ପାଖେଇ ଆସୁଛି ଲୋକାର୍ପଣ ଡେଡଲାଇନ୍, ହେଲେ ସରି ପାରୁନି ପ୍ରକଳ୍ପ କାମ

୨୪ ନଭେମ୍ବର ୨୦୨୧। ୩୩୧ କୋଟି ୨୮ ଲକ୍ଷ ଟଙ୍କା ବଜେଟ୍‌ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ ବେଳେ ଡିଜାଇନ୍ ଯାହା ଥିଲା, ସେଥିରେ ମାତ୍ରାଧିକ ପରିବର୍ତ୍ତନ ଘଟି ସାରିଛି।

Srimandir heritage corridor project

ଜାନୁଆରୀ ୧୭। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକର୍ପଣ ପାଇଁ ହୋଇଛି ଦିନ ଧାର୍ଯ୍ୟ। ହେଲେ କେଉଁଠି ହେବ ରିସେପସନ୍ ସେଣ୍ଟର ? ବଡ଼ଦାଣ୍ଡରେ କେଉଁ ଯାଗାରେ ଭକ୍ତଙ୍କୁ ମିଳିବ ସାମାନ୍ୟତମ ଆତିଥ୍ୟ ? ନା ଶ୍ରୀମନ୍ଦିର ପ୍ରଶାସନ କି ପ୍ରକଳ୍ପ ନିର୍ମାଣ ଦାୟିତ୍ୱରେ ଥିବା ସଂସ୍ଥା ଓବିସିସି, କେହି ଏକଥା ସ୍ପଷ୍ଟ କରିପାରୁ ନାହାନ୍ତି। ଆଉ ଇଏ ଆକାଶମାର୍ଗରୁ ଉତ୍ତୋଳିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ସ୍ଥଳର ଡ୍ରୋନ୍ ଚିତ୍ର। ସିଂହଦ୍ୱାରକୁ ଛାଡ଼ି ବାକି ତିନି ଦ୍ୱାରରେ କାମ ଚାଲୁ ଚାଲିଛି, ହେଲେ ସବୁଠି ଅଧପନ୍ତରିଆ। ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଦ୍ୱାର ସାମ୍ନାରେ ମହିଳା, ପୁରୁଷ ଓ ସେବାୟତଙ୍କ ପାଇଁ ନିର୍ମାଣ ହୋଇଛି ୬ଟି ଶୌଚାଳୟ, ତିନିଟି ସେଲଟର ପାଭେଲିଅନ୍ ଓ କ୍ଲୋକ୍ ରୁମ୍ ରୁମ୍ । ହେଲେ ପୂର୍ବ ନିଷ୍ପତ୍ତି ମୁତାବକ ଏମଆର ମଠ ପାଖରେ ନିର୍ମାଣ ହେବାକୁ ଥିବା ଅଭ୍ୟର୍ଥନା କେନ୍ଦ୍ର କୁଆଡ଼େ ଗଲା ? ସେ ନେଇ କାହା ପାଖେ ଉତ୍ତର ନାହିଁ। ଏଣେ ୪ବର୍ଷ ଧରି ପ୍ରକଳ୍ପ କାମ ସରୁନଥିବା ଓ ଲୋକାର୍ପଣ ପାଇଁ ତରତର ହୋଇ କାମ ସାରିବା ଉଦ୍ୟମକୁ ନାପସନ୍ଦ କରିଛନ୍ତି ଶ୍ରୀମନ୍ଦିର ସେବାୟତ।

୨୪ ନଭେମ୍ବର ୨୦୨୧। ୩୩୧ କୋଟି ୨୮ ଲକ୍ଷ ଟଙ୍କା ବଜେଟ୍‌ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ ବେଳେ ଡିଜାଇନ୍ ଯାହା ଥିଲା, ସେଥିରେ ମାତ୍ରାଧିକ ପରିବର୍ତ୍ତନ ଘଟି ସାରିଛି। ତା ସତ୍ତ୍ୱେ ବି ଭକ୍ତଙ୍କ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ରିସେପସନ୍ ସେଣ୍ଟର ନିର୍ମାଣ କାମ ଆରମ୍ଭ ହୋଇ ପାରିଲାନି। କେତେବେଳେ କୁହାଯାଉଛି ଏମଆର ମଠ ପାଖରେ ୮ଶହ ଲୋକ ବସିଲା ଭଳି ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ହେବ ତ ପୁଣି କେତେବେଳେ ଶ୍ରୀମନ୍ଦିର ପ୍ରଶାସନ ଅଫିସ୍ ପଛପଟେ ୪ ହଜାର ଲୋଙ୍କ ବସିଲା ଭଳି ରିସେପସନ ସେଣ୍ଟର ନିର୍ମାଣ ହେବ। କିନ୍ତୁ ଏଯାଏଁ ତା’ର ନାମ ନିଶାନ ନାହିଁ। ଏଣେ ଆର ମାସ ୧୭ ତାରିଖରେ ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଏହା କ’ଣ ସମ୍ଭବ ବୋଲି ଉଠିଲାଣି ପ୍ରଶ୍ନ। ଏଣେ ଓବିସିସି କହୁଛି ଦୁଇଟି ଯାକ ସ୍ଥାନରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ହେବ। ଆଉ ଜିଲ୍ଲା ପ୍ରଶାସନର ଦମ୍ଭୋକ୍ତି ନିର୍ଦ୍ଧରିତ ସମୟ ଆଗରୁ ସବୁ କାମ ସରିଯିବ।

୩୬ ମାସର ଡେଡ୍ ଲାଇନ୍ ଡେଇଁ ସାରିଲାଣି। ତଥାପି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ସରିପାରୁନି। ଏଣେ ଏମଆର ମଠ ପାଖରେ ବହୁଚର୍ଚ୍ଚିତ ରଘୁନନ୍ଦନ ଲାଇବ୍ରେରୀ କଥା ତ ଆଉ ମୋଟେ ଉଠୁନି।