ଜୀବନ ଓ ପରମ୍ପରା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଯେଉଠି ଅଛି ଜୀବନ ସେଠି ନିଶ୍ଚିତ ବଞ୍ଚିଛି ଏକ ପରମ୍ପରା। ଏ ଦୁନିଆରେ ଅନେକ ଦେଶ ଥିବା ବେଳେ ଭିନ୍ନ ଭିନ୍ନ ସମୁଦାୟର ଲୋକେ ମଧ୍ୟ ଅଛନ୍ତି। ସମସ୍ତେ କୌଣସି ନା କୌଣସି ଏକ ପରମ୍ପରାରେ ବନ୍ଧା। ସେସବୁ ମଧ୍ୟରେ ଏମିତି ମଧ୍ୟ କେତେକ ପରମ୍ପରା ଅଛି ଯାହାକୁ ଶୁଣିଲେ ଅଜବ ଲାଗେ।
ଭାରତ ଏକ ବିଭିନ୍ନ ଧର୍ମ ଓ ପରମ୍ପରାର ଦେଶ। ଏଠି ଅନେକ ପ୍ରଥା ଓ ରୀତି ଦେଖିବାକୁ ମିଳେ। ଏଥିରେ ମଧ୍ୟ ଅନେକ ପରମ୍ପରା ଅଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ତେବେ ଆସନ୍ତୁ ଏହି ଭାରତରେ ବଞ୍ଚିଥିବା ଏମିତି ଏକ ଅଜବ ପରମ୍ପରା ବିଷୟରେ ଜାଣିନେବା ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ କହିବେ ଯେ, ଭାରତରେ ବି ଏମିତି ପ୍ରଥା ରହିଛି!
Also Read
ଭାରତରେ ଅନେକ ସମ୍ପ୍ରଦାୟର ଲୋକେ ରୁହନ୍ତି ଏବଂ ସମସ୍ତଙ୍କର ପ୍ରଥା ପରମ୍ପରା ମଧ୍ୟ ଭିନ୍ନ। କିନ୍ତୁ ସମସ୍ତ ଧର୍ମ ଓ ସମ୍ପ୍ରଦାୟର ଅଧିକାଂଶ ମହିଳାଙ୍କୁ ନିୟମ ଓ ରୀତିନୀତି ମାନିବାକୁ ପଡିଥାଏ। ଏନେଇ ହିନ୍ଦୁ ଧର୍ମରେ ବିବାହ ପରେ ବିବାହିତ ମହିଳାମାନେ ବିନ୍ଦି, ସିନ୍ଦୁର ଭଳି ଜିନିଷରେ ନିଜକୁ ସଜ୍ଜେଇ ହେବା ଜରୁରୀ ବୋଲି ବିବେଚନା କରାଯାଏ।
ବିନ୍ଦି, ସିନ୍ଦୁର ବିବାହିତ ମହିଳାମାନଙ୍କର ପ୍ରତୀକ ବୋଲି ଧରାଯାଏ। ହିନ୍ଦୁ ଧର୍ମରେ ବିଶ୍ୱାସ କରାଯାଏ ଯେ ସ୍ୱାମୀଙ୍କ ଦୀର୍ଘ ଜୀବନ ପାଇଁ ମହିଳାମାନେ ନିଜକୁ ଷୋହଳ ଶୃଙ୍ଗାର କରନ୍ତି। ଏହା ନ କରିଲେ ଅଶୁଭ ବୋଲି ଧରାଯାଏ। କିନ୍ତୁ ଆମ ଦେଶରେ ବି ଏପରି ଏକ ସମ୍ପ୍ରଦାୟ ଅଛନ୍ତି, ଯେଉଁଠାରେ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ ପାଇଁ ପତ୍ନୀମାନେ ବିଧବାଙ୍କ ପରି ଜୀବନଯାପନ କରନ୍ତି। ହୁଏତ ଏହାକୁ ଆପଣ ବିଶ୍ୱାସ ନ କରି ପାରନ୍ତି, କିନ୍ତୁ ଏହା ସତ। ତେବେ ଆସନ୍ତୁ ଏହି ସମ୍ପ୍ରଦାୟ ବିଷୟରେ ଜାଣିନେବା।
କିଏ ଏହି ସମ୍ପ୍ରଦାୟ:
କେଉଁଠି ରୁହନ୍ତି ଏହି ସମ୍ପ୍ରଦାୟ:
ଏହି ସମ୍ପ୍ରଦାୟର ଲୋକମାନେ ପୂର୍ବ ଉତ୍ତରପ୍ରଦେଶରେ ବାସ କରନ୍ତି। ଏହି ସମ୍ପ୍ରଦାୟର ପୁରୁଷମାନେ ବର୍ଷରେ ପାଞ୍ଚ ମାସ ଗଛରୁ ତାଡି ସଂଗ୍ରହ କାମ କରନ୍ତି। ଏହି ସମୟ ମଧ୍ୟରେ ମହିଳାମାନେ ବିଧବାଙ୍କ ପରି ଜୀବନଯାପନ କରନ୍ତି। ଏହି ସମ୍ପ୍ରଦାୟର ଏହା ଏକ ପରମ୍ପରା ଯେ ପ୍ରତିବର୍ଷ ଯେତେବେଳେ ପୁରୁଷମାନେ ଗଛରୁ ତାଡି ସଂଗ୍ରହ କରିବାକୁ ପାଞ୍ଚ ମାସ ପାଇଁ ବାହାରକୁ ଯାଆନ୍ତି, ସେତେବେଳେ ବିବାହିତ ମହିଳାମାନେ ସେମାନଙ୍କ ସିନ୍ଥିରେ ସିନ୍ଦୁର କିମ୍ବା ବିନ୍ଦି ବ୍ୟବହାର କରନ୍ତି ନାହିଁ। ଏହା ସହିତ ସେମାନେ ନିଜକୁ ଅନ୍ୟ କୌଣସି ବେଶଭୁଶା ବା ଆଭୂଷଣରେ ସଜ୍ଜିତ କରନ୍ତି ନାହିଁ।
କାହିଁକି ହୁଅନ୍ତି ବିଧବା:
ତାଳ ଗଛରେ ଚଢି ତାଡି ବାହାର କରିବା ଏକ କଷ୍ଟକର କାର୍ଯ୍ୟ ବୋଲି ବିବେଚନା କରାଯାଏ। ତାଳ ଗଛଗୁଡ଼ିକ ବହୁତ ଲମ୍ବା ଏବଂ ସିଧା ହୋଇଥାଏ। ଏହି ସମୟରେ, ଯଦି ସାମାନ୍ୟ ବି ଭୁଲ୍ ହୁଏ, ତେବେ ଜଣେ ବ୍ୟକ୍ତି ଗଛରୁ ଖସିପଡି ମୃତ୍ୟୁବରଣ କରିପାରନ୍ତି।
ସେଥିପାଇଁ ସେମାନଙ୍କର ପତ୍ନୀମାନେ ସ୍ୱାମୀଙ୍କ ଦୀର୍ଘ ଜୀବନ ପାଇଁ କୁଲଦେବୀଙ୍କୁ ପ୍ରାର୍ଥନା କରନ୍ତି ଏବଂ ସେମାନଙ୍କ ସମସ୍ତ ଆଭୂଷଣ ମା’ଙ୍କ ମନ୍ଦିରରେ ରଖିଦିଅନ୍ତି। ଗଛୱାହ ସମ୍ପ୍ରଦାୟ ତାରକୁଲହା ଦେବୀଙ୍କୁ ସେମାନଙ୍କର କୁଲଦେବୀ ଭାବରେ ବିବେଚନା କରନ୍ତି ଏବଂ ତାଙ୍କୁ ପୂଜା କରନ୍ତି। ଏହି ସମ୍ପ୍ରଦାୟ ବିଶ୍ୱାସ କରନ୍ତି ଯେ ଏହା କରିବା ଦ୍ୱାରା କୁଲଦେବୀ ସନ୍ତୁଷ୍ଟ ହୋଇଥାନ୍ତି। ଯାହାଫଳରେ ସେମାନଙ୍କ ସ୍ୱାମୀ ୫ ମାସ ବାହାରେ କାମ କରିବା ପରେ ନିରାପଦରେ ଘରକୁ ଫେରନ୍ତି।