Ajab Gajab: ଭାରତରେ ଅଛି ଏମିତି ବି ପରମ୍ପରା; ମା’ ହେଲା ପରେ ବିବାହ !

ଭାରତରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଲିଭ୍-ଇନ୍ ରିଲେସନ୍‌ସିପ୍ ଏକ ସ୍ୱାଭାବିକ ପ୍ରକ୍ରିୟା ଏବଂ ବାପାମାଆମାନେ ସେମାନଙ୍କ ପିଲାମାନଙ୍କୁ ଏହା କରିବାକୁ ଅନୁମତି ଦିଅନ୍ତି। ଏଠାରେ ଯୁବତୀମାନେ ନିଜ ପସନ୍ଦର ପୁଅ ବାଛିବା ପାଇଁ ଅଧିକାର ପାଇଛନ୍ତି।

ଭାରତରେ ଅଛି ଏମିତି ବି ପରମ୍ପରା; ମା’ ହେଲା ପରେ ବିବାହ!

ଆଜିର ଦିନରେ ଦିଲ୍ଲୀ ଏବଂ ମୁମ୍ବାଇ ଭଳି ବଡ ସହରରେ ଯୁବକ ଓ ଯୁବତୀମାନେ ବିବାହ ପୂର୍ବରୁ ଗୋଟିଏ ଘରେ ରହିବା ଏକ ସାଧାରଣ କଥା ହୋଇଗଲାଣି। ଏହାକୁ ଲିଭ୍-ଇନ୍ ରିଲେସନ୍‌ସିପ୍ କୁହାଯାଉଛି। ତେବେ ଏହି ଛୋଟ ସହରଗୁଡ଼ିକରେ ଏହାକୁ ଭୁଲ ବୋଲି ବିବେଚନା କରାଯାଏ ଏବଂ ଅନେକ ଯୁବକଙ୍କୁ ଏହାକୁ ଲୁଚାଇବାକୁ ପଡେ।

ଗାଁରେ ଏହି ପରମ୍ପରା କଥା ଶୁଣିବା ପରେ ବିବାଦ ଦେଖାଯାଏ। କିନ୍ତୁ ଭାରତରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଲିଭ୍-ଇନ୍ ରିଲେସନ୍‌ସିପ୍ ଏକ ସ୍ୱାଭାବିକ ପ୍ରକ୍ରିୟା ଏବଂ ବାପାମାଆମାନେ ସେମାନଙ୍କ ପିଲାମାନଙ୍କୁ ଏହା କରିବାକୁ ଅନୁମତି ଦିଅନ୍ତି। ଆମେ ରାଜସ୍ଥାନ ଏବଂ ଗୁଜରାଟରେ ବାସ କରୁଥିବା ଗରାସିଆ ଜନଜାତି ବିଷୟରେ କହୁଛୁ।

ଏହି ଜନଜାତିରେ ପୁରୁଷ ଏବଂ ମହିଳା ବିବାହ ବିନା ଏକାଠି ରୁହନ୍ତି ଏବଂ ମହିଳାମାନେ ମଧ୍ୟ ବିବାହ ପୂର୍ବରୁ ମା’ ହୁଅନ୍ତି। ଯୁବତୀମାନେ ନିଜ ପସନ୍ଦର ପୁଅ ବାଛିବା ପାଇଁ ଅଧିକାର ପାଇଛନ୍ତି, ଯେଉଁ କାରଣରୁ ଏହି ଜନଜାତି ପ୍ରଗତିଶୀଳ ବୋଲି ବିବେଚନା କରାଯାଏ।

ବିବାହ ପାଇଁ ଦୁଇ ଦିନିଆ ମେଳା:

ବିବାହ ପାଇଁ ଏଠାରେ ଦୁଇ ଦିନିଆ ମେଳା ଆୟୋଜିତ ହୋଇଥାଏ। ଏହି ମେଳାରେ ପୁଅ ଏବଂ ଝିଅମାନେ ଏକାଠି ହୁଅନ୍ତି ଏବଂ ଯଦି ସେମାନେ କାହାକୁ ପସନ୍ଦ କରନ୍ତି, ତେବେ ସେମାନେ ସେହି ବ୍ୟକ୍ତିଙ୍କ ସହିତ ମେଳାରୁ ପଳାୟନ କରନ୍ତି।

ତା’ପରେ ସେମାନେ ବିବାହ ନ କରି ଏକାଠି ରହିବା ଆରମ୍ଭ କରନ୍ତି। ଏହି ସମୟ ମଧ୍ୟରେ ସେମାନଙ୍କର ଏକ ସନ୍ତାନ ମଧ୍ୟ ହୋଇପାରେ। ଏହା ପରେ, ସେମାନେ ନିଜ ଗାଁକୁ ଫେରନ୍ତି ଏବଂ ସେମାନଙ୍କ ବାପାମାଆ ସେମାନଙ୍କ ବିବାହ ଖୁବ ଧୂମଧାମ୍‌ ସହିତ କରନ୍ତି।

ଲିଭ୍-ଇନ୍ ପ୍ରଥାର ଐତିହାସିକ ମହତ୍ତ୍ୱ:

ଏହି ଜନଜାତିରେ ଲିଭ୍-ଇନ୍‌ରେ ରହିବାର ପ୍ରଥା ବହୁ ବର୍ଷର ପୁରୁଣା ପରମ୍ପରା। ବିଶ୍ୱାସ କରାଯାଏ ଯେ ପୂର୍ବରୁ ଏହି ଜାତିର ଚାରି ଭାଇ ଗାଁ ଛାଡି ଅନ୍ୟତ୍ର ରହିବାକୁ ଲାଗିଲେ। ସେମାନଙ୍କ ମଧ୍ୟରୁ ତିନିଜଣ ଭାରତୀୟ ରୀତିନୀତି ଅନୁଯାୟୀ ବିବାହ କରିଥିଲେ, କିନ୍ତୁ ଜଣେ ଭାଇ ବିବାହ ନ କରି ଜଣଙ୍କ ସହିତ ରହିବାକୁ ଲାଗିଲେ। ଭାରତୀୟ ରୀତିନୀତି ଅନୁଯାୟୀ ବିବାହ କରିଥିବା ତିନି ଭାଇଙ୍କର କୌଣସି ସନ୍ତାନ ହେଲେ ନାହିଁ, କିନ୍ତୁ ଚତୁର୍ଥ ଭାଇଙ୍କର ଏକ ସନ୍ତାନ ହେଲା। ସେବେଠାରୁ ଏଠାରେ ଲିଭ୍-ଇନ୍ ପରମ୍ପରା ଆରମ୍ଭ ହୋଇଥିଲା।

ମହିଳାମାଙ୍କୁ ସ୍ୱାଧୀନତା:

ଖବର ଅନୁଯାୟୀ, ଯଦି ଗରାସିଆ ମହିଳାମାନେ ଚାହାଁନ୍ତି, ତେବେ ସେମାନେ ପ୍ରଥମ ପାର୍ଟନର ସତ୍ତ୍ୱେ ଦ୍ୱିତୀୟ ମେଳାରେ ଅନ୍ୟ ସାଥୀ ଚୟନ କରିପାରିବେ। ଏହି ଉପାୟରେ ସେମାନେ ସ୍ୱାଧୀନତା ପାଆନ୍ତି, ଯାହା ଆଧୁନିକ ସମାଜରେ ମଧ୍ୟ ଉପଲବ୍ଧ ନୁହେଁ। ଏହି କାରଣରୁ ଏହି ଜନଜାତି ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ଆଜିକାଲି ସହରୀ ମହିଳାମାନେ ମଧ୍ୟ ଏପରି ସ୍ୱାଧୀନତା ପାଆନ୍ତି ନାହିଁ। ଭାରତରେ ଆହୁରି ଅନେକ ଜନଜାତି ଅଛନ୍ତି, ଯାହାଙ୍କର ଏହିଭଳି ପରମ୍ପରା ଅଛି।