Advertisment

ବିଶ୍ୱର ସବୁଠୁ ସୁଖୀ ଦେଶ କିଏ ? ଜାଣନ୍ତୁ କେତେ ନମ୍ୱର ସ୍ଥାନରେ ରହିଛି ଭାରତ

ଶ୍ରେଷ୍ଠ ୧୦ଟି ଦେଶରେ କେବଳ ନେଦରଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆର ଜନସଂଖ୍ୟା ୧୫ମିଲିୟନରୁ ଅଧିକ। ଟପ୍ ୨୦ଟି ଦେଶ ମଧ୍ୟରୁ କାନାଡା ଏବଂ ବ୍ରିଟେନର ଜନସଂଖ୍ୟା ୩୦ନିୟୁତରୁ ଅଧିକ। ଆଫଗାନିସ୍ତାନ, ଲେବାନନ୍ ଏବଂ ଜୋର୍ଡାନରେ ୨୦୦୬ରୁ ୨୦୧୦ ମସିହା ପରଠାରୁ ଲୋକମାନେ ସୁଖୀ ନାହାନ୍ତି।

ଅଦ୍ୟତନ ହୋଇଛି
World's Happiest Countries

World's Happiest Countries

Advertisment

ଆଜିକାଲି ପ୍ରତିଟି କ୍ଷେତ୍ରରେ ପ୍ରତିଯୋଗିତା ଚାଲିଛି। ଏହି ଦୌଡରେ ସାମିଲ ହେବା ପାଇଁ ସମସ୍ତେ ଆଗ୍ରହୀ। ନିକଟରେ ମିଳିତ ଜାତିସଂଘ ବାର୍ଷିକ ବିଶ୍ୱସ୍ତରୀୟ ସୁଖୀ ଦେଶର ରିପୋର୍ଟ ପ୍ରକାଶ କରିଛି। ଏଥିରେ ବିଶ୍ୱର ସୁଖୀ ଦେଶଗୁଡିକର ତାଲିକା ପ୍ରକାଶ ପାଇଛି।

Advertisment

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ତାଲିକାର ପ୍ରଥମ ସ୍ଥାନରେ ଆମେରିକା, ଚୀନ କିମ୍ବା ରୁଷ ଭଳି ଶକ୍ତିଶାଳୀ ଦେଶ ସ୍ଥାନ ପାଇନାହାନ୍ତି। ବରଂ ପ୍ରଥମ ସ୍ଥାନରେ ରହିଛି ଫିନଲ୍ୟାଣ୍ଡ। ଲଗାତାର ସପ୍ତମ ବର୍ଷ ପାଇଁ ଫିନଲ୍ୟାଣ୍ଡ ଦୁନିଆର ସବୁଠାରୁ ସୁଖୀ ଦେଶ ତାଲିକାର ଏକ ନମ୍ୱର ସ୍ଥାନ ବଜାୟ ରଖିଛି। ୨୦୨୪ ବର୍ଷ ପାଇଁ ଫିନଲ୍ୟାଣ୍ଡକୁ ଦୁନିଆର ସବୁଠାରୁ ସୁଖୀ ଦେଶର ମାନ୍ୟତା ମିଳିଛି। ତେବେ ଭାରତ ତାଲିକାର ୧୨୬ନମ୍ୱର ସ୍ଥାନରେ ରହିଛି।

ତାଲିକାର ଦ୍ୱିତୀୟ ସ୍ଥାନରେ ଡେନମାର୍କ, ତୃତୀୟରେ ଆଇସଲ୍ୟାଣ୍ଡ ଏବଂ ଚତୁର୍ଥରେ ସ୍ୱିଡେନ ରହିଛି। ତେବେ ଆଫଗାନିସ୍ତାନ ତାଲିକାର ସବୁଠାରୁ ନିମ୍ନ ସ୍ଥାନରେ ରହିଛି। ଏକ ଦଶନ୍ଧିରୁ ଅଧିକ ସମୟ ଧରି ଆମେରିକା ଏବଂ ଜର୍ମାନୀ ଶ୍ରେଷ୍ଠ ୨୦ଟି ଦେଶରେ ରହିଥିଲେ। କିନ୍ତୁ ଏଥର ପ୍ରଥମ ଥର ପାଇଁ ଆମେରିକା ୨୩ତମ ସ୍ଥାନକୁ ଏବଂ ଜର୍ମାନୀ ୨୪ତମ ସ୍ଥାନକୁ ଖସିଛି।

Advertisment

ଅଧିକ ପଢ଼ନ୍ତୁ: ଏହି ଦେଶଗୁଡ଼ିକ ବିଶ୍ୱରେ ସବୁଠାରୁ ଅଧିକ ଦୁଃଖୀ, ଜାଣନ୍ତୁ ଭାରତର ସ୍ଥାନ କେଉଁଠି...

ଶ୍ରେଷ୍ଠ ୧୦ଟି ଦେଶରେ କେବଳ ନେଦରଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆର ଜନସଂଖ୍ୟା ୧୫ମିଲିୟନରୁ ଅଧିକ। ଟପ୍ ୨୦ଟି ଦେଶ ମଧ୍ୟରୁ କାନାଡା ଏବଂ ବ୍ରିଟେନର ଜନସଂଖ୍ୟା ୩୦ନିୟୁତରୁ ଅଧିକ। ଆଫଗାନିସ୍ତାନ, ଲେବାନନ୍ ଏବଂ ଜୋର୍ଡାନରେ ୨୦୦୬ରୁ ୨୦୧୦ ମସିହା ପରଠାରୁ ଲୋକମାନେ ସୁଖୀ ନାହାନ୍ତି। ସେହିପରି ପୂର୍ବ ୟୁରୋପୀୟ ଦେଶ ସର୍ବିଆ, ବୁଲଗେରିଆ ଏବଂ ଲାଟଭିଆରେ ଲୋକମାନଙ୍କ ଖୁସିରେ ବୃଦ୍ଧି ଘଟିଥିବାର ରିପୋର୍ଟ ପ୍ରକାଶ ପାଇଛି।

Advertisment

ଫିନଲ୍ୟାଣ୍ଡର ହେଲସିଙ୍କି ବିଶ୍ୱବିଦ୍ୟାଳୟର ଗବେଷକ ଜେନିଫର ଡି ପାଓଲା AFP କୁ କହିଛନ୍ତି ଯେ ପ୍ରକୃତି ସହିତ ଫିନଲାଣ୍ଡର ପ୍ରକୃତି ସହ ଘନିଷ୍ଠ ସମ୍ପର୍କ ଏବଂ ସୁସ୍ଥ କାର୍ଯ୍ୟ-ଜୀବନ ସନ୍ତୁଳନ ଜୀବନରେ ଖୁସି ଓ ସନ୍ତୋଷ ଆଣିଦେବାରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି। ଏହାଛଡା ଆମେରିକା ତୁଳନାରେ ଫିନଲାଣ୍ଡ ନିକଟରେ ସଫଳ ଜୀବନ କଣ ତାହା ଉପରେ ଅଧିକ ‌ଜ୍ଞାନ ରହିଛି। ଯେଉଁଠାରେ ସଫଳତା ପ୍ରାୟତଃ ଆର୍ଥିକ ଲାଭ ସହିତ ସମାନ ହୋଇଥାଏ।

ଲୋକଙ୍କ ଜୀବନଶୈଳୀ, ମୁଣ୍ଡପିଛା ଜିଡିପି, ସାମାଜିକ ସମର୍ଥନ, ସୁସ୍ଥ ଜୀବନଯାପନ, ସ୍ୱାଧୀନତା, ଉଦାରତା ଏବଂ ଦୁର୍ନୀତି ଉପରେ ଆଧାର କରି ଏହି ରାଙ୍କିଂ ପ୍ରସ୍ତୁତ କରାଯାଇଥାଏ। ଫିନଲ୍ୟାଣ୍ଡ ହେଉଛି ବିଶ୍ୱର ସବୁଠାରୁ ବିକଶିତ ଦେଶ ମଧ୍ୟରେ ଅନ୍ୟତମ। ଏଠାରେ ପ୍ରତ୍ୟେକ ନାଗରିକ ଆର୍ଥିକ ସୁରକ୍ଷା ସହିତ ଅନେକ ଅଧିକାର ଏବଂ ସୁବିଧା ପାଆନ୍ତି। ଏଠାରେ ରହୁଥିବା ଲୋକମାନେ ପ୍ରକୃତି ସହିତ ଘନିଷ୍ଠ ରହିଥାନ୍ତି। ଏଠାକାର ଲୋକମାନେ ଏକ ମୁକ୍ତ ପରିବେଶରେ ବାସ କରନ୍ତି। ଚଳିତ ବର୍ଷର ରିପୋର୍ଟରେ ଏହା ଜଣାପଡିଛି ଯେ ବିଶ୍ୱର ଅଧିକାଂଶ ଅଞ୍ଚଳରେ ବୟସ୍କଙ୍କ ତୁଳନାରେ ଯୁବପିଢି ଅଧିକ ଖୁସି ଥିଲେ।

World's Happiest Country
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ