Advertisment

PhD ପାଇଁ କୋଟିଏ ଖର୍ଚ୍ଚ କଲେ ଭାରତୀୟ ଛାତ୍ରୀ; ବିଦା କରିଦେଲା ଅକ୍ସଫୋର୍ଡ ୟୁନିଭରସିଟି

ବିଦେଶରୁ ଉଚ୍ଚଶିକ୍ଷାର ସ୍ୱପ୍ନ ଦେଖିବା ଯେତିକି ସହଜ, ଏହାକୁ ସଫଳ କରିବା ମଧ୍ୟ ସେତିକି କଷ୍ଟସାଧ୍ୟ । ତାମିଲନାଡୁର ଝିଅ ଲକ୍ଷ୍ମୀ ବାଲାକ୍ରିଷ୍ଣନଙ୍କ ସହ ଯାହା ଘଟିଛି ତାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।

ଅଦ୍ୟତନ ହୋଇଛି
Oxford University

Oxford University

Advertisment

ବିଦେଶରୁ ଉଚ୍ଚଶିକ୍ଷାର ସ୍ୱପ୍ନ ଦେଖିବା ଯେତିକି ସହଜ, ଏହାକୁ ସଫଳ କରିବା ମଧ୍ୟ ସେତିକି କଷ୍ଟସାଧ୍ୟ । ତାମିଲନାଡୁର ଝିଅ ଲକ୍ଷ୍ମୀ ବାଲାକ୍ରିଷ୍ଣନଙ୍କ ସହ ଯାହା ଘଟିଛି ତାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। ଲକ୍ଷ୍ମୀ ଅକ୍ସଫୋର୍ଡ ୟୁନିଭରସିଟିରୁ ଇଂରାଜୀରେ PhD କରୁଥିଲେ। ଏଥିପାଇଁ ସେ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। କିନ୍ତୁ ଅକ୍ସଫୋର୍ଡ ୟୁନିଭରସିଟି ତାଙ୍କୁ PhDର ଚତୁର୍ଥ ବର୍ଷରେ ଏହି କାର୍ଯ୍ୟକ୍ରମରୁ ହଟାଇ ଦେଇଥିଲା।

Advertisment

ବିବିସିରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଲକ୍ଷ୍ମୀ ବାଲାକ୍ରିଷ୍ଣନଙ୍କୁ PhD ପାଠ୍ୟକ୍ରମରୁ ହଟାଇ ମାଷ୍ଟର ଡିଗ୍ରୀ ପ୍ରୋଗ୍ରାମ (ଅକ୍ସଫୋର୍ଡ ୟୁନିଭରସିଟି) କୁ ସ୍ଥାନାନ୍ତର କରାଯାଇଛି। ଲକ୍ଷ୍ମୀ ବାଲକ୍ରିଷ୍ଣନ୍ ଦୁଇଥର ମାଷ୍ଟର ଡିଗ୍ରୀ ପାଠ୍ୟକ୍ରମ କରିଛନ୍ତି। ତାଙ୍କର ପିଏଚଡି ଆସାଇନମେଣ୍ଟର ମୂଲ୍ୟାଙ୍କନକାରୀମାନେ ତାଙ୍କୁ କହିଥିଲେ ଯେ ସେକ୍ସପିୟରଙ୍କ ଉପରେ ତାଙ୍କର ଅନୁସନ୍ଧାନ PhD ସ୍ତର ପାଇଁ ଯୋଗ୍ୟ ନୁହେଁ। ଏହି କାରଣ ଦର୍ଶାଇ ସେ ପିଏଚଡି କାର୍ଯ୍ୟକ୍ରମର ଚତୁର୍ଥ ବର୍ଷରେ ସେ ଫେଲ୍ ହୋଇଥିଲେ। ତାଙ୍କ ବିନା ଅନୁମତିରେ ତାଙ୍କୁ ମାଷ୍ଟର ଡିଗ୍ରୀ ପ୍ରୋଗ୍ରାମକୁ ସ୍ଥାନାନ୍ତର କରାଯାଇଥିଲା।

ଲକ୍ଷ୍ମୀ ବାଲାକ୍ରିଷ୍ଣନଙ୍କ କହିବା ଅନୁଯାୟୀ, ଅକ୍ସଫୋର୍ଡ ୟୁନିଭରସିଟିର PhD କାର୍ଯ୍ୟକ୍ରମରେ ନାମ ଲେଖାଇବା ପୂର୍ବରୁ ସେ ଭାରତରେ ଦୁଇଥର ମାଷ୍ଟର୍ସ ଅଧ୍ୟୟନ କରିଛନ୍ତି ।ଅକ୍ସଫୋର୍ଡ ୟୁନିଭରସିଟିର ପିଏଚଡି କାର୍ଯ୍ୟକ୍ରମ ପାଇଁ ସେ ୧୦୦୦୦୦ ୟୁରୋ ଅର୍ଥାତ୍ ୧କୋଟି ଟଙ୍କା ଭାରତୀୟ ମୁଦ୍ରାରେ ଖର୍ଚ୍ଚ କରିଛନ୍ତି। ସେ କହିଛନ୍ତି ଯେ ଅନ୍ୟ PhD ଡିଗ୍ରୀ ପାଇଁ ନୁହେଁ ବରଂ ତାଙ୍କର ପିଏଚଡି ପାଇବା ପାଇଁ ସେ ଏତେ ଫିସ ଦେଇଛନ୍ତି ।

Advertisment

ଲକ୍ଷ୍ମୀ ବାଲାକ୍ରିଷ୍ଣନ୍ ଏହା ମଧ୍ୟ କହିଛନ୍ତି ଯେ, ସେକ୍ସପିୟରଙ୍କ ଉପରେ ବିଶେଷଜ୍ଞ ଅର୍ଥାତ  ଦୁଇଜଣ ପ୍ରଫେସର ତାଙ୍କ ଅନୁସନ୍ଧାନକୁ ପସନ୍ଦ କରିଛନ୍ତି। ସେ ଲକ୍ଷ୍ମୀ ବାଲାକ୍ରିଷ୍ଣନଙ୍କ କାର୍ଯ୍ୟକୁ ପିଏଚଡି ଯୋଗ୍ୟ ବୋଲି ମଧ୍ୟ ବିବେଚନା କରିଥିଲେ। କିନ୍ତୁ ଏହାକୁ OIA (ଅଫିସ୍ ଅଫ୍ ଦି ଇଣ୍ଡିପେଣ୍ଡେଣ୍ଟ ଆଡଜୁଡିକେଟର) ପ୍ରତ୍ୟାଖ୍ୟାନ କରିଥିଲା ​​। ଅକ୍ସଫୋର୍ଡ ୟୁନିଭରସିଟି ମଧ୍ୟ ଏ ବାବଦରେ ଏକ ବିବୃତି ଜାରି କରିଛି। ଲକ୍ଷ୍ମୀ ବାଲାକ୍ରିଷ୍ଣନ୍ ବିଶ୍ୱବିଦ୍ୟାଳୟର ଏହି ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କିନ୍ତୁ ସେ ଏହି ମାମଲାରେ ହାରି ଯାଇଥିଲେ।

PhD Scholars
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ