Advertisment

ନୂଆ ଜୀବନ ପାଇଲା ଅହିରାଜ, ଭାଙ୍ଗି ଯାଇଥିଲା ପଞ୍ଜରା ହାଡ଼

ରିଷ୍ଟ୍ରେନିଂ ଟ୍ୟୁବ୍‌ରେ ଅହିରାଜ। ପଞ୍ଜରା ହାଡ଼ ଭାଙ୍ଗି ଯାଇଥିବା ସାପର ଚିକିତ୍ସା ହୋଇଛି। ସ୍ନେକ୍ ହେଲ୍‌ପ୍‌ ଲାଇନ୍ ସଦସ୍ୟ ଅତି ସତର୍କତା ଭାବେ ସାପର ମୁଣ୍ଡକୁ ଧରିବା ପରେ ରିଷ୍ଟେନିଂ ଟ୍ୟୁବ୍‌ରେ ପଶାଇ ଥିଲେ। ଏହାପରେ ଚିକିତ୍ସା ଆରମ୍ଭ ହୋଇଥିଲା।

ଅଦ୍ୟତନ ହୋଇଛି
12-ft long king cobra gets new lease of life

12-ft long king cobra gets new lease of life

Advertisment

ରିଷ୍ଟ୍ରେନିଂ ଟ୍ୟୁବ୍‌ରେ ଅହିରାଜ। ପଞ୍ଜରା ହାଡ଼ ଭାଙ୍ଗି ଯାଇଥିବା ସାପର ଚିକିତ୍ସା ହୋଇଛି। ଥାଇଲାଣ୍ଡ୍‌ ଷ୍ଟାଇଲ୍‌ରେ ବିଷଧର କିଙ୍ଗ୍ କୋବ୍ରାକୁ ସ୍ନେକ୍ ହେଲ୍‌ପ୍‌ ଲାଇନ୍ ସଦସ୍ୟ ଧରିଥିବା ଦେଖିବାକୁ ମିଳିଛି। ସ୍ନେକ୍ ହେଲ୍‌ପ୍‌ ଲାଇନ୍ ସଦସ୍ୟ ଅତି ସତର୍କତା ଭାବେ ସାପର ମୁଣ୍ଡକୁ ଧରିବା ପରେ ରିଷ୍ଟେନିଂ ଟ୍ୟୁବ୍‌ରେ ପଶାଇ ଥିଲେ। ଏହାପରେ ଚିକିତ୍ସା ଆରମ୍ଭ ହୋଇଥିଲା। 

Advertisment

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ଆଇଏନ୍ଏସ୍ ଚିଲିକା କ୍ୟାମ୍ପସ ନିକଟରୁ ଉଦ୍ଧାର ଆହତ ଅହିରାଜର ପ୍ଲାଷ୍ଟରିଂ ଓୟୁଏଟିରେ ହୋଇଛି। ପ୍ରଫେସର ଇନ୍ଦ୍ରମଣି ନାଥଙ୍କ ନେତୃତ୍ୱରେ ଏକ ଟିମ୍ ଏହି ଚିକିତ୍ସା କରିଛନ୍ତି। ପ୍ଲାଷ୍ଟିକ୍ ପାଇପ୍‌କୁ ଦୁଇ ଖଣ୍ଡ କରି ଭିତରେ ତୁଳା ଦିଆଯାଇ ତିଆରି ହୋଇଥିବା ଗଦିରେ ସାପର ପ୍ଲାଷ୍ଟରିଂ କରାଯାଇଛି। ସୁସ୍ଥ ହେବା ପାଇଁ ଏବଂ ଯନ୍ତ୍ରଣା ନ ହେବା ପାଇଁ ଆଣ୍ଟି ବାୟୋଟିକ୍ ଇଞ୍ଜେକ୍ସନ ବି ଦିଆଯାଇଛି।

ଗତ କିଛି ଦିନ ପୂର୍ବେ ଉଦ୍ଧାର ହୋଇଥିବା ଅହିରାଜର ଓୟୁଏଟି ଭେଟେରେନାରୀ ସର୍ଜରୀ ବିଭାଗରେ ଚିକିତ୍ସା ହୋଇଛି। ସାପର ୪ଟି ପଞ୍ଜରା ହାଡ଼ ଭାଙ୍ଗିଥିଲା ଏବଂ ତାହା ସାପର ହୃତ୍‌ପିଣ୍ଡର ନିକଟତର ଥିଲା। ହୃତ୍‌ପିଣ୍ଡରେ ଏହି ଭଙ୍ଗା ହାଡ଼ ବାଜିଲେ ସାପର ଜୀବନ ପ୍ରତି ବିପଦ ରହିଥିଲା। ତେଣୁ ଏହାକୁ ଦୃଷ୍ଟିରେ ରଖି ସାପର ପ୍ଲାଷ୍ଟରିଂ କରାଯାଇଛି।

Advertisment

ଡିସେମ୍ବର ୨୬ ତାରିଖରେ ବାଲୁଗାଁ ସ୍ଥିତ ଆଇଏନ୍ଏସ୍ ଚିଲିକା କ୍ୟାମ୍ପସ ନିକଟରୁ ସାପକୁ ଉଦ୍ଧାର କରାଯାଇଥିଲା। କିଛି ଲୋକେ ସାପକୁ ଦେଖି ଭୟଭୀତ ହେବା ସହ ତା ଉପରକୁ ଆକ୍ରମଣ କରିଥିଲେ। ଫଳରେ ଲୋକଙ୍କ ପଥର ମାଡ଼ରେ ସାପଟି ଆହତ ହୋଇଥିବା ଜଣାପଡ଼ିଥିଲା। ସ୍ନେକ୍‌ ହେଲ୍‌ପ୍‌ ଲାଇନ୍ ସଦସ୍ୟ ସାପକୁ ଉଦ୍ଧାର କରିବା ସହ ଓୟୁଏଟି ଆଣି ତାର ଏକ୍ସରେ କରାଇଥିଲେ। ଏଥିରେ ସାପର ପଞ୍ଜରା ହାଡ଼ ୪ଟି ଭାଙ୍ଗି ଯାଇଥିବା ଜଣାପଡ଼ିଥିଲା। ୩ ସପ୍ତାହ ମଧ୍ୟରେ ସାପଟି ସୁସ୍ଥ ହୋଇଯିବ ବୋଲି ଅନୁମାନ କରାଯାଉଛି। ସୁସ୍ଥ ହେବା ପରେ ଅହିରାଜକୁ ତାର ପ୍ରାକୃତିକ ଆବାସସ୍ଥଳୀରେ ଛଡ଼ାଯିବ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ