ଶାସ୍ତ୍ର ଅନୁସାରେ ତାରା ଲୁଚି ନଥିବାବେଳେ ଯେଉଁ ସ୍ନାନ କରାଯାଏ ତାହା ଶରୀର ଓ ମନ ପାଇଁ ବହୁତ ଭଲ ଫଳପ୍ରଦ ହୋଇଥାଏ । ତାରା ବୁଡ଼ିଯିବା ପରେ ଏବଂ ସୂର୍ଯ୍ୟୋଦୟ ପୂର୍ବରୁ ଯେଉଁ ସ୍ନାନ କରାଯାଏ ତାହା ହେଉଛି ମଧ୍ୟମ ସ୍ନାନ ।
Also Read
- ସୂର୍ଯ୍ୟୋଦୟ ହେବା ପରେ ଦିନରେ ଯେଉଁ ସ୍ନାନ କରାଯାଏ ତାହାକୁ ଅଧମ ସ୍ନାନ କୁହାଯାଏ ।
- ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନକୁ କ୍ଷୀର ସ୍ନାନ, ସୂର୍ଯ୍ୟୋଦୟ ସମୟରେ ସ୍ନାନକୁ ଜଳ ସ୍ନାନ କହିଥାନ୍ତି
- ସୂର୍ଯ୍ୟୋଦୟ ପରେ ଦିବା ୯ ଘଟିକା ଭିତରେ ହେଉଥିବା ସ୍ନାନକୁ ରକ୍ତସ୍ନାନ କହିଥାନ୍ତି ।
- ଦିବା ୯ଘଟିକା ଭିତରେ ଯେଉଁମାନେ ସ୍ନାନ କରନ୍ତି ସେମାନେ ଅଧିକରୁ ଅଧିକ ଥଣ୍ଡା, ସର୍ଦ୍ଦି, ଏସୋନୋଫିଲିଆ ଆଦିରୋଗରେ ପୀଡ଼ିତ ହୁଅନ୍ତି । କାରଣ ଏ ସମୟରେ ବାତ, ପିତ୍ତ ଏବଂ କଫର ସମତା ନଥାଏ । ଯାହାଫଳରେ ଥଣ୍ଡା ହୁଏ ଏବଂ ସ୍ୱାସ୍ଥ୍ୟ ନଷ୍ଟ ହୁଏ ।
- ଡାହାଣ ପୂଡ଼ାରେ ସୂର୍ଯ୍ୟ ନାଡ଼ିରେ ନିଶ୍ୱାସ ପ୍ରଶ୍ୱାସ ଯାତାୟତବେଳେ ସ୍ନାନ କରିବା ବିଧାନଗତ । ଏହାଦ୍ୱାରା ଶ୍ଲେଷ୍ମାଜାତ ହେବାର ଭୟ କମ୍ ଥାଏ ।
- ସ୍ନାନ ପୂର୍ବରୁ ପ୍ରଥମେ ତୈଳ ମାଲିସ୍ କରି ଦେହକୁ ଉଷୁମ କରିନେବା ଆବଶ୍ୟକ ।
- ଶାସ୍ତ୍ର ଅନୁସାରେ ସ୍ନାନ କରିବା ପୂର୍ବରୁ ପ୍ରଥମେ ମୁଖରେ ଜଳ ଭର୍ତ୍ତି କରି ଆଖିରେ ୨୧ ଥର ପର୍ଯ୍ୟନ୍ତ ଜଳ ଛାଟନ୍ତୁ । ତା’ପରେ ମୁଣ୍ଡ ଏବଂ ବେକକୁ ଭଲଭାବେ ଜଳରେ ଧୋଇ ସାରିବା ପରେ ସମଗ୍ର ଶରୀରକୁ ଧୁଅନ୍ତୁ । ଏହି ଭଳି କରିବା ଦ୍ୱାରା ଯେଉଁମାନଙ୍କୁ ଅଧିକ ସର୍ଦ୍ଦି ହୁଏ ସେମାନେ ଏହି ଉପାୟ ଅବଲମ୍ବନ କଲେ ଆଉ ସର୍ଦ୍ଦି ହେବନାହିଁ ।
- ସ୍ନାନ କରିବା ସମୟରେ ନାଭିଯାଏ ଜଳରେ ପଶି ନାଭି, ତଳିପେଟକୁ ଶୀତଳ ଜଳରେ ଘଷି ଘଷି ଶୀତଳ କରି ନିଅନ୍ତୁ ।
- ଶୀତଳ ଜଳରେ ସ୍ନାନ କରିବା ଦ୍ୱାରା ପାଚକ ଶକ୍ତି ବୃଦ୍ଧି ପାଏ ।
- ଯକୃତ ଏବଂ କିଡ଼ନୀ କାର୍ଯ୍ୟରେ ଉନ୍ନତି ଘଟେ ।
- ହୃତପିଣ୍ଡ ମଧ୍ୟ ଅଧିକ ସୁସ୍ଥ ସବଳ ଏବଂ ସତେଜ ରହେ ।
- ଶୀତଳ ଜଳରେ ସ୍ନାନ କରିବା ଦ୍ୱାରା ଫୁସଫୁସ୍, ମସ୍ତିଷ୍କ ଭଳି ଶରୀରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟ ଶକ୍ତିଶାଳୀ ଏବଂ ରୋଗ ଶୂନ୍ୟ ହୁଏ ।