ଦୁନିଆର ସବୁଠୁ ବିଷାକ୍ତ ଗଛ; ସ୍ପର୍ଶ କଲେ ସଙ୍ଗେସଙ୍ଗେ ହେବ ମୃତ୍ୟୁ

ବୈଜ୍ଞାନିକ ମାନେ ସୁଇସାଇଡ୍ ପ୍ଲାଣ୍ଟକୁ ନେଇ ବଡ଼ ତଥ୍ୟ ମଧ୍ୟ ରଖିଛନ୍ତି ।

Suicide Plant

ପୃଥିବୀ କୋଳରେ ଅନେକ ବୃକ୍ଷଲତା ଓ ଜୀବଜନ୍ତୁ ରହିଛନ୍ତି । ପୃଥିବୀର ସମସ୍ତ ଗଛ ପ୍ରାୟ ମଣିଷ ପାଇଁ ଉପକାରୀ । କିଛି ବୃକ୍ଷକୁ ମଣିଷ ମହୌଷଧୀ ବୋଲି ମଧ୍ୟ କହିଥାଏ । କାରଣ ତାର ଔଷଧୀୟ ଗୁଣ ମଣିଷକୁ ମୃତ୍ୟୁ ମୁଖରୁ ଛଡ଼ାଇ ଆଣିଥାଏ । ହେଲେ ଆପଣ ଜାଣିଛନ୍ତି କି, ଏହି ପୃଥିବୀରେ ଏମିତି ବି ଏକ ଗଛ ରହିଛି ତାକୁ ଛୁଇଁବା ମାତ୍ରେ ଜୀବନ ଯାଇପାରେ । ତେବେ ଆସନ୍ତୁ ଜାଣିବା ଏହି ଗଛ ବିଷୟରେ ।

ଏହି ଗଛର ନାଁ ହେଉଛି ସୁଇସାଇଡ୍ ପ୍ଲାଣ୍ଟ । ଅଷ୍ଟ୍ରେଲିଆ ଜଙ୍ଗଲରେ ଏହି ଗଛଥିବା ସୂଚନା ଦିଆଯାଇଛି । ଯାହାକୁ ଛୁଇଁବା ମାତ୍ରେ ଜୀବନ ଚାଲିଯାଇପାରେ । ଏହି ବୃକ୍ଷକୁ ନେଇ ଅନେକ କଥା ସାମ୍ନାକୁ ଆସିଛି । ଏଇ ବୃଷ ବିଷୟରେ ଏବେ ବି ରିସର୍ଚ୍ଚ ଜାରି ରହିଛି । ବୈଜ୍ଞାନିକ ମାନେ ସୁଇସାଇଡ୍ ପ୍ଲାଣ୍ଟକୁ ନେଇ ବଡ଼ ତଥ୍ୟ ମଧ୍ୟ ରଖିଛନ୍ତି ।

ଅଧିକ ପଢ଼ନ୍ତୁ: ବିଷାକ୍ତ ଆଇଲ୍ୟାଣ୍ଡ, କିନ୍ତୁ ଅଦ୍ଭୁତ ସୁନ୍ଦରତାରେ ଭରପୁର

ବୈଜ୍ଞାନିକ ମରିନା ହର୍ଲ ସୁଇସାଇଡ୍ ପ୍ଲାଣ୍ଟ ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆର ବର୍ଷାବତୋରେ ଏ ନେଇ ଅଧ୍ୟୟନ କରାଯାଇଥିଲା । ରିସର୍ଚ୍ଚ କରିବା ବେଳେ ଜଙ୍ଗଲରେ ସୁଇସାଇଡ୍ ପ୍ଲାଣ୍ଟର ସନ୍ଧାନ ମିଳିଥିଲା । ପରେ ସୁଇସାଇଡ୍ ପ୍ଲାଣ୍ଟ ବିଷୟରେ ଅଧିକ ତଥ୍ୟ ଜାଣିବାକୁ ବୈଜ୍ଞାନିକ ମାନେ ରିସର୍ଚ୍ଚ କରିଥିଲେ । ରିସର୍ଚ୍ଚ ସମୟରେ ଜୀବନ ବଞ୍ଚାଇବାକୁ ବୈଜ୍ଞାନିକ ମାନେ ହାତରେ ସ୍ୱତନ୍ତ୍ର କପଡ଼ା ବ୍ୟବହାର କରିଥିଲେ ।

ସେହି ସମୟରେ କିଛି ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସିଥିଲା । ବୈଜ୍ଞାନିକ ମାନେ କହିଥିଲେ ଯେ, ପ୍ରଥମ ଥର ଏହି ଗଛକୁ ଛୁଇଁବା ପରେ ଏସିଡ୍ ଓ ବିଜୁଳିର ଝଟକା ପରି ଅନୁଭୂତ ହୋଇଥିଲା । ପରେ ଜଣେ ଆହତ ଡାକ୍ତରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହସପିଟାଲରେ ତାଙ୍କ ଶରୀର ସମ୍ପୂର୍ଣ୍ଣ ଲାଲ୍ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ତାଙ୍କର ଚିକିତ୍ସା ପାଇଁ କିଛି ଦିନ ତାଙ୍କୁ ମେଡିକାଲରେ ରଖାଯାଇଥିଲା । ସୁସ୍ଥ ହେବା ପରେ ବୈଜ୍ଞାନିକ ଜଣକ ତାଙ୍କୁ ଇଲେକ୍ଟ୍ରିକ୍ ଝଟକା ଲାଗିଥିବା ଡାକ୍ତରଙ୍କୁ କହିଥିଲେ ।