Advertisment

ବଂଚିଥିବା ଅବସ୍ଥାରେ ନୁହେଁ ବରଂ ମଲା ପରେ ମିଳିଲା ନ୍ୟାୟ

ହେଲେ ରାଜ୍ୟ ସରକାର ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍ କରି ରାୟର ୩ ବର୍ଷ ପରେ ସର୍ବୋଚ୍ଚ କୋର୍ଟରେ SLP ଦାଖଲ କରିଥିଲେ। ୨୦୧୮ରେ SLP ଖାରଜ ହୋଇଥିଲା। ୟା ଭିତରେ ୨୦୧୦ରେ ଅଭାବ, ଅନଟନ ଓ ଅସହ୍ୟ ମାନସିକ ଯନ୍ତ୍ରଣା ସହି ନପାରି ଆଖି ବୁଜି ଦେଇଥିଲେ ପ୍ରଫୁଲ୍ଲ। ତେବେ ମାମଲାକୁ ମରିବାକୁ ନଦେଇ ରାଜ୍ୟ ସରକାରଙ୍କ ବିରୋଧରେ ଲଢେଇ ଜାରି ରଖିଥିଲେ ତାଙ୍କ ପତ୍ନୀ ଓ ପୁଅ।

ବଂଚିଥିବା ଅବସ୍ଥାରେ ନୁହେଁ ବରଂ ମଲା ପରେ ମିଳିଲା ନ୍ୟାୟ

Cuttack Teacher

Advertisment

ଭୁବନେଶ୍ୱର: ଶିକ୍ଷକତା ବୃତ୍ତି କରି ପାରିଶ୍ରମିକ ପାଇଁ ପ୍ରଥମେ ସରକାରଙ୍କ ପାଖରେ ଦାବି ଆଉ ଦାବି ପ୍ରତ୍ୟାଖାନ ପରେ କୋର୍ଟକୁ ଦୌଡ଼ି ଦୌଡ଼ି ଦୁଇ ଦୁଇ ଥର ଜିତାପଟ ତା ସତ୍ତ୍ୱେ ବି ତାଙ୍କୁ ନ୍ୟାୟ ମିଳିଲାନି। ୟାରି ଭିତରେ ଜୀବନ-ଜୀବିକାର ସଂଘର୍ଷ ଓ ବ୍ୟବସ୍ଥା ବିରୋଧରେ ଜୁଝି ଜୁଝି ଆଖି ବୁଜିଦେଲେ କଟକ ସାଲେପୁରର ଶିକ୍ଷକ ସ୍ୱର୍ଗତ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି। ଆଉ ଏବେ ୨୨ ବର୍ଷ ପରେ ତାଙ୍କ ପରିବାର ଲୋକଙ୍କୁ ମିଳିଛି ନ୍ୟାୟ। ଏପରିକି ମାନ୍ୟବର ଉଚ୍ଚ ନ୍ୟାୟାଳୟ ମାସକ ଭିତରେ ସୁଧ ସହ ସମସ୍ତ ପ୍ରାପ୍ୟ ଏପରିକି ମାମାଲା ପରିଚାଳନା ଖର୍ଚ୍ଚ ଭରଣା କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଭଲକରି ପଦେ କଥା କହିବାକୁ ଆଉ ବଳ ନାହିଁ, କି ମନର ଖୁସି ଜାହିର କରିବାକୁ ଜୁ ବି ନାହିଁ। ହେଲେ ବ୍ୟବସ୍ଥା ବିରୋଧରେ ସ୍ୱର୍ଗବାସୀ ସ୍ୱାମୀଙ୍କର ଦୀର୍ଘ ଦୁଇ ଦଶନ୍ଧିର ଲଢେଇରେ ତାଙ୍କୁ ଏକ ବିରାଟ ବିଜୟ ମିଳିଥିବାରୁ ସେଇ ଖୁସିରେ ବହି ଯାଉଛି ଧାର ଧାର ଆନନ୍ଦାଶ୍ରୁ। ୮୩ ବର୍ଷ ବୟସରେ ପହଞ୍ଚିଥିବା ଏଇ ବୃଦ୍ଧା ହେଉଛନ୍ତି ସାଲେପୁର ଅଞ୍ଚଳର ଶିକ୍ଷକ ସ୍ୱର୍ଗତ ପ୍ରଫୁଲ ଚନ୍ଦ୍ର ମହାନ୍ତିଙ୍କ ଧର୍ମପତ୍ନୀ। ଜୀବନର ଶେଷ ସମୟରେ ତାଙ୍କୁ ଏଭଳି ଖୁସି ଆଣିଦେଇଛି ହାଇକୋର୍ଟଙ୍କ ରାୟ। ଘଟଣା ଏମିତି, ୧୫ ବର୍ଷର ଶିକ୍ଷକତା ପରେ ସାଲେପୁର ଅଞ୍ଚଳର ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ଟାଇମ୍ ବାଉଣ୍ଡ୍ ଆଡଭାନ୍ସମେଣ୍ଟ୍ ସ୍କେଲରେ ୧୯୮୫ ଜାନୁଆ ପହିଲାରୁ ଦରମା ପାଇବା କଥା। ହେଲେ ତାହା ତାଙ୍କୁ ନମିଳିବାରୁ ୧୯୯୯ରେ ସେ ହାଇକୋର୍ଟ ଯାଇଥିଲେ। ୨୦୦୪ରେ ହାଇକୋର୍ଟ, ତାଙ୍କ ଦରମା ଓ ପେନସନ୍ ସହ ଅବସରକାଳୀନ ସମସ୍ତ ପ୍ରାପ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

Advertisment

ହେଲେ ରାଜ୍ୟ ସରକାର ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍ କରି ରାୟର ୩ ବର୍ଷ ପରେ ସର୍ବୋଚ୍ଚ କୋର୍ଟରେ SLP ଦାଖଲ କରିଥିଲେ। ୨୦୧୮ରେ SLP ଖାରଜ ହୋଇଥିଲା। ୟା ଭିତରେ ୨୦୧୦ରେ ଅଭାବ, ଅନଟନ ଓ ଅସହ୍ୟ ମାନସିକ ଯନ୍ତ୍ରଣା ସହି ନପାରି ଆଖି ବୁଜି ଦେଇଥିଲେ ପ୍ରଫୁଲ୍ଲ। ତେବେ ମାମଲାକୁ ମରିବାକୁ ନଦେଇ ରାଜ୍ୟ ସରକାରଙ୍କ ବିରୋଧରେ ଲଢେଇ ଜାରି ରଖିଥିଲେ ତାଙ୍କ ପତ୍ନୀ ଓ ପୁଅ।

ଦୁର୍ଭାଗ୍ୟର ବିଷୟ, ୨୦୧୦ରେ ପ୍ରଫୁଲ୍ଲଙ୍କ ମୃତ୍ୟୁ ଏବଂ ୨୦୧୮ରେ ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ SLP ଖାରଜ ପରେ ବି ତାଙ୍କ ପ୍ରାପ୍ୟ ଦେବାର ବ୍ୟବସ୍ଥା କରିନଥିଲେ ବିଭାଗୀୟ ଅଧିକାରୀ। ତେଣୁ ବାଧ୍ୟ ହୋଇ କୋର୍ଟ ଅବମାନନା ମାମଲା ଦାଏର କରି ପୁଣି ହାଇକୋର୍ଟ ଯାଇଥିଲେ ପ୍ରଫୁଲ୍ଲଙ୍କ ପତ୍ନୀ। ମାମଲାର ଗମ୍ଭୀରତାକୁ ଅନୁଧ୍ୟାନ କରି ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ଗତ ୨୩ ତାରିଖରେ ଏଭଳି ବିଳମ୍ବିତ ପ୍ରକ୍ରିୟାକୁ ନେଇ ଉଦେବଗ ପ୍ରକାଶ ସହ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଯେଉଁଥିରେ ୨୦୦୪ରେ ହାଇକୋର୍ଟ ଦେଇଥିବା ରାୟ ପର୍ଯ୍ୟନ୍ତ ପ୍ରାପ୍ୟ ଉପରେ ୫ ପ୍ରତିଶତ, ହାଇକୋର୍ଟଙ୍କ ରାୟଠୁ ସୁପ୍ରିମକୋର୍ଟରେ SLP ଖାରଜ ଯାଏଁ ପ୍ରାପ୍ୟ ଉପରେ ୬ ପ୍ରତିଶତ ଏବଂ ସେବେଠୁ ବର୍ତ୍ତମାନ ଯାଏଁ ପ୍ରାପ୍ୟ ଉପରେ ୧୦ ପ୍ରତିଶତ ସୁଧ ହାରରେ ସମସ୍ତ ପାଉଣା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଆବେଦନକାରୀଙ୍କୁ ୧୦ ହଜାର ଟଙ୍କାର ମାମଲା ପରିଚାଳନା ଖର୍ଚ୍ଚ ସାଙ୍ଗକୁ ଏ ସମସ୍ତ ଅର୍ଥ ମାସକ ଭିତରେ ପ୍ରଦାନ ଲାଗି କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

Advertisment

ବ୍ୟବସ୍ଥା ବିରୋଧରେ ଲଢେଇ କରି ଶେଷରେ ଆଖି ବୁଜିବାର ୧୧ ବର୍ଷ ପରେ ପ୍ରଫୁଲ୍ଲଙ୍କ ପରିବାରକୁ ନ୍ୟାୟ ମିଳିଛି। ହେଲେ ତାଙ୍କ ପରିବାରରେ ଦୁଃଖ ଏତିକି ଯେ, ଶିକ୍ଷକତା ଭଳି ମହାନ ବୃତ୍ତି କରି ଜୀବନ ଜୀବିକା ପାଇଁ ଜୁଝି ଜୁଝି ସେ ଜୀବନ ଯୁଦ୍ଧରେ ହାରିଗଲେ ସିନା କିନ୍ତୁ ନ୍ୟାୟ ବ୍ୟବସ୍ଥାର ଏ ଚମତ୍କାରିତାକୁ ନିଜେ ଦେଖିବାକୁ ସୁଯୋଗ ଟିକେ ପାଇଲେନି।

Odisha Cuttack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ