Advertisment

କାୟା ମେଲିଚାଲିଛି ଡେଙ୍ଗୁ, ହଟସ୍ପଟ୍ ପାଲଟିଛି ଖୋର୍ଦ୍ଧା ଜିଲ୍ଲା

ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ଡେଙ୍ଗୁ ରୋଗୀଙ୍କ ମଧ୍ୟରେ ୯୦ ପ୍ରତିଶତ କେବଳ ରାଜଧାନୀ ଭୁବନେଶ୍ବରରୁ। ନୟାପଲ୍ଲୀ, ପୁରୁଣା ଭୁବନେଶ୍ବର, ଆଚାର୍ଯ୍ୟବିହାର, ଜାଗମରା, ପୋଖରୀପୁଟ ଭଳି ଅଞ୍ଚଳ ଏବେ ଡେଙ୍ଗୁର ଗନ୍ତାଘର। ସ୍ଥିତି ଏମିତି ହେଲାଣି ଯେ କ୍ୟାପିଟାଲ ହସ୍ପିଟାଲରେ ଥିବା ଡେଙ୍ଗୁ ବେଡ୍ ଏବେ ନିଅଣ୍ଟ ପଡିଲାଣି।

Dengue cases raise concern in khordha

Dengue cases raise concern in khordha

Advertisment

ରାଜ୍ୟରେ କାୟା ମେଲି ଚାଲିଛି ଡେଙ୍ଗୁ। ଖୋର୍ଦ୍ଧା, କଟକ, ବାଲେଶ୍ବର ଓ ପୁରୀ, ସବୁଠି ହାଉଯାଉ ଡେଙ୍ଗୁ ରୋଗୀ। ହଟସ୍ପଟ ପାଲଟିଛି ଖୋର୍ଦ୍ଧା ଜିଲ୍ଲା। ଚଳିତ ଋତୁରେ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୬ ଶହ ପାର କରିଥିଲା ବେଳେ କେବଳ ଖୋର୍ଦ୍ଧାରେ ଏହି ସଂଖ୍ୟା ୯ ଶହ ଉପରେ। ସେହିପରି ଭୁବନେଶ୍ୱରରେ ସ୍ଥିତି ବେକାବୁ ହେବାକୁ ଯାଉଥିବାରୁ ପୁଣି ଡ୍ରୋନ ଦ୍ୱାରା ମଶାମରା ଔଷଧ ସିଞ୍ଚନ କରିବାକୁ ଯୋଜନା କରିଛି ବିଏମସି।

Advertisment

ଜିଲ୍ଲା ଜିଲ୍ଲା ମାଡ଼ି ଚାଲିଛି ଡେଙ୍ଗୁ। କଟକ ହେଉକି ବାଲେଶ୍ୱର, ଜଗତସିଂପୁର ହେଉ କି ପୁରୀ। ବଢୁଥିବା ଡେଙ୍ଗୁ ରୋଗୀଙ୍କ ସଂଖ୍ୟାକୁ ଦେଖି ଚିନ୍ତାରେ ପ୍ରଶାସନ। ଖୋର୍ଦ୍ଧା ଜିଲ୍ଲା ତ ଯେମିତି ଡେଙ୍ଗୁଙ୍କ ଘର ପାଲଟିଛି। ତଥ୍ୟ କହୁଛି ଚଳିତ ବର୍ଷା ଋତୁରେ ଜିଲ୍ଲାରେ ୯୫୧ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ଭିତରୁ କେବଳ ବିଏମସି ଅଞ୍ଚଳରେ ଗତ ୧୦ ଦିନରେ ୩୮୧ ଜଣ ରୋଗୀ ଡେଙ୍ଗୁ ପଜିଟିଭ୍ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ସେହିପରି ଆଜି ସୁଦ୍ଧା ବାଲେଶ୍ୱରରେ 138, ପୁରୀରେ 108, ଜଗତସିଂହପୁରରେ 77 ରୋଗୀ ଚିହ୍ନଟ ହେଲେଣି। ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୮ ହଜାରରୁ ଉର୍ଦ୍ଧ୍ୱ ଡେଙ୍ଗୁ ପରୀକ୍ଷା ହୋଇଥିବା ବେଳେ ପଜିଟିଭ୍ ସଂଖ୍ୟା ୧୬ ଶହ ୭୦ ଛୁଇଁଛି। ତେଣୁ ଡେଙ୍ଗୁ ପ୍ରତି ସଚେତନତା ବଢ଼ାଇବା ସହ ଭୟଭୀତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।

Advertisment

ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ଡେଙ୍ଗୁ ରୋଗୀଙ୍କ ମଧ୍ୟରେ ୯୦ ପ୍ରତିଶତ କେବଳ ରାଜଧାନୀ ଭୁବନେଶ୍ବରରୁ। ନୟାପଲ୍ଲୀ, ପୁରୁଣା ଭୁବନେଶ୍ବର, ଆଚାର୍ଯ୍ୟବିହାର, ଜାଗମରା, ପୋଖରୀପୁଟ ଭଳି ଅଞ୍ଚଳ ଏବେ ଡେଙ୍ଗୁର ଗନ୍ତାଘର। ସ୍ଥିତି ଏମିତି ହେଲାଣି ଯେ କ୍ୟାପିଟାଲ ହସ୍ପିଟାଲରେ ଥିବା ଡେଙ୍ଗୁ ବେଡ୍ ଏବେ ନିଅଣ୍ଟ ପଡିଲାଣି। ତେଣୁ ରୋଗୀଙ୍କୁ ତଳେ ଶୋଇବାକୁ ପଡୁଥିବା ସ୍ବୀକାର କରିଛନ୍ତି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ। ସେପଟେ ରାଜଧାନୀରୁ ଡେଙ୍ଗୁ ବଂଶ ନିପାତ ଲାଗି ଆପଣେଇଛି ସ୍ବତନ୍ତ୍ର ରଣନୀତି BMC। ଗତବର୍ଷ ପରି ଏଥର ମଧ୍ୟ ଡ୍ରୋନ୍ ସାହାଯ୍ୟରେ ମଶାମରା ଔଷଧ ସିଞ୍ଚନ କରିବାକୁ ଲକ୍ଷ୍ୟ ରଖାଯାଇଛି।

ବିଏମସିରେ ଥିବା ଅପହଞ୍ଚ ଅଞ୍ଚଳରେ ଡ୍ରୋନ ସାହାଯ୍ୟରେ ଔଷଧ ସ୍ପ୍ରେ କରାଯିବ। ଏହା ସହ ସପ୍ତାହକୁ ଦୁଇ ଦିନ ଡ୍ରାଏ ଡେ ପାଳନ କରି ସଚେତନତାକୁ ବୃଦ୍ଧି କରାଯାଉଥିବା କହିଛନ୍ତି ବିଏମସି ମେୟର। ସେହିପରି କଟକରେ ମଧ୍ୟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପର୍ଯ୍ୟନ୍ତ ସିଏମସିରୁ 43 ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲା ବେଳେ, ସେଭିତରୁ କଟକ ସିଡିଏରୁ 9 ଜଣ ରୋଗୀ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଛି।

Advertisment
Dengue In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ