Advertisment

Nutrients: ସୁସ୍ଥ ହୃଦୟ ପାଇଁ କ’ଣ ଖାଇବେ

ଯଦି ଆପଣ ଡାଇବେଟିସ୍, କୋଲେଷ୍ଟରଲ୍, ଉଚ୍ଚ ରକ୍ତଚାପ, ଓଜନଧିକ୍ୟ ଆଦି ଲକ୍ଷଣରେ ଆଗରୁ ପୀଡ଼ିତ ଥାଆନ୍ତି କିମ୍ୱା ସିଗାରେଟ୍ ପିଉଥାଆନ୍ତି, ତେବେ ଆପଣଙ୍କଠାରେ ହୃଦ୍‌ରୋଗର ସମ୍ଭାବନାକୁ ଏଡ଼ାଇ ଦିଆଯାଇନ ପାରେ।

ଅଦ୍ୟତନ ହୋଇଛି
World heart day 2024 Diet for healthy heart

World heart day 2024 Diet for healthy heart

Advertisment

ଶରୀରର ସମସ୍ତ କ୍ରିୟାକଳାପ ଆବଶ୍ୟକ ହୁଏ ଶକ୍ତି ଓ ଅମ୍ଲଜାନ। ଆମେ ଖାଉଥିବା ଖାଦ୍ୟ ଓ ଶ୍ୱାସକ୍ରିୟାରୁ ପ୍ରକ୍ରିୟାକୃତ ହୋଇ ଶକ୍ତି ଆମ ଶରୀରକୁ ମିଳେ। ତେବେ ଶରୀରର ସବୁ ଅଙ୍ଗକୁ ଅମ୍ଲଜାନ ପହଁଚାଇବା କାମ କରେ ରକ୍ତ। ରକ୍ତ ସଂଚାଳନ ପ୍ରକ୍ରିୟା ଦ୍ୱାରା ସମସ୍ତ ଅଙ୍ଗକୁ ରକ୍ତ ପ୍ରବାହିତ ହୁଏ, ଯେଉଁଥିପାଇଁ ମୁଖ୍ୟ ଭୂମିକା ନିର୍ବାହ କରେ ଆମ ହୃତ୍‌ପିଣ୍ଡ। ବକ୍ଷ ଗହ୍ୱର ବା ବକାଲ୍ କ୍ୟାଭିଟି ଭିତରେ ଦୁଇ ଫୁସ୍‌ଫୁସ୍ ମଧ୍ୟରେ ଥିବା ଏହି ଛୋଟ ଅଙ୍ଗଟି ଅତ୍ୟନ୍ତ ଉପାଦେୟ। ହେଲେ ଆମେ ଆବଶ୍ୟକ ଅନୁଯାୟୀ ଆମ ହାର୍ଟ ବା ହୃତ୍‌ପିଣ୍ଡର ଯତ୍ନ ନେଉଛେ କି। ଆଜିକାଲି ପ୍ରାୟ ଯୁବାବସ୍ଥାରେ ପିଲାମାନେ ହୃତ୍‌ଘାତର ଶିକାର ହୋଇ ଜୀବନ ହାରିବା ଦେଖାଯାଉଛି। ତେବେ କାହିଁକି। ଆମର ଜୀବନଶୈଳୀ, ଖାଦ୍ୟପେୟ ତଥା ଶାରୀରିକ କ୍ରିୟା ଆଦି ଏଥିପାଇଁ ଦାୟୀ। ଆଜି ଆସନ୍ତୁ ବିଶ୍ୱ ହୃତ୍‌ପିଣ୍ଡ ଦିବସ ବା ହାର୍ଟ ଡେ ରେ କଥା ହେବା କିଛି ଜୀବନଶୈଳୀ ଅଭ୍ୟାସ ଓ କିଛି ଖାଦ୍ୟ ବିଷୟରେ ଯାହା ଆମ ହାର୍ଟକୁ ସୁସ୍ଥ ରଖିବ।

Advertisment

ଅଣ ସଂକ୍ରାମକ ରୋଗମାନଙ୍କ ଭିତରେ ହାର୍ଟ ଆଟାକ୍‌ରେ ୬୦ ପ୍ରତିଶତ ଜୀବ ହାରୁଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଭାରତର ପ୍ରତି ୧୦୦୦୦ରେ ୨୭୨ଜଣ ହୃଦ୍‌ରୋଗ ଜନିତ ସମସ୍ୟାରୁ ଜୀବନ ହାରନ୍ତି ବୋଲି ଜଣାଯାଏ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଭାରତରେ କରୋନାରୀ ଆର୍ଟେରୀ ଡିଜିଜ୍‌ରେ ପୀଡ଼ିତ ବ୍ୟକ୍ତିଙ୍କ ସଂଖ୍ୟା ବିଶ୍ୱରେ ସବୁଠୁ ଅଧିକ ଏବଂ ଏଥିରେ ସହରାଞ୍ଚଳର ଲୋକମାନଙ୍କ ସଂଖ୍ୟା ଗ୍ରାମାଞ୍ଚଳରେ ରହୁଥିବା ରୋଗୀମାନଙ୍କଠାରୁ ଯଥେଷ୍ଟ ଅଧିକ। ଏବଂ ଉଭୟ ଡାଇବେଟିସ୍ ଓ ଡାଇବେଟିସ୍ ନଥିବା ବ୍ୟକ୍ତିି ଏଥିରେ ଅନ୍ତର୍ଗତ। ତେବେ ଯଦି ଆପଣ ଡାଇବେଟିସ୍, କୋଲେଷ୍ଟରଲ୍, ଉଚ୍ଚ ରକ୍ତଚାପ, ଓଜନଧିକ୍ୟ ଆଦି ଲକ୍ଷଣରେ ଆଗରୁ ପୀଡ଼ିତ ଥାଆନ୍ତି କିମ୍ୱା ସିଗାରେଟ୍ ପିଉଥାଆନ୍ତି, ତେବେ ଆପଣଙ୍କଠାରେ ହୃଦ୍‌ରୋଗର ସମ୍ଭାବନାକୁ ଏଡ଼ାଇ ଦିଆଯାଇନ ପାରେ।

ରକ୍ତଚାପ ଅତ୍ୟଧିକ ରହିବା ସୂଚାଏ ଯେ, ଆପଣଙ୍କ ଶିରା ପ୍ରଶିରାର ଭିତର କାନ୍ଥରେ ସ୍ନେହସାର ତଥା ଚର୍ବି ଜମା ହୋଇ ରକ୍ତ ପ୍ରବାହରେ ବାଧା ହେଉଛି ଯାହା ଫଳରେ ରକ୍ତର ଚାପ ବଢ଼ୁଛି। ଏହା ଧୀରେ ଧୀରେ ବଢ଼ ହାର୍ଟ ଉପରେ ଥିବା ଆବରଣ ମାୟୋକାର୍ଡ଼ିୟମକୁ କ୍ଷତି ପହଁଚାଏ କିମ୍ୱା ହାର୍ଟର ଅନ୍ତର୍ଦେଶରେ ଥିବା ରକ୍ତସଂଚାଳନ ପଥକୁ ରୁଦ୍ଧ କରେ ବା ବ୍ଲକ୍ କରେ, ଯାହାକୁ ଆମେ ବ୍ଲକେଜ୍ ଅଛି ବୋଲି କହିଥାଉ। ଏହା ସହ ସ୍ମୋକିଂ ବା ଧୂମ୍ରପାନ କରୁଥିବା ବ୍ୟକ୍ତିମାନଙ୍କର ବିଭିନ୍ନ କାର୍ଡ଼ିଓ ଭାସ୍କୁଲାର୍ ସମସ୍ୟାର କାରଣ ହେଉଛି ଏଥିରେ ଥିବା ବିଷାକ୍ତ ପଦାର୍ଥ।

Advertisment

ଶରୀରରେ ଅପକାରୀ ଚର୍ବି ବା ସ୍ନେହସାର ବଢ଼ିବା ଦ୍ୱାରା ଡିସ୍‌ଲେପିଡ଼ିମିଆ ଦେଖାଯାଏ। ଏହାର ଅର୍ଥ ବିଭିନ୍ନ ଲିପିଡ୍ ବା ସ୍ନେହସାରର ପରିମାଣରେ ଅନିୟମିତତା।କୋଲେଷ୍ଟରଲ୍ ବଢ଼ିବା ଦ୍ୱାରା ରକ୍ତ ସଂଚାଳନରେ ବାଧା ଆସେ ଯାହା ପରେ ହାର୍ଟ ଆଟାକ୍‌ର କାରଣ ହୁଏ।ଏହା ସହ ବଂଶାନୁକ୍ରମିକ ଭାବେ ନିଜର ପିତାମାତା କିମ୍ୱା ପରିବାର ସଦସ୍ୟଙ୍କଠାରୁ ମଧ୍ୟ କିଛି କ୍ଷେତ୍ରରେ ପର ପିଢ଼ିକୁ ଆସିଥିବା ଦେଖାଯାଏ। ଏହାକୁ ହେରେଡିଟାରୀ କାରଣ କୁହାଯାଏ।

ଏବେ ଦେଖିବା ଏକ ସୁସ୍ଥ ହାର୍ଟ ପାଇଁ କଣ ଖାଇବା ଏବଂ କଣ ଖାଇବା ନାହିଁ।

କ‘ଣ ଖାଇବା:

ଶାଗ ପରି ସବୁଜ ପତ୍ର ଭିତ୍ତିକ ପରିବା(ପାଳଙ୍ଗ, ବ୍ରୋକଲି, ଗାଜର)

ସେଓ, କଦଳୀ, କମଳା, ଅଙ୍ଗୁର ଆଦି ଫଳ

ହୋଲ୍ ଗ୍ରେନ୍ ବା ପୂର୍ଣ୍ଣରୂପେ ଥିବା ଶସ୍ୟ ଯେପରିକି ଓଟ୍‌ସ୍, ଉଷୁନା ଚାଉଳର ଭାତ ଇତ୍ୟାଦି

Advertisment

ଚର୍ବିମୁକ୍ତ ବା ଫ୍ୟାଟ୍ ଫ୍ରି ଏବଂ କମ୍ ପରିମାଣର କ୍ଷୀର ଜାତୀୟ ଖାଦ୍ୟ ଯେପରିକି ସର କଢ଼ା ହୋଇଥିବା କ୍ଷୀର, ଛେନା, ଦହି ଇତ୍ୟାଦି

ପୁଷ୍ଟିସାର ଯୁକ୍ତ ଖାଦ୍ୟ ଯେପରିକି

ମାଛ (ଓମେଗା ୩ ଫ୍ୟାଟି ଏସିଡ୍‌ଯୁକ୍ତ)

ଚର୍ବି ନଥିବା ମାଂସ

ଅଣ୍ଡା

ନଟ୍‌ସ୍ ଓ ଡ୍ରାଏ ଫୁଟ୍‌ସ୍ (ଆଲମଣ୍ଡ୍, ୱାଲ୍‌ନଟ୍, ଫ୍ଲାକ୍ସ ସିଡ୍)

ସୋୟାଜାତୀୟ ଖାଦ୍ୟ ଯେପରିକି ସୋୟା କ୍ଷୀର ଓ ଟୋଫୁ

ଡାଲି ଜାତୀୟ ଖାଦ୍ୟ (ଗଜାମୁଗ, ବୁଟ, ସୋଲା ଇତ୍ୟାଦି)

କ‘ଣ ଖାଇବା ନାହିଁ:

ଆମର ଦୈନିକ ସୋଡ଼ିୟମ୍ ପରିମାଣ 2300ମି.ଗ୍ରାରୁ ଅଧିକ ହେବା ଉଚିତ୍ ନୁହେଁ। ଏଣୁଖାଦ୍ୟରେ ଲୁଣର ପରିମାଣ କମ୍ କରିବା ଆବଶ୍ୟକ। ଏହା ଆପଣଙ୍କ ରକ୍ତଚାପ ମଧ୍ୟ ନିୟନ୍ତ୍ରଣ କରେ। ଏଥିପାଇଁ ଆପଣଙ୍କୁ ପ୍ୟାକେଟରେ ଥିବା ସ୍ନାକ୍ସ, ଫ୍ରୋଜେନ୍ ଫୁଡ୍ସ, ପୂର୍ବ ପ୍ରସ୍ତୁତ ଖାଦ୍ୟ ଆଦି ଖାଇବାରୁ ଦୂରେଇ ରହିବାକୁ ପଡ଼ିବ।

ଉଚ୍ଚ ତେଲଯୁକ୍ତ ଖାଦ୍ୟ, ଛଣା ଖାଦ୍ୟ, ପ୍ରକ୍ରିୟାକୃତ ଖାଦ୍ୟରୁ ଦୂରରେ ରହିବା ଆବଶ୍ୟକ। ବିଭିନ୍ନ ରିଫାଇନ୍ ତେଲରେ ଅତ୍ୟନ୍ତ ଉଚ୍ଚ ପରିମାଣର ପଲିଅନସାଚୁରେଟେଡ୍ ଫ୍ୟାଟ୍ ରହିଥାଏ ଯାହା ଆମ ହୃଦୟ ପାଇଁ ଭଲ ନୁହେଁ। ମାଛର କାତି, ମୁଣ୍ଡ ଓ ଲାଞ୍ଜ ଭାଗ ଖାଇବାରୁ ଦୂରେଇ ରୁହନ୍ତୁ। ଆଜିକାଲି ଅନେକ ପ୍ରକାର ବିନା ତେଲରେ ପ୍ରସ୍ତୁତ ହୋଇପାରୁଥିବା ରୋଷେଇ ଇଣ୍ଟରନେଟ୍‌ରେ ଉପଲବ୍ଧ। ଆପଣଙ୍କ ପାଖରେ କୌଣସି ଡାଏଟିସିଆନଙ୍କଠାରୁ ପରାମର୍ଶ ନେଇ ମଧ୍ୟ ବିନା ତେଲ ବା ଖୁବ୍ କମ୍ ତେଲରେ ତିଆରି ଖାଦ୍ୟ ଖାଇପାରିବେ।

ସୁଗାର ବା ଶର୍କରା ଯୁକ୍ତ ଖାଦ୍ୟକୁ ସମ୍ପୂର୍ଣ୍ଣ ନାଁ କହିଦିଅନ୍ତୁ। ଥଣ୍ଡା ପାନୀୟ, ବାହାରେ ମିଳୁଥିବା ମିଠା, କେକ୍, ପାଇ, ପେଷ୍ଟ୍ରି ପରି ସଂରକ୍ଷିତ ରହୁଥିବା ଖାଦ୍ୟ, ବିଭିନ୍ନ ଏନର୍ଜି ଡ୍ରିଙ୍କ୍, ମାଦକ ଦ୍ରବ୍ୟ ଇତ୍ୟାଦି ଖାଇବା ବନ୍ଦ କରି ପ୍ରାକୃତିକ ଶର୍କରାଜାତୀୟ ଖାଦ୍ୟ ଖାଇପାରିବେ। ଯେପରିକି ଖଜୁରୀ, ଗୁଡ଼, କିସ୍‌ମିସ୍ ଓ ବିଭିନ୍ନ ଫଳ ଆଦିରେ ରହୁଥିବା ଶର୍କରା ଆମ ପାଇଁ କ୍ଷତିକାରକ ନୁହେଁ। ହେଲେ ଡାଇବେଟିସ୍ ଥିବା ବ୍ୟକ୍ତି ଏସବୁ ନେବା ଆଗରୁ ପୁଷ୍ଟିବିତ୍‌ଙ୍କ ପରାମର୍ଶ ନିଅନ୍ତୁ।

ଆମ ଶରୀରର ପ୍ରତ୍ୟେକ ଅଂଗ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆମେ ଯେମିତି ଖାଦ୍ୟ ଖାଇବା ତାହା ଆମ ଶାରୀରିକ କାର୍ଯ୍ୟକଳପକୁ ପ୍ରଭାବିତ କରିବ। ଏପରିକି ଖାଦ୍ୟ ଆମର ଅନେକ ଶାରୀରିକ ସମସ୍ୟା ଦୂର ବି କରିବାର କ୍ଷମତା ରଖେ। ହୃଦୟ ଏକ ମୂଲ୍ୟବାନ୍ ଅଙ୍ଗ ଯାହା ମୃତ୍ୟୁ ଯାଏଁ କାର୍ଯ୍ୟକ୍ଷମ ରହେ। ଏହା ଯେତେଦିନ ସୁସ୍ଥ ରହି ଶରୀରର ଅଂଗକୁ ରକ୍ତ ପ୍ରବାହ କରିବ ସେତେଦିନ ଆମେ ବଞ୍ଚିଥିବା। ଏଣୁ ଆସନ୍ତୁ ଉପଯୁକ୍ତ ସନ୍ତୁଳିତ ଖାଦ୍ୟ ଯୋଗେ ଆମ ହାର୍ଟକୁ ସବୁବେଳେ ସୁସ୍ଥ ରଖିବାକୁ ଚେଷ୍ଟା କରିବା।

ଇମେଲ୍ - jmohapatra13@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

Nutrients World Heart Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ