Advertisment

ଦୁର୍ଘଟଣାରେ ପିତା ହରେଇଲେ ଗୋଡ, ଦିବ୍ୟାଙ୍ଗ ହୋଇ ଜନ୍ମ ହେଲେ ପୁଅ; ତଥାପି ଖୁସି କହିଲେ ନ ସରେ

ମିତି ଏକ ଫଟୋ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆଖି ଓଦା ହୋଇଯିବା ଥୟ। ଏହି ଫଟୋ ଯେ କେବଳ ଜଣକୁ ଭାବୁକ କରିଦେବ ତାହା ନୁହେଁ, ବରଂ ଜୀବନ ଯୁଦ୍ଧରେ ହାରିଯାଇଥିବା ଲୋକର ମନରେ ସାହସ ସଂଚାର କରିବା ଭଳି ଦମ ମଧ୍ୟ ଏହି ଫଟୋରେ ରହିଛି। ଏହି ଫଟୋରେ ଜଣେ ପିତା-ପୁତ୍ର ମଧ୍ୟରେ ଥିବା ପ୍ରେମକୁ ଦେଖାଯାଇଛି, ଯେଉଁମାନେ ସବୁ ଦୁଃଖ କଷ୍ଟଙ୍କୁ ସହି ବି ହସି ହସି ଜୀବନ ବିତାଉଛନ୍ତି। ତେବେ ଏହି ଫଟୋକୁ ଚଳିତ ବର୍ଷର ସର୍ବଶ୍ରେଷ୍ଠ ଫଟୋ ଭାବେ ବିବେଚନା କରାଯାଇଛି।

ଅଦ୍ୟତନ ହୋଇଛି
Syria war photo of the year award

Syria war photo of the year award

Advertisment

ନୂଆଦିଲ୍ଲୀ : ଏମିତି ଏକ ଫଟୋ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆଖି ଓଦା ହୋଇଯିବା ଥୟ। ଏହି ଫଟୋ ଯେ କେବଳ ଜଣକୁ ଭାବୁକ କରିଦେବ ତାହା ନୁହେଁ, ବରଂ ଜୀବନ ଯୁଦ୍ଧରେ ହାରିଯାଇଥିବା ଲୋକର ମନରେ ସାହସ ସଂଚାର କରିବା ଭଳି ଦମ ମଧ୍ୟ ଏହି ଫଟୋରେ ରହିଛି। ଏହି ଫଟୋରେ ଜଣେ ପିତା-ପୁତ୍ର ମଧ୍ୟରେ ଥିବା ପ୍ରେମକୁ ଦେଖାଯାଇଛି, ଯେଉଁମାନେ ସବୁ ଦୁଃଖ କଷ୍ଟଙ୍କୁ ସହି ବି ହସି ହସି ଜୀବନ ବିତାଉଛନ୍ତି। ତେବେ ଏହି ଫଟୋକୁ ଚଳିତ ବର୍ଷର ସର୍ବଶ୍ରେଷ୍ଠ ଫଟୋ ଭାବେ ବିବେଚନା କରାଯାଇଛି। ଏହି ଫଟୋକୁ ତୁର୍କୀର ଫଟୋଗ୍ରାଫର୍ ମେହମତ ଅସଲନ ଉଠେଇଛନ୍ତି।

Advertisment
Syria war photo of the year awardଦୁର୍ଘଟଣାରେ ପିତା ହରେଇଲେ ଗୋଡ, ଦିବ୍ୟାଙ୍ଗ ହୋଇ ଜନ୍ମ ହେଲେ ପୁଅ; ତଥାପି ଖୁସି କହିଲେ ନ ସରେ

ଏହି ଫଟୋ ମାଧ୍ୟମରେ ମେହନତ ଅସଲନ ସୀରିଆ-ତୁର୍କୀ ସୀମାବର୍ତ୍ତୀ ହେଟେସ୍ଥ ରେହନାଲୀରେ ରହୁଥିବା ଜଣେ ସୀରିଆନ ଶରଣାର୍ଥୀ ପିତା-ପୁତ୍ରଙ୍କ ଖୁସିକୁ ଦେଖେଇଛନ୍ତି। ଏହି ଫଟୋରେ ଦେଖାଯାଏ ଯେ ବାପ-ପୁଅ ଉଭୟ ଦିବ୍ୟାଙ୍ଗ। ଏନେଇ ତାଙ୍କ ମନରେ ଟିକେ ବି ଦୁଃଖ ନ ଥିବା ଏହି ଫଟୋ ପ୍ରାମାଣିତ କରେ। ସେମାଙ୍କ ମୁହଁରେ ସତେଯେପରି ସବୁତିକ ଆନନ୍ଦ ବସା ବାନ୍ଧିଛି। ଏନେଇ ଏହି ଫଟୋ ସିଏନା ଅନ୍ତର୍ଜାତୀୟ ପୁରସ୍କାର ୨୦୨୧ରେ ‘ଫଟୋ ଅଫ୍ ଦି ଇୟର୍’ ପାଇଁ ନିର୍ବାଚିତ ହୋଇଛି।

Advertisment

ଏହି ଫଟୋରେ ଦେଖାଯାଉଥିବା ପିତା ଜଣକ ସୀରିଆର ଏକ ବଜାରରେ ହୋଇଥିବା ବୋମା ବିସ୍ଫୋରଣରେ ତାଙ୍କର ଗୋଟିଏ ଗୋଡ ହରେଇଥିଲେ। ଏହି ସମୟରେ ତାଙ୍କ ଗର୍ଭବତୀ ପତ୍ନୀ ଗୃହଯୁଦ୍ଧ କାରଣରୁ ଏକ ବିଷାକ୍ତ ଗ୍ୟାସର ସଂସ୍ପର୍ଶରେ ଆସିଯାଇଥିଲେ। ଏହି ବିଷାକ୍ତ ଗ୍ୟାସ୍‌ ତାଙ୍କ ଗର୍ଭସ୍ଥ ଶିଶୁ ଉପରେ ବହୁତ ପ୍ରଭାବ ପକେଇଥିଲା। ଫଳରେ ଯେଉଁ ଶିଶୁଟି ଜନ୍ମ ହୋଇଥିଲା ତା’ର ହାତ ଗୋଡ ନ ଥିଲା। ଦଇବର ଇଛାକୁ କିଏ ବା ଭାଙ୍ଗିପାରିବ। ବାପାଙ୍କର ଗୋଟିଏ ଗୋଡ ନ ଥିବା ବେଳେ ପୁଅ ହାତ-ଗୋଡ ବିହୀନ। ଏହା ପରେ ମଧ୍ୟ ସେମାନେ ହସି ହସି ଜୀବନ ଜୀଉଥିବା ଦେଖାଯାଏ। ଏହାଠାରୁ ବଳୀ ଆତ୍ମବିଶ୍ୱାସ ଆଉ ବା କ’ଣ ହୋଇପାରେ। ବାପ-ପୁଅଙ୍କର ଏହି ଖୁସୀର ମୁହୁର୍ତ୍ତ ଯେତେବେଳେ ଜଣେ ଦକ୍ଷ ଫଟୋଗ୍ରାଫରର ନଜରରେ ଆସିବ ସେ କ’ଣ ଏହାକୁ ଅଣଦେଖା କରି ରହିଯିବ! ମେହନତ ଅସଲନ ମଧ୍ୟ ଏହି ସୁଯୋଗକୁ ହତ ଛଡା କରି ନ ଥିଲେ। ତାଙ୍କ କ୍ୟାମେରା ଏହାକୁ କଏଦ କରିବାକୁ ବାଧ୍ୟ ହୋଇଥିଲା।

Advertisment

ସୀରିଆ ଦୀର୍ଘ ଏକ ଦଶନ୍ଦୀରୁ ଅଧିକ ସମୟ ଧରି ଗୃହଯୁଦ୍ଧରେ ସନ୍ତୁଳି ହେଉଛି। ଯଦି ଆଜିର ସମୟରେ ଦୁନିଆର ସବୁଠାରୁ ବଡ ଶରଣାର୍ଥୀ ସଂକଟ ଦେଖାଯାଏ ତେବେ ତାହା ସୀରିଆର ହିଁ ହେବ। ଏଠାରେ ୧୧ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ହିଂସକ ଲଢେଇ ସହରରୁ ସହର ବର୍ବାଦ କରି ଚାଲିଛି। ଲୋକଙ୍କୁ ସେମାନଙ୍କ ଘର ଦ୍ୱାର ଛାଡି ପଳାୟନ କରିବାକୁ ହେଉଛି। ଏହି ୧୧ ବର୍ଷ ମଧ୍ୟରେ ପ୍ରାୟ ୬୬ ଲକ୍ଷ ସୀରିଆବାସୀ ଶରଣାର୍ଥୀ ଜୀବନ ଜୀଉଛନ୍ତି। ସୀରିଆରୁ ୩୬ ଲକ୍ଷ ଲୋକ ତୁର୍କୀରେ ଶରଣ ନେଇଥିବା ବେଳେ ୮ ଲକ୍ଷ ଲେବନାନ, ୬ ଲକ୍ଷ ଜାର୍ଡନ୍, ଅଢେଇ ଲକ୍ଷ ଇରାକ୍, ୧ ଲକ୍ଷ ୩୦ ହଜାର ମିଶ୍ରରେ ଶରଣାର୍ଥୀ ଭାବେ କାଳାତିପାତ କରୁଛନ୍ତି। ସୀରିଆ ଯୁଦ୍ଧ ଆରମ୍ଭ ହେବା ପରେ ପରେ ଲକ୍ଷାଧିକ ଲୋକ ୟୁରୋପରେ ଶରଣ ନେଇଥିଲେ। ଅନ୍ୟାନ୍ୟ ଦେଶ ମଧ୍ୟ ହଜାର ହଜାର ଲୋକଙ୍କୁ ଶରଣ ଦେଇଛନ୍ତି। ତଥାପି ଏକ ଦଶନ୍ଦୀ ପରେ ମଧ୍ୟ ଅନେକ ଲୋକ ଶରଣାର୍ଥୀ ଶିବିରରେ ଜୀଇଁବା ନେଇ ବାଧ୍ୟ ହେଉଛନ୍ତି।

Syria Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ