ବିଲେଇ ଶିଖୁଛି ମାଟି ପାତ୍ର ତିଆରି କରିବାର କଳା

ଜଣେ ବ୍ୟକ୍ତି କୁମ୍ଭାର ଚକରେ ଏକ ମାଟି ପାତ୍ର ତିଆରି କରୁଥିବା ବେଳେ ଏକ ବିଲେଇ ଧ୍ୟାନର ସହ ଏହାକୁ ଦେଖୁଛି। ଲାଗୁଛି ଯେପରି ସେ ଏହି କାମରେ ବହୁତ ଆଗ୍ରହ ଦେଖାଉଛି, ସେ ଏହାକୁ ଶିଖୁଛି।

ବିଲେଇ ଶିଖୁଛି ମାଟି ପାତ୍ର ତିଆରି କରିବାର କଳା

ଯଦି ଆପଣ କେବେ ମାଟିରେ ତିଆରି ହେଉଥିବା ପାତ୍ର ଦେଖିଥିବେ ତେବେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଥିବେ। ଜଣେ ବ୍ୟକ୍ତି କିପରି ଓଦା ମାଟିରୁ ଠେକି, ଘଡି, ମାଠିଆ ଆଦି ତିଆରି କରନ୍ତି, ଏହା ପ୍ରକୃତରେ ଚକିତକର। କିନ୍ତୁ ଆପଣ କେବେ କୌଣସି ପଶୁ ମାଟି ପାତ୍ର ତିଆରି କରୁଥିବା ଦେଖିଛନ୍ତି କି? ଆଜିକାଲି ଏମିତି ଏକ ଭିଡିଓ ଚର୍ଚ୍ଚାରେ ଅଛି ଯେଉଁଥିରେ ଏକ ବିଲେଇ ମାଟି ପାତ୍ର ତିଆରି କରୁଥିବା ଦେଖାଯାଏ।

ଚମତ୍କାର ଭିଡିଓ ପାଇଁ ପ୍ରସିଦ୍ଧ ଟ୍ୱିଟର ଆକାଉଣ୍ଟ୍ Buitengebieden ପଶୁମାନଙ୍କ ସହିତ ଜଡିତ ଅନେକ ମଜାଳିଆ ଓ ସୁନ୍ଦର ଭିଡିଓ ଶେୟାର କରିଥାଏ। ସମ୍ପ୍ରତି ଏହି ପୃଷ୍ଠାରେ ଏକ ଭିଡିଓ ଶେୟାର କରାଯାଇଛି ଯେଉଁଥିରେ ଏକ ବିଲେଇ ମାଟି ପାତ୍ର ତିଆରି କରୁଥିବା ଜଣେ ବ୍ୟକ୍ତିଙ୍କୁ ଦେଖୁଛି ଏବଂ ତାଙ୍କ ଠାରୁ ଏହାର କଳା ଶିଖୁଛି। ଲୋକେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଭିଡିଓରେ, ଜଣେ ବ୍ୟକ୍ତି କୁମ୍ଭାର ଚକରେ ଏକ ମାଟି ପାତ୍ର ତିଆରି କରୁଛନ୍ତି। ଏହି ସମୟରେ ପାଖରେ ଏକ ବିଲେଇ ବସିଛି। ସେ ଏସବୁକୁ ଏତେ ଯତ୍ନର ସହ ଦେଖୁଛି ଯେ ଲାଗୁଛି ଯେପରି ସେ ଏହି କାମରେ ବହୁତ ଆଗ୍ରହ ଦେଖାଉଛି। ସେହି ବ୍ୟକ୍ତିଙ୍କୁ ଦେଖି ବିଲେଇଟି ମଧ୍ୟ ସେଥିରେ ତା’ ପଞ୍ଝାକୁ ମାରୁଛି, ସତେ ଯେପରି ସେ ବି ତିଆରି କରୁଛି।

ଲୋକମାନେ ଏହି ଭିଡିଓକୁ ଏତେ ପସନ୍ଦ କରିଛନ୍ତି ଯେ ଏହା ୧.୫ କୋଟିରୁ ଅଧିକ ଭ୍ୟୁ ପାଇଛି। କେବଳ ଏତିକି ନୁହେଁ, ଭିଡିଓଟି ୨୮ ହଜାରରୁ ଅଧିକ ଲାଇକ୍ ମଧ୍ୟ ପାଇଛି। ଅନେକ ଲୋକ ଭିଡିଓ ଉପରେ ମନ୍ତବ୍ୟ ଦେଇ ନିଜର ମତାମତ ଦେଇଛନ୍ତି। ଅନେକ ଲୋକ ବିଲେଇ ସହ ଜଡିତ ବିଭିନ୍ନ ଭିଡିଓ ମଧ୍ୟ ଶେୟାର କରୁଛନ୍ତି।

ଜଣେ ବ୍ୟକ୍ତି ଲେଖିଛନ୍ତି ଯେ ହାଣ୍ଡି ତିଆରି ଦେଖିବା ପରେ ବିଲେଇର ମନରେ କଣ ଚାଲିଥିବ। ଅନ୍ୟଟି ଜଣେ କହିଛନ୍ତି ଯେ ବିଲେଇଟି ବହୁତ କ୍ୟୁଟ୍‌। ସେହିପରି ଆଉ ଜଣେ ଲେଖିଛନ୍ତି, ଜଣେ ଛାତ୍ର ଯେତେବେଳେ ଶିକ୍ଷକ ହୋଇଯାଏ ଏମିତି ହୁଏ। ଆଉ ଜଣେ ଲେଖିଛନ୍ତି ଯେ ବିଲେଇ ପାତ୍ରଟିକୁ ଶେଷ ସ୍ପର୍ଶ ଦେଉଛି।