Advertisment

ଋଷ୍‌ର ଆକ୍ରମଣରେ ଏବେ ଥରହର ୟୁକ୍ରେନ୍‌ବାସୀ

ପଡ଼ୋଶୀ ଦେଶ ୟୁକ୍ରେନ୍ ଉପରେ ଆକ୍ରମଣ କରିଛି ବିଶ୍ୱର ଅନ୍ୟତମ ମହାଶକ୍ତି ଋଷ୍‌। ୟୁକ୍ରେନ୍ ରାଜଧାନୀ କିଭ୍ ସମେତ ଅନ୍ୟ କିଛି ସହର ଉପରେ ଆକ୍ରମଣ ପରେ ଏବେ ଥରହର ହେଉଛନ୍ତି ୟୁକ୍ରେନ୍‌ବାସୀ। ଏନେଇ ଋଷ୍‌ ରାଷ୍ଟ୍ରପତି ପୁଟିନଙ୍କୁ ଶାନ୍ତି ଓ ଆଲୋଚନାର ପଥ ବାଛିବାକୁ ବିଶ୍ୱ ସମୁଦାୟ ଅନୁରୋଧ କରିଛନ୍ତି।

ଅଦ୍ୟତନ ହୋଇଛି
Ukrainian frightened in Russia attack

Ukrainian frightened in Russia attack

Advertisment

ନୂଆଦିଲ୍ଲୀ: ଆଫଗାନିସ୍ତାନ ଏବଂ ଇସ୍ରାଏଲ୍-ପାଲେଷ୍ଟାଇନ ଅଶାନ୍ତିକୁ କେଇ ମାସ ଯାଇନି, ପୁଣି ଆଉ ଏକ ଯୁଦ୍ଧର ପ୍ରାରମ୍ଭ ପଡ଼ୋଶୀ ଦେଶ ୟୁକ୍ରେନ୍ ଉପରେ ଆକ୍ରମଣ କରିଛି ବିଶ୍ୱର ଅନ୍ୟତମ ମହାଶକ୍ତି ଋଷ୍‌। ୟୁକ୍ରେନ୍ ରାଜଧାନୀ କିଭ୍ ସମେତ ଅନ୍ୟ କିଛି ସହର ଉପରେ ଆକ୍ରମଣ ପରେ ଏବେ ଥରହର ହେଉଛନ୍ତି ୟୁକ୍ରେନ୍‌ବାସୀ।

Advertisment

ଋଷ୍‌ ରାଷ୍ଟ୍ରପତି ପୁଟିନଙ୍କୁ ଶାନ୍ତି ଓ ଆଲୋଚନାର ପଥ ବାଛିବାକୁ ବିଶ୍ୱ ସମୁଦାୟ ଅନୁରୋଧ କରିଥିବା ବେଳେ, ପୁଟିନ ଚେତାବନୀ ଦେଇଛନ୍ତି ଯେ ଏହି ବିବାଦରେ ଅନ୍ୟ କୌଣସି ଦେଶ ହସ୍ତକ୍ଷେପ କଲେ ପରିଣାମ ଭୟାବହ ହେବ। ଏଭଳି ସ୍ଥିତିରେ ପ୍ରଶ୍ନ ଉଠିଛି ଯେ, ଇଏ ତୃତୀୟ ବିଶ୍ୱଯୁଦ୍ଧର ପଦଧ୍ୱନି ନୁହେଁ ତ?

ରାଜଧାନୀ କିଭ୍ ସମେତ ବିଭିନ୍ନ ସହରରେ ଭୟଙ୍କର ବିସ୍ଫୋରଣ ହୋଇଛି। ୟୁକ୍ରେନ୍ ମାଟିରେ ଋଷୀୟ ଟ୍ୟାଙ୍କର୍ ଗର୍ଜନ ଶୁଣାଯାଇଛି। ଦୀର୍ଘ ବର୍ଷ ଧରି କୁହୁଳୁଥିବା ବିବାଦରୁ ପୁଣି ତେଜିଛି ଯୁଦ୍ଧ ବିଭିଷୀକାର ନିଆଁ। ୟୁକ୍ରେନ୍‌ ବିରୋଧରେ ଋଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୁଦ୍ଧ ଘୋଷଣା ପରେ ପରେ, କିଭ୍, ଖାର୍କିଭ୍, ଡୋନେସ୍କ, ଓଡେଶା ଆଦି ଗୁରୁତ୍ୱପୂର୍ଣ୍ଣ ସହରରେ ରକେଟ୍ ଓ ମିଜାଇଲ୍ ମାଡ଼ ହୋଇଛି।

Advertisment

ଏଥିସହ ୟୁକ୍ରେନ୍ ସେନାର ଏୟାର୍ବେସ୍ ଓ ଏୟାର୍ ଡିଫେନ୍ସ ସିଷ୍ଟମ୍ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଥିବା ଦାବି କରିଛି ଋଷ୍‌। ଆକ୍ରମଣରେ ଅନେକ ମୃତାହତ ହୋଇଛନ୍ତି। ସେପଟେ ପୂର୍ବ ଆଡ଼ୁ ଅର୍ଥାତ୍ ଲୁହାଂସ୍କ, ଡୋନେସ୍କ ଓ ପୂର୍ବ-ଦକ୍ଷିଣରେ କ୍ରିମିଆ ଦେଇ ଋଷ୍‌ ସେନା ସ୍ଥଳ ଓ ଆକାଶ ପଥରେ ୟୁକ୍ରେନ୍‌ରେ ପଶିବା ସହ ଲୁହାଂସ୍କ ଅଞ୍ଚଳର ୨ଟି ସହରକୁ କବ୍ଜା କରିଛି। ଏହି କାର୍ଯ୍ୟାନୁଷ୍ଠାନରେ ଅନ୍ୟ କୌଣସି ଦେଶ ହସ୍ତକ୍ଷେପ କଲେ ପରିଣାମ ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି ପୁଟିନ। ମସ୍କୋ, ୟୁକ୍ରେନର ବହୁ ୱେବ୍‌ସାଇଟ୍‌ ଉପରେ ସାଇବର୍ ଆଟାକ୍ କରିଥିବା ମଧ୍ୟ କୁହାଯାଉଛି।

ଅନ୍ୟପକ୍ଷରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସକିଙ୍କର ମଧ୍ୟ କର ବା ମର ଆଭିମୁଖ୍ୟ ଦେଶବାସୀଙ୍କୁ ଭୟଭୀତ ନ ହେବାକୁ ଆହ୍ୱାନ ଦେବା ସହ, ଦେଶ ଋଷ୍‌କୁ କଡ଼ା ଜବାବ ଦେବ ବୋଲି କହିଛନ୍ତି। ଏଥିସହ ଜବାବି ହମଲାରେ ଋଷ୍‌ର ୫୦ ସୈନ୍ୟଙ୍କୁ ମାରିବା ସହ ୨ଟି ଟ୍ୟାଙ୍କ୍‌ ଓ ୫ଟି ବିମାନକୁ ନଷ୍ଟ କରିଦେଇଥିବା ଦାବି କରିଛି ୟୁକ୍ରେନ୍। ସେପଟେ ଭାରତରେ ଅବସ୍ଥାପିତ ୟୁକ୍ରେନ୍‌ ରାଷ୍ଟ୍ରଦୂତ ମଧ୍ୟ ୟୁକ୍ରେନ୍ ଲଢ଼ିବ ଓ ଜିତିବ ବୋଲି କହିବା ସହିତ, ପୁଟିନଙ୍କୁ ମନାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହଯୋଗ ଲୋଡ଼ିଛନ୍ତି।

Advertisment

ତେବେ ଯୁଦ୍ଧ ଆରମ୍ଭ ହେବାରୁ ଥରହର ୟୁକ୍ରେନବାସୀ କେଉଁଠି ରକେଟ୍ ମାଡ଼ରୁ ବର୍ତ୍ତିବାକୁ ମେଟ୍ରୋ ଷ୍ଟେସନ୍‌ ଭିତରେ ପଶିବାକୁ ଲୋକଙ୍କ ଉଦ୍ୟମ, ତ ଆଉ କେଉଁଠି ଘର ପରିବାର ଧରି ସହର ଛାଡ଼ିବାକୁ ପ୍ରାଣମୂର୍ଚ୍ଛା ସଂଘର୍ଷ କରୁଛନ୍ତି। ଏନେଇ କିଭ୍ ସହର ମୁଖ୍ୟରାସ୍ତାରେ ଲମ୍ବା ଟ୍ରାଫିକ୍ ଜାମ୍ ହୋଇଯାଇଛି। ସହର ଭିତରକୁ କାଁଭାଁ ଗାଡ଼ି ପଶୁଥିବା ବେଳେ, ସହର ଛାଡ଼ିବାକୁ ଅପେକ୍ଷା କରିଛି ଶହ ଶହ ଯାନବାହନ।

ଏଭଳି ପଳାୟନ ପୂର୍ବାଞ୍ଚଳ ଓ ସୀମାବର୍ତ୍ତୀ ସହରଗୁଡ଼ିକରେ ଅଧିକ ଦେଖିବାକୁ ମିଳିଛି। ୟୁକ୍ରେନ୍ ସରକାର ପୂରା ଦେଶରେ ଜରୁରୀସ୍ଥିତି ଲାଗୁ କରିଥିବା ବେଳେ, ଆବଶ୍ୟକ ସ୍ଥଳେ ସବୁ ଯୁଦ୍ଧୋପଯୋଗୀ ବୟସର ପୁରୁଷମାନଙ୍କୁ ସେନାରେ ଯୋଗଦେବାକୁ ବାଧ୍ୟତାମୂଳକ କରାଯାଇଛି। ଲୋକଙ୍କୁ ବ୍ୟାଙ୍କରୁ ଦିନକୁ ସର୍ବାଧିକ ୧୦ ହଜାର ରୁବେଲ୍ ଉଠାଇବାକୁ ଅନୁମତି ଦିଆଯାଇଛି।

ତେବେ ଋଷିଆର ଯୁଦ୍ଧ ଘୋଷଣାକୁ ତୀବ୍ର ନିନ୍ଦା କରିଛି ଆମେରିକା। ରାଷ୍ଟ୍ରପତି ବାଇଡେନ୍ ଏହାକୁ ଅନୈତିକ ବୋଲି ଦର୍ଶାଇବା ସହ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇଥିବା କହିଛନ୍ତି। ସେପଟେ ମାନବିକତା ଦୃଷ୍ଟିରୁ ୟୁକ୍ରେନରୁ ନିଜ ସୈନିକଙ୍କୁ ଫେରାଇ ଆଣିବା ଲାଗି ପୁଟିନଙ୍କୁ ଅପିଲ୍ କରିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟାରେସ୍।

ପ୍ରକାଶଥାଉ ଯେ ୟୁକ୍ରେନ୍‌ ପ୍ରସଙ୍ଗରେ ଆସନ୍ତାକାଲି G7 ରାଷ୍ଟ୍ରନେତାଙ୍କର ମଧ୍ୟ ଜରୁରୀ ବୈଠକ ବସିବାକୁ ଥିବାବେଳେ ୩ ଦିନ ଭିତରେ ପୁଣିଥରେ ଜାତିସଂଘ ସୁରକ୍ଷା ପରିଷଦ ବୈଠକ ମଧ୍ୟ ଅନୁଷ୍ଠିତ ହେବ।

Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ