Advertisment

ଜମ୍ମୁ କାଶ୍ମୀର ବାଲାତାଲ ବେସ୍ କ୍ୟାମ୍ପରୁ ବାହାରିଛି ପ୍ରଥମ ବ୍ୟାଚ୍

ବରଫ ଶିବଲିଙ୍ଗ ରୂପରେ ବିରାଜମାନ କରିଛନ୍ତି ବାବା ମହାଦେବ।

ଅଦ୍ୟତନ ହୋଇଛି
Amarnath Yatra

Amarnath Yatra

Advertisment

ଆଜିଠୁ ଆରମ୍ଭ ହେଲା ଅମରନାଥ ଯାତ୍ରା । ପ୍ରଥମ ବ୍ୟାଚ୍ ତୀର୍ଥଯାତ୍ରୀ ଜମ୍ମୁ କାଶ୍ମୀର ବାଲାତାଲ ବେସ୍ କ୍ୟାମ୍ପରୁ ବାହାରିଛନ୍ତି । ବମ୍ ବମ୍ ଭୋଲେ, ହର ହର ମହାଦେବ ନାରାରେ କମ୍ପିଛି ପରିବେଶ। ସମୁଦ୍ର ପତ୍ତନରୁ ୧୨ହଜାର ୭୫୬ ଫୁଟ୍ ଉଚ୍ଚରେ ରହିଛି ଅମରନାଥ ଗୁମ୍ଫା। ତୀର୍ଥଯାତ୍ରୀମାନେ ବାଲତାଲ ବେସ କ୍ୟାମ୍ପଠାରୁ ପବିତ୍ର ଅମରନାଥ ଗୁମ୍ଫା ପର୍ଯ୍ୟନ୍ତ ୧୪ କିଲୋମିଟର ରାସ୍ତା ଅତିକ୍ରମ କରିବେ। ଏଠାରେ ବରଫ ଶିବଲିଙ୍ଗ ରୂପରେ ବିରାଜମାନ କରିଛନ୍ତି ବାବା ମହାଦେବ।

Advertisment

କୁହାଯାଏ ଅମରନାଥ ଗୁମ୍ଫା ହେଉଛି ମହାଦେବ ଶିବଙ୍କର ସବୁଠାରୁ ପବିତ୍ର ସ୍ଥାନ। ପ୍ରଥମ ବ୍ୟାଚ୍ ପାଇଁ ୪ହଜାର ୬୦୩ ତୀର୍ଥଯାତ୍ରୀ ପଞ୍ଜିକରଣ କରିଥିଲେ। ୫୨ ଦିନିଆ ଅମରନାଥ ଯାତ୍ରା ପାଇଁ ଚଳିତବର୍ଷ ମୋଟ୍ ସାଢ଼େ ୩ ଲକ୍ଷ ତୀର୍ଥଯାତ୍ରୀ ରେଜିଷ୍ଟ୍ରେସନ୍ କରିଛନ୍ତି। ଅଗଷ୍ଟ ୧୯ରେ ସରିବ ଅମରନାଥ ଯାତ୍ରା। ଏତିକିବେଳେ ଆତଙ୍କବାଦୀଙ୍କ ସମ୍ଭାବ୍ୟ ଆକ୍ରମଣ ଆଶଙ୍କା ଥିବାରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। 

ଶ୍ରୀନଗରରୁ ୧୪୧ କିଲୋମିଟର ଦୂରରେ ସମୁଦ୍ର ପତ୍ତନଠାରୁ ୧୨୭୫୬ ଫୁଟ ଉଚ୍ଚରେ ଥିବା ଲାଡାର ଉପତ୍ୟକାରେ ଅମରନାଥ ଗୁମ୍ଫା ଅବସ୍ଥିତ। ଅମରନାଥ ପୀଠରେ ପହଞ୍ଚିବାକୁ ତୀର୍ଥଯାତ୍ରୀମାନେ ଦୁଇଟି ଚଲା ବାଟ ବ୍ୟବହାର କରିଥାନ୍ତି। ୪୮ କିଲୋମିଟରର ପ୍ରଥମ ଚଲାବାଟଟି ଅନନ୍ତନାଗ ଜିଲ୍ଲାର ନୁନୱାନଠାରୁ ଆରମ୍ଭ ହୋଇ ପହେଲଗାଓଁ ଯାଏଁ ରହିଛି। ୧୮ କିଲୋମିଟରର ଦ୍ବିତୀୟ ଚଲାବାଟ ହେଉଛି ଗନ୍ଧରବାଲ ଜିଲ୍ଲାର ବଲଟାଲ ରୁଟ୍। ଏହି ଚଲାବାଟ ଲମ୍ବ ଦୃଷ୍ଟିରୁ କମ୍ ହୋଇଥିବା ବେଳେ ଉଠାଣି ଅତି ଉଚ୍ଚ ଓ ସିଧା ହୋଇଥିବାରୁ ଯାତ୍ରା ଅତି କଷ୍ଟକର ହୋଇଥାଏ।

Advertisment

ଶ୍ରାବଣ ମାସରେ ଜୁଲାଇ-ଅଗଷ୍ଟ ବେଳେ ଅମରନାଥ ପୀଠରେ ଶ୍ରାବଣୀ ମେଳା ହୋଇଥାଏ। ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ, ଭକ୍ତ ଓ ତୀର୍ଥଯାତ୍ରୀ ଏହି ସମୟରେ ଅମରନାଥ ପୀଠକୁ ଯାଇ ସକାଳ ଓ ସନ୍ଧ୍ୟା ଆରତି ଦେଖନ୍ତି, ଦେବଦର୍ଶନ ଓ ପୂଜାର୍ଚ୍ଚନା କରିଥାନ୍ତି। ଏହି ଯାତ୍ରା ପାଇଁ କେନ୍ଦ୍ର ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ତୀର୍ଥଯାତ୍ରୀମାନଙ୍କ ରହଣି, ଖାଦ୍ୟପେୟ, ଚିକିତ୍ସାର ଉତ୍ତମ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଯାତ୍ରୀମାନଙ୍କୁ ଟ୍ରାକିଂ କରିବା ପାଇଁ RFID ଟ୍ୟାଗ୍ ମଧ୍ୟ ବ୍ୟବହାର କରାଯାଉଛି । ସମସ୍ତଙ୍କୁ ୫ ଲକ୍ଷ ଟଙ୍କା ବୀମା କଭର ଦିଆଯିବାର ଯୋଜନା ରହିଛି ।

Advertisment

ଯାତ୍ରା ସମୟରେ ସରକାର ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିବା ସହ କିଛି ନିୟମାବଳୀ ମଧ୍ୟ ଜାରି କରିଛନ୍ତି । ତେବେ ଜାଣନ୍ତୁ ଯାତ୍ର ସମୟରେ କ’ଣ କରିବେ ଓ କ’ଣ କରିବେ ନାହିଁ ...

ଅମରନାଥ ଯାତ୍ରାରେ କଣ କରିବେ ? 

୧. ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜାମ୍ମୁ କାଶ୍ମୀରର ନିର୍ଦ୍ଦିଷ୍ଟ ସ୍ଥାନରୁ ସେମାନଙ୍କର  RFID ଟ୍ୟାଗ୍ କାର୍ଡ଼ ସଂଗ୍ରହ କରିବା ଜରୁରୀ । SASB ଦ୍ବାରା ଜାରି କରାଯାଇଥିବା  RFID ଟ୍ୟାଗ୍ କାର୍ଡ଼କୁ ଯାତ୍ରା ସମୟରେ ସବୁବେଳେ ପିନ୍ଧିବା ଉଚିତ୍‌ । 

୨. ଆରାମଦାୟକ ପୋଷାକ ଓ ଯାତ୍ରା ପାଇଁ ଭଲ ଜୋତା ପିନ୍ଧିବା ଉଚିତ୍‌ । 

୩. ଧୀରେ ଧୀରେ ଚଢିବା ସହ ବାଟରେ କିଛି ସମୟ ପାଇଁ ବିଶ୍ରାମ ନେବା ମଧ୍ୟ ଉଚିତ ।

୪. ହାଇଡ୍ରେଟେଡ୍‌ ରହିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ  ।

୫. ଯଦି ନିଶ୍ବାସ ଓ ପ୍ରଶ୍ବାସରେ ଅସ୍ବାଭାବିକତା ଅନୁଭବ କରୁଛନ୍ତି, ତେବେ ନିକଟସ୍ଥ ଚିକିତ୍ସା ସେବା କେନ୍ଦ୍ର ସହିତ ତୁରନ୍ତ ଯୋଗଯୋଗ କରନ୍ତୁ  ।

ଅମରନାଥ ଯାତ୍ରାରେ କଣ କରିବେ ନାହିଁ ? 

୧. ନିଜ ସାମର୍ଥ୍ୟଠାରୁ ଅଧିକ ପରିଶ୍ରମ କରନ୍ତୁ ନାହିଁ । 

୨. ଯାତ୍ରା ସମରେ ପରିବେଶକୁ ପ୍ରଦୂଷଣ କରନ୍ତୁ ନାହିଁ । 

୩. ଧୂମପାନ, ମଦ୍ୟପାନ କରନ୍ତୁ ନାହିଁ ।

୪. ଯାତ୍ରା ସମୟରେ ବିପଦସଙ୍କୁଳ ସ୍ଥାନ ଗୁଡ଼ିକରେ ସର୍ତକତା ଅବଲମ୍ବନ କରି ଯାତ୍ରା କରନ୍ତୁ। 

Amarnath Yatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ