104 year old woman scores 89 out of 100
କୁହାଯାଏ ଜ୍ଞାନର ଅନ୍ତ ନାହିଁ। ଜ୍ଞାନ ପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସର ସୀମା ନ ଥାଏ। ମାନବ ଜୀବନରେ ଶିକ୍ଷାର ଏକ ଭିନ୍ନ ଅର୍ଥ ରହିଛି। ଏନେଇ ସମସ୍ତେ ଚାହାନ୍ତି ଯେ ସେମାନେ ଭଲରେ ପାଠ ପଢନ୍ତୁ। କିନ୍ତୁ ବେଳେବେଳେ ପରିସ୍ଥିତି ଏମିତି ହୁଏ ଯେ ଜଣେ ବ୍ୟକ୍ତି ଅସହାୟ ହୋଇପଡେ, ମନରେ ଅହେତୁକ ଇଛାଶକ୍ତି ଥିଲେ ମଧ୍ୟ ତାକୁ ଅଧାରୁ ପାଠ ଛାଡିବାକୁ ହୁଏ।
୧୦୪ ବୟସ୍କା ଆଇମା’ଙ୍କ ସଫଳତାର କାହାଣୀ; ୧୦୦ରୁ ରଖିଲେ ୮୯କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାଆନ୍ତି। ସେମାନଙ୍କ ପାଇଁ ନା ଅର୍ଥ ସାଜେ ବାଧକ ନା ବୟସ। କୁହାଯାଏ “ଯାହା ନ ହୋଇଛି ବାଳ କାଳେ, ତାହା କି ହୋଇବ ପାଚିଲା ବାଳେ।” କିନ୍ତୁ ଏହି ଉକ୍ତିକୁ ଭୁଲ୍ ପ୍ରମାଣିତ କରିଛନ୍ତି କେରଳର ଜଣେ ୧୦୪ ବର୍ଷ ବୟସ୍କା ମହିଳା। ଯେଉଁ ବୟସରେ ଶେଯ ଧରିବା କଥା ସେହି ବୟସରେ ସେ ଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରିଛନ୍ତି। ସେ ଏପରି କିଛି କରି ଦେଖେଇଛନ୍ତି ଯାହା ସମସ୍ତଙ୍କ ପାଇଁ ଉଦାହରଣ ପାଲଟି ଯାଇଛି।
କେରଳର ରାଜ୍ୟ ସରକାରଙ୍କ ନିରନ୍ତର ଶିକ୍ଷା ଅଭିଯାନ ଦ୍ୱାରା କରାଯାଇଥିବା ଏକ ପରୀକ୍ଷାରେ ୧୦୪ ବର୍ଷୀୟ କୁଟ୍ଟିୟାମା ୧୦୦ ନମ୍ବରରୁ ୮୯ ନମ୍ବର ରଖି ଏପରି ଉଦାହରଣ ସୃଷ୍ଟି କରିଛନ୍ତି, ଯାହା ସମସ୍ତ ପାଇଁ ପ୍ରେରଣାର ଉତ୍ସ ହୋଇ ଯାଇଛି। ଯେଉଁ ବୟସରେ ଲୋକଙ୍କର ସ୍ମରଣ ଶକ୍ତି ହଜିବସେ, ସେମାନେ ଅନେକ କଥା ମନେ ରଖିପାରନ୍ତି ନାହିଁ, କିନ୍ତୁ କୁଟ୍ଟିୟାମା ଏଥିରୁ ନିଆରା। ସେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଲୋକମାନଙ୍କୁ ଭିନ୍ନ ସାହସ ଦେଇଛନ୍ତି। କେରଳ ଶିକ୍ଷା ମନ୍ତ୍ରୀ ଭାସୁଦେବନ ଶିବନକୁଟ୍ଟି ସୋସିଆଲ ମିଡିଆରେ କୁଟ୍ଟିୟାମାଙ୍କ ଏକ ଫଟୋ ପୋଷ୍ଟ କରିଛନ୍ତି।
ଏହି ପୋଷ୍ଟରେ ସେ ଲେଖିଛନ୍ତି, “୧୦୪ ବର୍ଷ ବୟସ୍କା କୁଟ୍ଟିୟାମା କେରଳ ରାଜ୍ୟ ସାକ୍ଷରତା ମିଶନ ପରୀକ୍ଷାରେ ୮୯/୧୦୦ ମାର୍କ ହାସଲ କରିଛନ୍ତି। ଜ୍ଞାନର ଦୁନିଆରେ ପ୍ରବେଶ କରିବା ପାଇଁ ବୟସ କୌଣସି ବାଧକ ନୁହେଁ। ଅତ୍ୟନ୍ତ ସମ୍ମାନ ଓ ଶ୍ରଦ୍ଧାର ସହିତ ମୁଁ କୁଟ୍ଟିୟାମା ଏବଂ ଅନ୍ୟ ସମସ୍ତ ନୂଆ ଶିକ୍ଷାର୍ଥୀମାନଙ୍କୁ ଶୁଭକାମନା ଜଣାଉଛି।” କୁଟ୍ଟିୟାମାଙ୍କ ଏହି କାହାଣୀ ନିଶ୍ଚିର ଭାବେ ସେହିମାନଙ୍କୁ ପ୍ରେରଣା ଦେବ ଯେଉଁମାନେ କୌଣସି କାରଣରୁ ନିଜର ଶିକ୍ଷା ସମାପ୍ତ କରିପାରି ନାହାନ୍ତି।
ପ୍ରକାଶଥାଉ ଯେ ଶିକ୍ଷା କ୍ଷେତ୍ରରେ କେରଳ ଭାରତର ଏକ ଅଗ୍ରଣୀ ରାଜ୍ୟ । ୨୦୧୧ ଜନଗଣନା ଅନୁଯାୟୀ, ସାକ୍ଷରତା କ୍ଷେତ୍ରରେ କେରଳ ୯୪ ପ୍ରତିଶତରେ ଥାଇ ଦେଶର ସବୁଠାରୁ ସାକ୍ଷର ରାଜ୍ୟ ହୋଇଛି। ଏହି ଜନଗଣନାକୁ ଆଧାର କରି ପୁରୁଷ ସାକ୍ଷରତା ହାର ୯୬.୧୧ ପ୍ରତିଶତ ହୋଇଥିବାବେଳେ ମହିଳା ସାକ୍ଷରତା ହାର ୯୨.୦୭ ପ୍ରତିଶତ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637072991.jpg)