Astrospeak
  • Live TV
  • Read In English

ନିଲମ୍ବିତ ହେଲେ ୪ ପୋଲିସ୍‌

ନିଲମ୍ବିତ ହେଲେ ୪ ପୋଲିସ୍‌ କର୍ମଚାରୀ। କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନାର ୪ ଜଣ ପୋଲିସ୍‌ଙ୍କୁ ନିଲମ୍ବନ କରାଯାଇଛି। 

 police personnel suspended
ପୋଲିସ୍‌ କର୍ମଚାରୀ ନିଲମ୍ବିତ

ଧର୍ମଗଡ଼: ନିଲମ୍ବିତ ହେଲେ ୪ ପୋଲିସ୍‌ କର୍ମଚାରୀ। କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନାର ୪ ଜଣ ପୋଲିସ୍‌ଙ୍କୁ ନିଲମ୍ବନ କରାଯାଇଛି। ଏକ ଜମିଜମା ବିବାଦ ଓ ଅନିୟମିତତା ପାଇଁ ଏହି ୪ ପୋଲିସ୍‌ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବତ ହୋଇଥିବା ୪ ପୋଲିସ୍‌ କର୍ମଚାରୀ ହେଲେ- ASI ସନ୍ତୋଷ ସାହୁ, ୨ କନଷ୍ଟେବଲ ସୂର୍ଯ୍ୟ ମିଶ୍ର ଓ ହେମନ୍ତ ବାଗ୍‌,  OAPF ଯବାନ ଦେବରାଜ ନାଏକ।

ସୂଚନାଥାଉ କି, ଜୟପାଟଣା ଥାନା ଅନ୍ତର୍ଗତ କପୁରମାଲ ଗାଁର ଘାସିରାମ ମାଝୀଙ୍କ ଏକ ଜମିଜମା କେସ୍‌ରେ ପୋଲିସ୍‌ ଲାଞ୍ଚ ମାଗିଥିବା ନେଇ ‘ମୋ ସରକାର’ ଫୋନ୍‌କଲ୍‌ରେ ଘାସିରାମ ଜଣାଇଥିଲେ। ଘଟଣାକୁ ନେଇ ‘ମୋ ସରକାର’ 5T ପକ୍ଷରୁ ତଦନ୍ତ କରାଯାଇ ଏହି ୪ ପୋଲିସ୍‌ କର୍ମଚାରୀଙ୍କୁ ସରକାର ସସ୍‌ପେଣ୍ଡ୍‌ କରିଛନ୍ତି।