Astrospeak
  • Live TV
  • Read In English

ଭୁବନେଶ୍ୱରରେ ଜରୁରୀ ଅବତରଣ କଲା ଏୟାର ଏସିଆ ବିମାନ

ହେଲେ ଏଭଳି ଜରୁରୀ ଅବତରଣର କାରଣ କଣ ହୋଇପାରେ?

Emergency Landing
Emergency Landing

ଭୁବନେଶ୍ୱରରେ ଏୟାର ଏସିଆ ବିମାନର ଜରୁରୀ ଅବତରଣ କରିଛି। ବେଙ୍ଗାଲୁରୁରୁ କୋଲକାତା ଅଭିମୁଖେ ଯାଉଥିବା ବେଳେ ଜରୁରୀ ଅବତରଣ କରିଥିଲା। ଜଣେ ଯାତ୍ରୀ ଅସୁସ୍ଥ ହେବାରୁ ବିମାନର ଜରୁରୀ ଅବତରଣ ହୋଇଛି। କ୍ୟାପିଟାଲ ହସ୍ପିଟାଲରେ ଯାତ୍ରୀଙ୍କୁ ମୃତ ଘୋଷଣା ଡାକ୍ତର କରିଛନ୍ତି।ମୃତ ଯାତ୍ରୀଙ୍କ ନାଁ ତୈମୁର ଅଲ୍ଲୀ ଖାନ୍‌। ତାଙ୍କର ଘର ପଶ୍ଚିମବଙ୍ଗର ମେଦିନାପୁର ବୋଲି ଜଣାପଡ଼ିଛି। ତାଙ୍କର ପାଖରୁ ତାଙ୍କର ପରିଚୟପତ୍ର ମିଳିଛି। 

ଏନେଇ ଏୟାରପୋର୍ଟ କର୍ତ୍ତୃପକ୍ଷ କହିଛନ୍ତି ଯେ ଏସିଆ ବିମାନ-୨୪୭୨ ବେଙ୍ଗାଲୁରୁରୁ କୋଲକାତା ଅଭିମୁଖେ ଯାଉଥିଲା। ମଝି ଆକାଶରେ ଜଣେ ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଲା। ଯେହେତୁ ନିକଟ ଏୟାରଫିଲ୍ଡ ଭୁବନେଶ୍ୱର ଥିଲା, ସେଥିପାଇଁ ଭୁବନେଶ୍ୱରରେ ବିମାନ ଲ୍ୟାଣ୍ଡିଂ କରିଥିଲା।

ଏନେଇ ଆଗରୁ ଡାକ୍ତର, ଆମ୍ବୁଲାନ୍ସ ଟିମ୍‌ ପ୍ରସ୍ତୁତ ଥିଲେ। ତେବେ ଲ୍ୟାଣ୍ଡିଂ କରିବା ପରେ ତାଙ୍କୁ ନିକଟ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସକାଳ ୮.୫୨ରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।