Advertisment

ଚାଷୀଙ୍କୁ କନ୍ଦାଉଛି ପିଆଜ; କିଲୋକୁ ୫ରୁ ୭ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ

ପିଆଜ, କେବେ ଖାଉଟୀଙ୍କୁ କନ୍ଦାଏ ତ ଆଉ କେବେ ଚାଷୀଙ୍କୁ । ବଜାର ବ୍ୟବସ୍ଥା ଏବଂ ସଂରକ୍ଷଣ ସୁବିଧା ଅଭାବରୁ ହାଣ୍ଡିଶାଳର ଅତି ଦରକାରୀ ପରିବା ଯେ ହୀନ ଦରରେ ବିକ୍ରି ହେବ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ।

ଅଦ୍ୟତନ ହୋଇଛି
undefined

Onion Sell

Advertisment

ବଜାର ବ୍ୟବସ୍ଥା ଓ ସଂରକ୍ଷଣ ସୁବିଧା ଅଭାବରୁ କଷ୍ଟ ଉପାର୍ଜିତ ଅମଳକୁ ବିକିନପାରି ହୀନସ୍ତା ହେଉଥିବା ପିଆଜ ଚାଷୀଙ୍କୁ ପିଛା ଛାଡୁନି ଦୁର୍ଦ୍ଦଶା । ଅଭାବି ବିକ୍ରୀର ଶୀକାର ହେଉଥିବା ଚାଷୀ କାନମୁଣ୍ଡା ଆଉଁଷି କିଲେ ପିଆଜକୁ ୫ରୁ ୭ଟଙ୍କାରେ ବିକ୍ରି କରୁଛି । ଫଳରେ ଧାର କରଜ ଶୁଝିବା ତ ଦୂରର କଥା, ମଜୁରିଆଙ୍କୁ ମୂଲ ବି ଦେଇହେଉନି କି ତେଲ ଲୁଣର ସଂସାର ଚଳାଇ ହେଉନି । ଏହାକୁ ନେଇ ଚାଷୀ ଏବେ ଚିନ୍ତାରେ । ନୂଆପଡ଼ା ଏବଂ ବଲାଙ୍ଗିର ଜିଲ୍ଲାରୁ ଦେଖନ୍ତୁ ପିଆଜ ଚାଷୀଙ୍କ ଦୁର୍ଦ୍ଦଶାର କାହାଣୀ ।

Advertisment

ପିଆଜ, କେବେ ଖାଉଟୀଙ୍କୁ କନ୍ଦାଏ ତ ଆଉ କେବେ ଚାଷୀଙ୍କୁ । ବଜାର ବ୍ୟବସ୍ଥା ଏବଂ ସଂରକ୍ଷଣ ସୁବିଧା ଅଭାବରୁ ହାଣ୍ଡିଶାଳର ଅତି ଦରକାରୀ ପରିବା ଯେ ହୀନ ଦରରେ ବିକ୍ରି ହେବ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି । ନୂଆପଡ଼ା ଜିଲ୍ଲାର ପିଆଜ ଚାଷୀ ଭିକାରୀ ପ୍ରତିବର୍ଷ ଭଳି ଏଥର ବି ପିଆଜ ଚାଷ କରିଛନ୍ତି । ୫୦ ପ୍ୟାକେଟ୍ ପିଆଜ ଅମଳ କରିସାରିଲେଣି, ଆଉ ୫୦ ପ୍ୟାକେଟ୍ ପିଆଜ ଅମଳ ହେବ ବୋଲି ଆଶା ରଖିଛନ୍ତି । କିନ୍ତୁ, ମନରେ ଛନକା, କିଲୋ ପିଛା ଏବେ ୫ରୁ ୭ ଟଙ୍କାରେ ବିକ୍ରି ହେଉଛି ପିଆଜ ।

ଭିକାରୀ ହାତୀଙ୍କ ଭଳି ନୂଆପଡ଼ା ଜିଲ୍ଲାରେ ଏବର୍ଷ ହଜାରେ ହେକଟର ଜମିରେ ପିଆଜ ଚାଷ କରିଥିଲେ ଶତାଧିକ ଚାଷୀ । କିନ୍ତୁ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଏବଂ ଉପଯୁକ୍ତ ବଜାର ବ୍ୟବସ୍ଥା ଅଭାବରୁ ଜିଲ୍ଲାର ଚାଷୀ ଏବେ ଅଭାବୀ ବିକ୍ରିର ଶୀକାର ହୋଇ ହୀନ ଦରରେ ବିକ୍ରି କରୁଛନ୍ତି ପିଆଜ ।

Advertisment

ନୂଆପଡ଼ା ଭଳି ପଡ଼ୋଶୀ ବଲାଙ୍ଗିର ଜିଲ୍ଲାରେ ବି ଉତ୍କଟ ହୋଇଛି ପିଆଜର ଅଭାବି ବିକ୍ରୀ । ସାଧାରଣତଃ ହାଟ ବଜାରରେ କିଲୋ ପିଛା ୨୦ରୁ ୨୫ ଟଙ୍କା ଦେଇ ଖାଉଟୀ ପିଆଜ କିଣୁଥିଲେ ବି ଚାଷୀ କିନ୍ତୁ ୪ରୁ ୫ଟଙ୍କା ପାଉଛି । ବଲାଙ୍ଗିର ମୁରିବାହାଲ ବ୍ଲକ ଧାତୁକଜୁରୀ ଗାଁର ଚାଷୀ ଭୁବନ ତାଣ୍ଡି। ଏଭଳି ଅଭାବୀ ବିକ୍ରିକୁ ଦେଖି ଘରେ ଆଣି ପିଆଜକୁ ଗଚ୍ଛିତ ରଖିଛନ୍ତି । ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼, ସିନ୍ଧେକେଲା, ବଙ୍ଗୋମୁଣ୍ଡା ବ୍ଲକର ତୁରେକେଲା ଗାଁ ଓ ତୁରେକେଲା ବ୍ଲକର ବିଭିନ୍ନ ଗାଁରେ ହଜାର ହଜାର କୁଇଣ୍ଟାଲ ପିଆଜ ଅମଳ ହୋଇଥିଲେ ବି ଶୀତଳ ଭଣ୍ଡାର ତ ଦୂରର କଥା, ସଂରକ୍ଷଣ ପାଇଁ ସାମାନ୍ୟତମ ବ୍ୟବସ୍ଥା ନ ଥିବାରୁ ଅଧିକାଂଶ ପିଆଜ ନଷ୍ଟ ହେଉଛି, ତେଣୁ ଦଲାଲ ହାତରେ ବର୍ଷକର ଅମଳକୁ ହୀନ ଦରରେ ଟେକିଦେଉଛନ୍ତି ଚାଷୀ। 

ଚାଷୀଙ୍କୁ ଉନ୍ନତ ବିହନ ଏବଂ ଆବଶ୍ୟକ ସାର ସହ ପିଆଜ ସଂରକ୍ଷଣ ପାଇଁ ସୁବିଧା ଯୋଗାଉ ନଥିବାରୁ ପିଆଜ ଚାଷ ପ୍ରତି ବିମୁଖ ହେବାକୁ ବସିଛନ୍ତି ଚାଷୀକୂଳ । ଏଭଳି ସ୍ଥିତିରେ ଆଳୁ ପିଆଜ ମିଶନର ସ୍ୱପ୍ନ ଦେଖାଉଥିବା ରାଜ୍ୟ ସରକାରଙ୍କ ଦାୟୀତ୍ୱକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି ।

Advertisment
Farmers Onion Price Onion Price In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ