ଅଭିନବ ଉପାୟରେ ପାଠପଢ଼ା; ବିନା ବିଦ୍ୟୁତ୍ ଓ ଇଣ୍ଟରନେଟ୍‌ରେ ଡିଜିଟାଲ୍‌ ଶିକ୍ଷା

ସାଧନ ନଥାଇ ବି ପିଲାଙ୍କୁ ମିଳିପାରୁଛି ଅନଲାଇନ୍ ଶିକ୍ଷା । ଅନଲାଇନ୍ ଶିକ୍ଷା ପାଇଁ ସବୁପିଲା ସୁବିଧା ପାଇପାରିନଥିବା ବେଳେ ଏଥିଲାଗି ବିକଳ୍ପ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ଜଣେ ଶିକ୍ଷକ । ମୋବାଇଲ୍ ଏବଂ କମ୍ପ୍ୟୁଟର ମାଧ୍ୟମରେ ଡିଜିଟାଲ ଶିକ୍ଷା । ବିଦ୍ୟୁତ୍ ନାହିଁ କି ଇଣ୍ଟରନେଟ୍ ନାହିଁ ତଥାପି ଡିଜିଟାଲ୍‌ ଶିକ୍ଷାଦାନ ଚାଲିଛି ।

ଅଭିନବ ଉପାୟରେ ପାଠପଢ଼ା; ବିନା ବିଦ୍ୟୁତ୍ ଓ ଇନଣ୍ଟରନେଟରେ ଡିଜିଟାଲ୍‌ ଶିକ୍ଷା

ଶିକ୍ଷକଙ୍କ ଅଭିନବ ଉଦ୍ୟମରୁ ପାଠ ପଢୁଛନ୍ତି ପିଲା । ସାଧନ ନଥାଇ ବି ପିଲାଙ୍କୁ ମିଳିପାରୁଛି ଅନଲାଇନ୍ ଶିକ୍ଷା । ଅନଲାଇନ୍ ଶିକ୍ଷା ପାଇଁ ସବୁପିଲା ସୁବିଧା ପାଇପାରିନଥିବା ବେଳେ ଏଥିଲାଗି ବିକଳ୍ପ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ଜଣେ ଶିକ୍ଷକ । ମୋବାଇଲ୍ ଏବଂ କମ୍ପ୍ୟୁଟର ମାଧ୍ୟମରେ ଡିଜିଟାଲ ଶିକ୍ଷା । ବିଦ୍ୟୁତ୍ ନାହିଁ କି ଇଣ୍ଟରନେଟ୍ ନାହିଁ ତଥାପି ଡିଜିଟାଲ୍‌ ଶିକ୍ଷାଦାନ ଚାଲିଛି ।

ଏଭଳି କରିଦେଖାଇଛନ୍ତି ଗଂଜାମ ଆସିକା ଧରାକୋଟ ଦେଓପାଟଣା ସ୍କୁଲର ପ୍ରଧାନ ଶିକ୍ଷକ । ଯାହାକୁ ନେଇ ଏବେ ସବୁ ସ୍ଥାନରେ ଚର୍ଚ୍ଚା ଜୋର୍‌ ଧରିଛି ।

ସୂଚନା ଅନୁସାରେ, ପୂର୍ବରୁ ବିଷୟବସ୍ତୁ ଗୁଡ଼ିକୁ ଡାଉନ୍‌ଲୋଡ଼ କରି ଇଣ୍ଟରନେଟ୍ ନଥିବା ଅଞ୍ଚଳରେ ସୋଲାର ପାଓ୍ୱାର ଦ୍ୱାରା କିଭଳି ପଢ଼ାଇ ହେବ ସେ ତାହା କରିଦେଖାଇଛନ୍ତି । ଏନେଇ ଧରାକୋଟ ମଣିକ୍ୟପୁର ପଞ୍ଚାୟତର ପଟାଶାଳ ପ୍ରକଳ୍ପ ବିଦ୍ୟାଳୟରେ ବିଦ୍ୟୁତ୍ ନଥିବା ବେଳେ ସୋଲାର ଲାଇଟ୍ ମାଧ୍ୟମରେ ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ଡେମୋ ପ୍ରଦର୍ଶନ କରିଛନ୍ତି ।

ଏହି ନୂଆ ବ୍ୟବସ୍ଥା ଦ୍ୱାରା ସ୍କୁଲ୍ ବନ୍ଦ ଥିବାବେଳେ ମୋବାଇଲ୍ ନେଟ୍ଓ୍ୱର୍କ ଏବଂ ବିଜୁଳି ନଥିବା ଗାଁରେ ମଧ୍ୟ ପାଠ ପଢ଼ାଇ ହେବ ବୋଲି ସୂର୍ଯ୍ୟ ସାର୍‌ ଦାବି କରିଛନ୍ତି ।

ସେହିପରି ପିଲାଙ୍କୁ ସ୍କୁଲ୍‌ର ବାତାବରଣ ଭିତରେ ପାଠପଢ଼ାର ମଜା ଦେବା ପାଇଁ ଆଉ ଜଣେ ଶିକ୍ଷକ ଗାଁରେ ଘରେ ଘରେ କଳାପଟା ନିର୍ମାଣ କରିଛନ୍ତି । କନ୍ଧମାଳ ଫିରିଙ୍ଗିଆରୁ ଏହି ଘଟଣା ସାମ୍ନାକୁ ଆସିଛି । କନ୍ଧମାଳ ଫିରିଙ୍ଗିଆ କରଣ୍ଡାଗଡ଼ ଗାଁରେ ଗୋଟିଏ କି ଦୁଇଟି ଜାଗାରେ ନୁହେଁ ବରଂ ଗାଁରେ ଏମିତି ଅନେକ ଘରର କାନ୍ଥରେ ବ୍ଲାକ୍‌ବୋର୍ଡ ତିଆରି ହୋଇଛି ।

ପିଲାମାନେ ସ୍କୁଲ୍‌ରେ ପଢ଼ିଲା ଭଳି ନିଜ ନିଜ ଘରେ ରହି ପାଠ ପଢ଼ିପାରୁଛନ୍ତି । କରଣ୍ଡାଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୀମାଞ୍ଚଳ ମୁଖୀଙ୍କ ପରିକଳ୍ପନା ଏବେ ବାସ୍ତବତାର ରୂପ ନେଇଛି । କରୋନା କାଳରେ କୁନି ପିଲାମାନଙ୍କର ସ୍କୁଲ୍ ଖୋଲିନଥିବା ବେଳେ ପିଲାଙ୍କ ପାଇଁ ସେ ଏହି ‘ମୋ ଘର କଳାପଟା ମିଶନ’ ଆରମ୍ଭ କରିଛନ୍ତି । ଉଭୟ ଶିକ୍ଷକଙ୍କ ଏହି ପ୍ରଚେଷ୍ଟାକୁ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ବେଶ୍ ପ୍ରଶଂସା କରିଛନ୍ତି ।