Advertisment

ଆନ୍ତର୍ଜାତୀୟ ମହିଳା ଦିବସ ପାଇଁ ମାର୍ଚ୍ଚ ୮ କାହିଁକି?

ପ୍ରତିବର୍ଷ ମାର୍ଚ୍ଚ ୮ରେ ମହିଳା ଦିବସ ଅବସରରେ ବିଶ୍ୱର ସମସ୍ତ ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ତେବେ ଆପଣ ଜାଣନ୍ତି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କେବେ ଏବଂ କେଉଁଠାରୁ ଆରମ୍ଭ ହୋଇଥିଲା? ଆନ୍ତର୍ଜାତୀୟ ମହିଳା ଦିବସ କେବଳ ମାର୍ଚ୍ଚ ୮ରେ କାହିଁକି ପାଳନ କରାଯାଏ?

ଅଦ୍ୟତନ ହୋଇଛି
International Women Day-2022

International Women Day-2022

Advertisment

ସମୟ ସହିତ ମହିଳାମାନେ ସମାଜ ଏବଂ ରାଷ୍ଟ୍ର ଗଠନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛନ୍ତି। ନିଜ ଘର ଓ ପରିବାରରେ ସୀମିତ ରହିଥିବା ମହିଳା ଯେବେ ଚାରି କାନ୍ଥରୁ ବାହାରି ଆସିଲେ, ସେମାନେ ଅଦ୍ଭୁତ ସଫଳତା ପାଇବା ଆରମ୍ଭ କଲେ। କ୍ରୀଡା ଠାରୁ ଆରମ୍ଭ କରି ମନୋରଞ୍ଜନ ଏବଂ ରାଜନୀତି ଠାରୁ ସାମରିକ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ପର୍ଯ୍ୟନ୍ତ ମହିଳାମାନେ କେବଳ ଜଡିତ ନୁହଁନ୍ତି ବରଂ ଏକ ବଡ଼ ଭୂମିକା ମଧ୍ୟ ଗ୍ରହଣ କରିଛନ୍ତି।

Advertisment

ମହିଳାମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ଅବଗତ କରାଇବା ଏବଂ ସେମାନଙ୍କ ଜୀବନରେ ଉନ୍ନତି ଆଣିବା ଲକ୍ଷ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଏ। ପ୍ରତିବର୍ଷ ମାର୍ଚ୍ଚ ୮ରେ ମହିଳା ଦିବସ ଅବସରରେ ବିଶ୍ୱର ସମସ୍ତ ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ତେବେ ଆପଣ ଜାଣନ୍ତି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କେବେ ଏବଂ କେଉଁଠାରୁ ଆରମ୍ଭ ହୋଇଥିଲା? ଆନ୍ତର୍ଜାତୀୟ ମହିଳା ଦିବସ କେବଳ ମାର୍ଚ୍ଚ ୮ରେ କାହିଁକି ପାଳନ କରାଯାଏ?

ମହିଳା ଦିବସ କେବେ ଆରମ୍ଭ ହେଲା?

୧୯୦୮ ମସିହାରେ ଆମେରିକାରେ ଏକ ଶ୍ରମିକ ଆନ୍ଦୋଳନ ହୋଇଥିଲା, ଯେଉଁଥିରେ ବହୁ ସଂଖ୍ୟକ ମହିଳା ଅଂଶଗ୍ରହଣ କରିଥିଲେ। ପ୍ରାୟ ୧୫,୦୦୦ ମହିଳା ନ୍ୟୁୟର୍କର ରାସ୍ତାରେ ଯାଇ ସେମାନଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିଥିଲେ। କାର୍ଯ୍ୟରତ ମହିଳାମାନେ ସେମାନଙ୍କର କାମର ସମୟ ହ୍ରାସ କରେଇବା ଏବଂ ଦରମା ବୃଦ୍ଧି କରେଇବା ନେଇ ଦାବି କରିଥିଲେ। ମହିଳାମାନେ ଭୋଟ୍ ଦେବାର ଅଧିକାର ମଧ୍ୟ ଦାବି କରିଥିଲେ। ସେମାନଙ୍କର ଅଧିକାରକୁ ନେଇ ମହିଳାଙ୍କ ଉଚ୍ଚ ସ୍ୱର ତତ୍କାଳୀନ ସରକାରଙ୍କ କାନରେ ପଡିଲା। ତା’ପରେ ୧୯୦୯ ମସିହାରେ, ଆମେରିକାର ସୋଶଲିଷ୍ଟ ପାର୍ଟି ମହିଳା ଦିବସ ପାଳନ କରିବାକୁ ଘୋଷଣା କଲା।

Advertisment

ଆନ୍ତର୍ଜାତୀୟ ମହିଳା ଦିବସ ପାଇଁ ମାର୍ଚ୍ଚ ୮ କାହିଁକି?

ମାର୍ଚ୍ଚ ୮ ରେ, ଆମେରିକାର ମହିଳାମାନେ ସେମାନଙ୍କର ଅଧିକାର ପାଇଁ ଏକ ପଦଯାତ୍ରା କରିଥିଲେ। ଏହି ଦିନ ମଧ୍ୟ ମହିଳା ଦିବସ ପାଳନ କରିବାକୁ ଘୋଷଣା କରାଯାଇଥିଲା। ଏଥି ସହିତ ୧୯୧୭ ମସିହାରେ, ପ୍ରଥମ ବିଶ୍ୱଯୁଦ୍ଧ ସମୟରେ, ଋଷର ମହିଳାମାନେ ରୁଟି ଏବଂ ଶାନ୍ତି ପାଇଁ ଧର୍ମଘଟ ଆରମ୍ଭ କରିଥିଲେ। ସେମାନେ ଯୁଦ୍ଧକୁ ନେଇ ସେମାନଙ୍କର ଦାବି ଏବଂ ମତାମତ ମଧ୍ୟ ରଖିଥିଲେ। ଏହା ପରେ ସମ୍ରାଟ ନିକୋଲାସ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ ଏବଂ ମହିଳାମାନେ ଭୋଟ୍ ଦେବାର ଅଧିକାର ପାଇଥିଲେ।

ସେମାନଙ୍କୁ ଦିଆଯାଇଥିବା ଅଧିକାରକୁ ଦୃଷ୍ଟିରେ ରଖି ୟୁରୋପରେ ମହିଳାମାନେ ମଧ୍ୟ କିଛି ଦିନ ପରେ ମାର୍ଚ୍ଚ ୮ରେ ଶାନ୍ତି କାର୍ଯ୍ୟକର୍ତ୍ତାଙ୍କୁ ସମର୍ଥନ କରିଥିଲେ। ଏହି କାରଣରୁ ମାର୍ଚ୍ଚ ୮ରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଆରମ୍ଭ ହୋଇଥିଲା। ପରେ ୧୯୭୫ରେ ମିଳିତ ଜାତିସଂଘ ଆନ୍ତର୍ଜାତୀୟ ମହିଳା ଦିବସକୁ ମାନ୍ୟତା ଦେଲା।

Advertisment

ମହିଳା ଦିବସର ଉଦ୍ଦେଶ୍ୟ ଓ ଗୁରୁତ୍ୱ:

ଯଦିଓ ଆଜି ବିଶ୍ୱର ସମସ୍ତ ଦେଶ ସଚେତନ, କିନ୍ତୁ ମହିଳାଙ୍କ ଅଧିକାର ପାଇଁ ସଂଗ୍ରାମ ଜାରି ରହିଛି। ଅନେକ କ୍ଷେତ୍ରରେ ମହିଳାମାନେ ଆଜି ମଧ୍ୟ ସମାନ ସମ୍ମାନ ଏବଂ ଅଧିକାର ପାଇ ନାହାଁନ୍ତି। ମହିଳାମାନଙ୍କୁ ଏହି ଅଧିକାର ଏବଂ ସମ୍ମାନ ବିଷୟରେ ସମାଜକୁ ଅବଗତ କରାଇବା ଲକ୍ଷ୍ୟରେ ପ୍ରତିବର୍ଷ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି।

International Women Day-2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ