Advertisment

ଏବେ ଭୁବନେଶ୍ୱରରେ ଯେଉଁଠି ଦେଖିବେ ସେଇଠି ଦେଖିବେ TO-LET

ରାଜଧାନୀର ଉତ୍ତର ହେଉ କି ଦକ୍ଷିଣ, ପୂର୍ବ ହେଉ କି ପଶ୍ଚିମ ଯେଉଁ ଭାଗରେ ନଜର ପକାଇବେ ସବୁ ଆଡେ ଖାଲି ଟୁ ଲେଟ୍ ଆଉ ଟୁଲେଟ୍। କରୋନାର ଲମ୍ବା କହର ପରେ ଗଲା ଦେଢ଼ବର୍ଷ ଭିତରେ ବଦଳିଯାଇଛି ସ୍ମାର୍ଟ ସିଟି। ଆଗରୁ ଦୋକାନ ପାଇଁ ଘର ଖଣ୍ଡିଏ ଖୋଜି ପାଇବାକୁ ହେଲେ ନାକେଦମ୍ ହେଉଥିଲେ ବ୍ୟବସାୟୀ। ହେଲେ କରୋନା ମାଡ଼ରେ ସେ ସ୍ଥିତି ଆଉ ନାହିଁ

ଏବେ ଭୁବନେଶ୍ୱରରେ ଯେଉଁଠି ଦେଖିବେ ସେଇଠି ଦେଖିବେ TO-LET

BBSR TO-LET

Advertisment

ଭୁବନେଶ୍ୱର: ଦିନ ଥିଲା ଗ୍ରାହକଙ୍କ ହାଉଯାଉରେ କମ୍ପୁଥିଲା ଦୋକାନ ପରିସର। ରାତି-ଦିନ ବେପାର ପାଇଁ ବ୍ୟବସାୟୀଙ୍କୁ ବେଳ ନଥିଲା। ହେଲେ ଗଲା ଦେଢ଼ବର୍ଷ ଧରି କରୋନାର ଲମ୍ବା କହର ଫଳରେ ବ୍ୟବସାୟୀଙ୍କ ପାଇଁ ସ୍ମୃତି ପାଲଟିଗଲାଣି। ସେଭଳି ଦିନ ଛୋଟ ହେଉ କି ମଧ୍ୟମ କିମ୍ବା ବଡ଼, ସବୁ ପ୍ରକାର ମଲ, ଷ୍ଟାଣ୍ଡ୍ ଏଲୋନ ସପିଙ୍ଗ ସେଣ୍ଟର, ମାର୍ଟ ଓ ରେସ୍ତୋରାଁକୁ ଗ୍ରାହକ ଆସୁନଥିବାରୁ ଅବସ୍ଥା ସଙ୍ଗୀନ। ଏସବୁ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବା ତ ଦୂରର କଥା ଏବଂ ବହୁ ସଂଖ୍ୟାରେ ବନ୍ଦ ହେଉଥିବାରୁ ସ୍ମାର୍ଟସିଟିର ବିଭିନ୍ନ ବ୍ୟାବସାୟିକ ବିଲ୍ଡିଂରେ ବଢ଼ି ଗଲାଣି ଟୁ-ଲେଟ୍ ବୋର୍ଡ ସଂଖ୍ୟା।

Advertisment

ରାଜଧାନୀର ଉତ୍ତର ହେଉ କି ଦକ୍ଷିଣ, ପୂର୍ବ ହେଉ କି ପଶ୍ଚିମ ଯେଉଁ ଭାଗରେ ନଜର ପକାଇବେ ସବୁ ଆଡେ ଖାଲି ଟୁ ଲେଟ୍ ଆଉ ଟୁଲେଟ୍। କରୋନାର ଲମ୍ବା କହର ପରେ ଗଲା ଦେଢ଼ବର୍ଷ ଭିତରେ ବଦଳିଯାଇଛି ସ୍ମାର୍ଟ ସିଟି। ଆଗରୁ ଦୋକାନ ପାଇଁ ଘର ଖଣ୍ଡିଏ ଖୋଜି ପାଇବାକୁ ହେଲେ ନାକେଦମ୍ ହେଉଥିଲେ ବ୍ୟବସାୟୀ। ହେଲେ କରୋନା ମାଡ଼ରେ ସେ ସ୍ଥିତି ଆଉ ନାହିଁ। ଏବେ ଘର ଅଛି, କିନ୍ତୁ ବ୍ୟବାସାୟୀ ମିଳୁନାହାନ୍ତି । ମହାନଗରୀର ମଧ୍ୟସ୍ଥଳ ମାଷ୍ଟର କ୍ୟାଣ୍ଟିନ୍ ହେଉ କି ଜୟଦେବ ବିହାର, ରସୁଲଗଡ଼ ହେଉ କି ସହିଦନଗର ସବୁଠି ସେଇ ଏକାସ୍ଥିତି। ସବୁ ପ୍ରମୁଖ ସ୍ଥାନରେ ବଡ଼ ବଡ଼ ବ୍ୟାବସାୟିକ ବିଲ୍ଡିଂରେ ଲାଗି ରହୁଛି TO - LET ବିଜ୍ଞାପନ। କରୋନା ଯୋଗୁଁ ବଜାରରେ ଉତ୍କଟ ମାନ୍ଦାବସ୍ଥା ହେତୁ ଲୋକେ ବ୍ୟବସାୟରେ ପୁଞ୍ଜି ନିବେଶ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି। ଏପଟେ ସଂକ୍ରମଣର ଭୟ ଓ ଲକଡାଉନ୍-ସଟଡାଉନ୍ କଟକଣାରୁ ଲୋକେ ବି ଘରୁ ବାହାରିବାକୁ ପସନ୍ଦ କରୁନାହାନ୍ତି।

ଏଭଳି ସ୍ଥଳେ ଛୋଟ, ମଧ୍ୟମ, ବଡ଼ ସବୁ ପ୍ରକାର ମଲ୍, ଷ୍ଟାଣ୍ଡ୍ ଏଲୋନ୍ ସପିଂ ସେଣ୍ଟର, ମାର୍ଟ ଓ ରେସ୍ତୋରାଁ ଏବେ ବନ୍ଦ ହେବାକୁ ବସିଲାଣି। ଭୁବନେଶ୍ୱର ଇନ୍ଫୋସିଟି ଅ଼ଞ୍ଚଳରେ ଥିବା ରୋବୋଟ୍ ସେଫ୍ ରେଷ୍ଟୁରାଣ୍ଟ ଦିନେ ଗ୍ରାହକଙ୍କୁ ଖାଦ୍ୟ ପରସି ବେଶ ପ୍ରଶଂସା ସାଉଁଟୁଥିଲେ। ଏ ରେସ୍ତୋରାଁର ରୋବୋ ସେଫ୍ ଚମ୍ପା ଆଉ ଚମେଲି। ରାଜ୍ୟରେ ପ୍ରଥମ କରି ଆରମ୍ଭ ହୋଇଥିବା ଏ ରେସ୍ତୋରାଁ ବି କରୋନା ମାଡ଼ରେ ସମ୍ପୂର୍ଣ୍ଣ ଘାଇଲା। କୋଭିଡର ଦ୍ୱିତୀୟ ଲହର ପରେ ଆଜିକୁ ୩ ମାସରୁ ଅଧିକ ସମୟ ଧରି ବେପାର ନାହିଁ। ଫଳରେ ୟା ଉପରେ ନିର୍ଭର କରୁଥିବା ୩୫ ଜଣ କର୍ମଚାରୀଙ୍କ ଜୀବନ ଜୀବିକା ବି ଅନ୍ଧାରରେ। ଏପଟେ ମାସିକ ଘର ଭଡା, ବିଜୁଳି ବିଲ୍ ଓ କର୍ମଚାରୀଙ୍କୁ ଦରମା ଦେଇନପାରି ରେସ୍ତୋରାଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ମାଲିକ। ଆଉ ରୋବ ସେଫ୍ ଚମ୍ପା-ଚମେଲିକୁ ବିକି ଦେବାକୁ ଏମାନଙ୍କଠାରେ ଲାଗିଛି To Sale ଟ୍ୟାଗ୍।

Advertisment

ରାଜଧାନୀରେ ମଲ୍ ଓ ମାର୍ଟର ବେଶ୍ ଚାହିଦା ପରେ ଛତୁ ଫୁଟିଲା ଭଳି ଖୋଲିଥିଲା ସପିଙ୍ଗ ମାର୍ଟ। ହେଲେ କରୋନା ପରଠୁ ପ୍ରାୟ ଦୁଇ ବର୍ଷ ଧରି କାରବାର ବନ୍ଦ। ଏଭଳି ସ୍ଥିତିରେ ଅନଲାଇନ୍ ସଂସ୍ଥାଗୁଡିକୁ ସରକାର ପ୍ରୋତ୍ସାହନ ଦେଉଥିବା ବେଳେ ଅଫଲାଇନ ବ୍ୟବସାୟ ପ୍ରତିଷ୍ଠାନରେ କଳଙ୍କି ଲାଗୁଥିବାରୁ ରାଜଧାନୀରେ ଘର ମାଲିକ, ବ୍ୟବସାୟୀ ଓ ଏହା ଉପରେ ନିର୍ଭର କରୁଥିବା କର୍ମଚାରୀଙ୍କ ଜୀବନଜୀବିକା ବୁଡ଼ିବାକୁ ଲାଗିଲାଣି।

Odisha News Bhubaneswar Coronavirus COVID19 Tolet
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ