Astrospeak
  • Live TV
  • Read In English

ପରଦାର ଦେହଜୀବୀ; ମୀନା କୁମାରୀ ଠାରୁ ଆଲିଆ ଭଟ୍ଟ

ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ରିଲିଜ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ଆଲିଆ ଜଣେ ଦେହଜୀବୀ ଭୂମିକାରେ ଅଭିନୟ କରୁଛନ୍ତି। ତେବେ ଏହାପୂର୍ବରୁ ବଲିଉଡ୍‌ରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ରୂପେଲି ପରଦାରେ କୋଠିବାଲୀ ଭୂମିକାରେ ଅଭିନୟ କରି ଫିଲ୍ମକୁ ହିଟ୍ କରିଛନ୍ତି। ଆସନ୍ତୁ ଜାଣିବା ଏମାନେ କିଏ?

Prostitute on screen; from Mina Kumari to Alia Bhatt
ପରଦାର ଦେହଜୀବୀ; ମୀନା କୁମାରୀ ଠାରୁ ଆଲିଆ ଭଟ୍ଟ

ନୂଆଦିଲ୍ଲୀ: ଆଲିଆ ଭଟ୍ଟଙ୍କ ଫିଲ୍ମ 'ଗଙ୍ଗୁବାଇ କାଠିଆୱାଡି' ପାଇଁ ଦର୍ଶକଙ୍କ ଅପେକ୍ଷା ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି। ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଏହି ଚଳଚ୍ଚିତ୍ରରେ ଆଲିଆ ଦେହଜୀବୀ ଭୂମିକାରେ ଅଭିନୟ କରିଛନ୍ତି। ତେବେ ପରଦାରେ ଏଭଳି ଭୂମିକା ନିଭେଇବାରେ ଆଲିଆ ପ୍ରଥମ ନୁହେଁ। ଫିଲ୍ମ ପରଦାରେ ମୀନା କୁମାରୀଙ୍କ ଠାରୁ ମାଧୁରୀ ଦୀକ୍ଷିତ, ଐଶ୍ୱର୍ଯ୍ୟା ରାୟ, କରୀନା କପୁର, ତବୁଙ୍କ ପର୍ଯ୍ୟନ୍ତ ଅନେକ ଦେହଜୀବୀ ଭୂମିକାରେ ଦର୍ଶକନକ ମନ ମୋହିଛନ୍ତି।

ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ 'ଗଙ୍ଗୁବାଇ କାଠିଆୱାଡି'ରେ ଆଲିଆ ଜଣେ କୋଠିବାଲୀ ଭୂମିକାରେ ଅଭିନୟ କରିଛନ୍ତି। ପରଦାରେ ଏପରି ଚ୍ୟାଲେଞ୍ଜିଂ ଭୂମିକା ଗ୍ରହଣ କରିବା ଏବଂ ଦର୍ଶକଙ୍କ ଆଶା ପୂରଣ କରିବା ଏତେ ସହଜ ନୁହେଁ। ତେବେ ଏହି ଫିଲ୍ମରେ ଆଲିଆଙ୍କୁ ନେଇ ଯେଉଁ ପ୍ରକାରର ପୋଷ୍ଟର ସାମ୍ନାକୁ ଆସିଛି, ଲାଗୁଛି ଯେ ଆଲିଆ ଦର୍ଶକଙ୍କ ହୃଦୟ ଜିତିବାକୁ ଯାଉଛନ୍ତି।

ମୀନା କୁମାରୀ:

ତେବେ ଏହି କ୍ଷେତ୍ରରେ, ହିନ୍ଦୀ ସିନେମାର ଭେଟେରାନ୍ ଅଭିନେତ୍ରୀ ମୀନା କୁମାରୀଙ୍କ ବିଷୟରେ ସର୍ବପ୍ରଥମେ ଆଲୋଚନା କରିବା। ‘ପାକିଜା’ ଚଳଚ୍ଚିତ୍ରରେ ଦେଜଜୀବୀର ଭୂମିକାରେ ଅଭିନୟ କରି ସେ ଏଇ ଫିଲ୍ମକୁ ଅମର କରିଦେଇଛନ୍ତି। ସମ୍ପ୍ରତି, ଏହି ଚଳଚ୍ଚିତ୍ର ରିଲିଜ୍ ହେବାର ୫୦ ବର୍ଷ ପୂରିଛି, କିନ୍ତୁ ଆଜି ମଧ୍ୟ ତାଙ୍କର ଏହି ଭୂମିକା ପାଇଁ ମୀନାଙ୍କୁ ସ୍ମରଣ କରାଯାଏ।

ରେଖା:

ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ରେଖା ମଧ୍ୟ ଦେହଜୀଜୀ ଭୂମିକାରୁ ବାଦ ପଡି ନାହାନ୍ତି। ୧୯୮୧ରେ ଯେତେବେଳେ ଚଳଚ୍ଚିତ୍ର 'ଉମ୍‌ରାଓ ଜାନ'ରେ ସେ ଜଣେ କୋଠିବାଲୀ ଭୂମିକାରେ ଅଭିନୟ କରିଥିଲେ, ସେତେବେଳେ ସମସ୍ତ ନିଦ ହଜେଇ ଦେଇଥିଲେ।

ତବୁ:

ତବୁ ମଧ୍ୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଦେହଜୀବୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ୨୦୦୧ ମସିହାରେ, 'ଚାନ୍ଦନୀ ବାର୍' ଚଳଚ୍ଚିତ୍ରରେ ଅଭିନେତ୍ରୀ ଜଣେ ବେଶ୍ୟାର ଏପରି ଜବରଦସ୍ତ ଭୂମିକା ଗ୍ରହଣ କରିଥିଲେ ଯେ ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଜାତୀୟ ପୁରସ୍କାର ଦେଆଯାଇଥିଲା।

ମାଧୁରୀ ଦୀକ୍ଷିତ:

'ଦେବଦାସ' ଚଳଚ୍ଚିତ୍ରରେ ମାଧୁରୀ ଦୀକ୍ଷିତ ଚନ୍ଦ୍ରମୁଖୀ ନାମକ ଏକ ଦେହଜୀବୀ ଭୂମିକାରେ ଅଭିନୟ କରି ଦର୍ଶକଙ୍କୁ ମାହିର କରିଥିଲେ। ନୃତ୍ୟରେ ପାରଙ୍ଗମ ଥିବା ମାଧୁରୀ ଅନେକ ସଫଳ ଚଳଚ୍ଚିତ୍ରରେ କାମ କରିଛନ୍ତି ସତ କିନ୍ତୁ ତାଙ୍କୁ ଚନ୍ଦ୍ରମୁଖୀ ପାଇଁ ବେଶି ସ୍ମରଣ କରାଯାଏ।

କରୀନା କପୁର:

କରୀନା କପୁର ଖାନ ଫିଲ୍ମ 'ଚମେଲି'ରେ ଦେହଜୀବୀ ଭୂମିକାରେ ଅଭିନୟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। କରୀନାଙ୍କ ଏହି ଫିଲ୍ମ ସେମିତି ଚାଲି ନଥିଲେ ବି କରୀନାଙ୍କ ଅଭିନୟ ଦର୍ଶକଙ୍କୁ ପାଗଳ କରିଦେଇଥିଲା।

ହୁମା କୁରେଶୀ:

ଫିଲ୍ମ 'ବଦଲାପୁର'ରେ ଜଣେ ଦେହଜୀବୀ ଭୂମିକାରେ ଅଭିନୟ କରି ହୁମା କୁରେଶୀ ତାଙ୍କ ଅଭିନୟର ଏକ ଅବିସ୍ମରଣୀୟ ଛାପ ଛାଡି ଦେଇଛନ୍ତି। ଏହି ଚଳଚ୍ଚିତ୍ରରେ ତାଙ୍କର ଭୂମିକା ଛୋଟ ହେଲେ ମଧ୍ୟ ବେଶ ପ୍ରଭାବଶାଳୀ।

ରାନୀ ମୁଖାର୍ଜୀ:

'ସାୱାରିଆ' ଚଳଚ୍ଚିତ୍ରରେ ରାଣୀ ମୁଖାର୍ଜୀ ଜଣେ ଦେହଜୀବୀ ଭୂମିକାରେ ଅଭିନୟ କରିଥିଲେ। ଏହି ଭୂମିକାକୁ ଦର୍ଶକେ ଏତେ ପସନ୍ଦ କରିଥିଲେ ଯେ ସେ ସବୁ ପ୍ରକାର ଭୂମିକା ପାଇଁ ଫିଟ୍ ବୋଲି ପ୍ରମାଣିତ ହୋଇଯାଇଥିଲା।

ଐଶ୍ୱର୍ଯ୍ୟା ରାୟ:

୨୦୦୬ରେ ଚଳଚ୍ଚିତ୍ର 'ଉମ୍‌ରାଓ ଜାନ'ର ରିମେକ୍‌ରେ ରେଖାଙ୍କ ଭୂମିକାରେ ଐଶ୍ୱର୍ଯ୍ୟା ରାୟ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କର ଦୃଢ ଅଭିନୟ ପାଇଁ ବିଶ୍ୱସ୍ୱନ୍ଦରୀ ଅଭିନେତ୍ରୀଙ୍କୁ ବହୁତ ପ୍ରଶଂସା କରାଯାଇଥିଲା।

ବିଦ୍ୟା ବାଲାନ୍‌:

ଏହି ଧାରାରେ ବଲିଉଡ୍‌ର ଦମଦାର ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ନାମ ମଧ୍ୟ ସାମିଲ୍ ଅଛି। 'ବେଗମ୍ ଜାନ' ଚଳଚ୍ଚିତ୍ରରେ ବିଦ୍ୟା ଏକ କୋଠୀର ମାଲିକାଣୀ ଭୂମିକାରେ ଅଭିନୟ କରି ସମସ୍ତଙ୍କ ମନ ମୋହିଥିଲେ।