ECILରେ ଖାଲିପଡିଛି ୩୦୦ ପଦବୀ, ତୁରନ୍ତ କରନ୍ତୁ ଆବେଦନ

ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ଇଲେକ୍ଟ୍ରୋନିକ୍ସ କର୍ପୋରେସନ ଅଫ ଇଣ୍ଡିଆ ଲିମିଡେଟ(ECIL) ପକ୍ଷରୁ ୩୦୦ରୁ ଅଧିକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ମାନେ ତୁରନ୍ତ ଆବେଦନ କରନ୍ତୁ ।

ECIL recruitment 2021

News Summary

ECIL ପକ୍ଷରୁ  ବିଜ୍ଞପ୍ତି ପ୍ରକାଶ

ଅନଲାଇନ ଆବେଦନ କରିବାର ଶେଷ ତାରିଖ ୨୧ ଡିସେମ୍ବର ରହିଛି

ଇଲେକ୍ଟ୍ରୋନିକ୍ସ କର୍ପୋରେସନ ଅଫ ଇଣ୍ଡିଆ ଲିମିଡେଟ(ECIL) ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ECIL ପକ୍ଷରୁ ଇଲେକ୍ଟ୍ରୋନିକ ମ୍ୟାନୁଫ୍ୟାକ୍ଚରିଂ ସର୍ଭିସ ଡିଭିଜନ(EMSD) ସମେତ ବିଭିନ୍ନ ଡିଭିଜନ ଏବଂ ସାଇଟ୍‌ ପାଇଁ ଟେକ୍ନିକାଲ ଅଫିସର ପଦବୀରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ecil.co.in କୁ ଯାଇ ୨୧ ଡିସେମ୍ବର ପର୍ଯ୍ୟନ୍ତ ଆବେଦନ କରିପାରିବେ। ରେଜିଷ୍ଟ୍ରେସନ ପ୍ରକ୍ରିୟା ୧୧ ଡିସେମ୍ବରରୁ ଆରମ୍ଭ ହୋଇସାରିଛି ।

ମୋଟ୍ ପଦବୀ ୩୦୦ଟି ରହିଥିବା ବେଳେ ଟେକ୍ନିକାଲ ଅଫିସର ପଦବୀ ପାଇଁ ବିଜ୍ଞପ୍ତି ପ୍ରାଶ ପାଇଛି । ଏହି ପଦବୀ ପାଇଁ ଅନଲାଇନ ଆବେଦନ କରିବାର ଶେଷ ତାରିଖ ୨୧ ଡିସେମ୍ବର ରହିଛି।

ବୟସ ସୀମା ଓ ଶିକ୍ଷାଗତ ଯୋଗ୍ୟତା:

ECILରେ ଆବେଦନକାରୀଙ୍କ ବୟସ ସର୍ବାଧିକ ୩୦ ବର୍ଷ ରଖାଯାଇଛି। ଅନୁସୂଚିତ ଜାତି ଓ ଜନଜାତି ପାଇଁ ୫ ବର୍ଷ ଏବଂ ଓବିସି ପ୍ରାର୍ଥୀଙ୍କୁ ୩ ବର୍ଷ କୋହଳ କରାଯାଇଛି । ଏହି ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଅତି କମରେ ୬୦ ପ୍ରତିଶତ ମାର୍କ ସହିତ ECE,EEE,EIE,CSE ଓ IT ଡିଗ୍ରୀ କରିଥିବା ଜରୁରୀ ଅଟେ।

ପଦବୀ ପାଇଁ ଦରମା:

ଏହି ପଦବୀ ପାଇଁ ପ୍ରଥମ ବର୍ଷରେ ୨୫ ହଜାର ଟଙ୍କା ଏବଂ ଦ୍ୱିତୀୟ ବର୍ଷରେ ୨୮ ହଜାର ଏବଂ ତୃତୀୟ ବର୍ଷରେ ୩୧ ହଜାର ଟଙ୍କା ମିଳିବ।

କିପରି କରିବେ ଆବେଦନ :