନ୍ ସୋ, ସମ୍ବଲପୁରୀ ଡିଜାଇନ୍‌ରେ ୱେଷ୍ଟର୍ଣ୍ଣ ଛୁଙ୍କ

ସମ୍ବଲପୁରୀ ବସ୍ତ୍ରର ପ୍ରଚାର ପ୍ରସାର ତଥା ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ ଆତ୍ମର୍ନିଭରଶୀଳ କରିବା ଲକ୍ଷ୍ୟ ନେଇ ବରଗଡ଼ ସ୍ୱୟଂସିଦ୍ଧା ଭବନରେ ଅନୁଷ୍ଠିତ ହୋଇଯାଇଛି ସମ୍ବଲପୁରୀ ବସ୍ତ୍ର ଉପରେ ଫ୍ୟାସନ ଶୋ । ଭାରତୀୟ ଉଦ୍ୟମିତା ବିକାଶ ସଂସ୍ଥା- EDII ପକ୍ଷରୁ ଆୟୋଜିତ ଏହି ସୋରେ ଶତାଧିକ ଛାତ୍ର ଛାତ୍ରୀ, ମଡେଲ୍ ଓ ବୁଣାକାର ସାମିଲ ହୋଇଥିବା ବେଳେ ସମସ୍ତଙ୍କ ମନରେ ଏପରି କାର୍ଯ୍ୟକ୍ରମକୁ ନେଇ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା

fashion show
fashion show

News Summary

ଫ୍ୟାଶନ୍ ସୋରେ ସମ୍ବଲପୁରୀ ଡିଜାଇନ୍‌ର ଜଲ୍ଓ୍ୱା

ଫ୍ୟାଶନ୍ ସୋରେ ସମ୍ବଲପୁରୀ ଡିଜାଇନ୍‌ର ଜଲ୍ଓ୍ୱା କ୍ୟାଟ୍ ଓ୍ୱାକ୍ । ରାମ୍ପ ଓ୍ୱାକ୍ କୁନି କୁନି ପରୀଙ୍କଠୁ ସୁନ୍ଦରୀ ତରୁଣୀଙ୍କ ଯାଏଁ, ଆଉ ବାପା ମାଆଙ୍କ ହାତ ଧରି ନୂଆ ନୂଆ ଚାଲୁଛନ୍ତି ବର୍ଷକର ଶିଶୁ । ସମସ୍ତଙ୍କ ଦେହରେ ସୁନ୍ଦର ମାନୁଛି ସମ୍ବଲପୁରୀ ବସ୍ତ୍ର ।

ପାରମ୍ପରିକ ଶାଢ଼ୀଠୁ ‌ଆରମ୍ଭ କରି ୱେଷ୍ଟର୍ଣ୍ଣ ଛୁଙ୍କ, ମଡର୍ଣ୍ଣ ଫୁ୍ୟଜନ୍,ସମ୍ବଲପୁରୀ ବସ୍ତ୍ର ଯେ ସମସ୍ତଙ୍କ ଆବଶ୍ୟକତାକୁ ପୂରଣ କରିପାରିବ, ସମସ୍ତଙ୍କ ମନକୁ ଛୁଇଁପାରିବ, ବରଗଡ଼ ସହରରେ ଆୟୋଜିତ ଏହି ଫ୍ୟାଶନ୍ ସୋରେ ଦେଖିବାକୁ ମିଳିଛି । ସ୍ୱୟଂସିଦ୍ଧା ଭବନରେ ଆୟୋଜିତ ଏହି ସୋରେ ବରଗଡ଼ ଜିଲ୍ଲାର ବହୁ ଛାତ୍ରଛାତ୍ରୀ, ମଡେଲ୍, ବୁଣାକାର ଓ ବ୍ୟବସାୟୀ ଯୋଗ ଦେଇଥିଲେ । ସମ୍ବଲପୁରୀ ବସ୍ତ୍ରର ଚାହିଦା ବୃଦ୍ଧି ଏବଂ ବୁଣାକାର ମାନଙ୍କ ଉନ୍ନତି ଉଦ୍ଦେଶ୍ୟରେ ଏହା ଆୟୋଜିତ ହୋଇଥିଲା

ରାଜ୍ୟ ଓ ଦେଶର ସୀମା ଡେଇଁ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ସମ୍ବଲପୁରୀ ବସ୍ତ୍ର । ତଥାପି ଏହାର ଚାହିଦା ଆଶାନୁରୂପ ବଢ଼ିପାରୁନଥିବାରୁ ଆର୍ଥିକ ସଂକଟରେ ଏହାର ବୁଣାକାର ସେଇ ଦୃଷ୍ଟିରୁ ଭାରତୀୟ ଉଦ୍ୟମତା ବିକାଶ ସଂସ୍ଥା- EDII ପକ୍ଷରୁ ଏହି ଫ୍ୟାଶନ୍ ସୋ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବୁଣାକାରମାନଙ୍କର କାରିଗରୀ ପ୍ରଦର୍ଶିତ ହେବା ସହ, ସିଧାସଲଖ ବ୍ୟବସାୟୀଙ୍କ ସହ ସଂପର୍କ ସ୍ଥାପନ ହୋଇପାରିବ ବୋଲି ଆଶା ରଖିଛନ୍ତି ‌ଆୟୋଜକ ।