Advertisment

ଥମିବାର ନାଁ ନେଉନି ଯୁଦ୍ଧ, ହମାସ୍ ବିରୋଧରେ ଇସ୍ରାଏଲ୍‌ର ଜବରଦସ୍ତ ଜବାବ

ଧୂଳିର ଧ୍ବଂସସ୍ତୂପ ତଳେ ଶୋଇ ପଡ଼ିଛି ମାନବତା । ଅଣ୍ଟା ଭାଙ୍ଗି ପଡ଼ିଛି ପ୍ରେମ, ସୌହାର୍ଦ୍ଦ୍ୟ ଓ ଶାନ୍ତି । ଆତଙ୍କବାଦୀଙ୍କ ନିଷ୍ଠୁରତାରୁ କେହି ମଧ୍ୟ ବାଦ ପଡ଼ୁ ନାହାନ୍ତି । ଜାତି, ଧର୍ମ, ବୟସ ନିର୍ବିଶେଷରେ ସମସ୍ତଙ୍କୁ ହତ୍ୟା କରୁଛନ୍ତି ଆତଙ୍କବାଦୀ ।

ଅଦ୍ୟତନ ହୋଇଛି
Hamas

War

Advertisment

ଯୁଦ୍ଧର ପରିଣାମ ସବୁବେଳେ ବିଭତ୍ସ, ବର୍ବର, ଭୟାନକ । ଥମିବାର ନାଁ ନେଉନି ଇସ୍ରାଏଲ-ହମାସ ଯୁଦ୍ଧ । ଯୁଦ୍ଧ ଜିତିବାକୁ ପ୍ରାଣପଣେ ଚେଷ୍ଟା କରୁଛି ଇସ୍ରାଏଲ । ଦିନ ଗଡ଼ିବା ସହ ଯୁଦ୍ଧର ଭୟାଭହତା ମଧ୍ୟ ବଢ଼ି ଚାଲୁଛି । ନୃଶଂସତାର ସମସ୍ତ ସୀମା ପାର୍ କରୁଛନ୍ତି ହମାସ ଆତଙ୍କବାଦୀ । ବର୍ବର, ବିଭତ୍ସ ଭାବେ ହତ୍ୟାକାଣ୍ତ ଭିଆଉଛନ୍ତି ଆତଙ୍କବାଦୀ ।

Advertisment

ଧୂଳିର ଧ୍ବଂସସ୍ତୂପ ତଳେ ଶୋଇ ପଡ଼ିଛି ମାନବତା । ଅଣ୍ଟା ଭାଙ୍ଗି ପଡ଼ିଛି ପ୍ରେମ, ସୌହାର୍ଦ୍ଦ୍ୟ ଓ ଶାନ୍ତିର । ଆତଙ୍କବାଦୀଙ୍କ ନିଷ୍ଠୁରତାରୁ କେହି ମଧ୍ୟ ବାଦ ପଡ଼ୁ ନାହାନ୍ତି । ଜାତି, ଧର୍ମ, ବୟସ ନିର୍ବିଶେଷରେ ସମସ୍ତଙ୍କୁ ହତ୍ୟା କରୁଛନ୍ତି ଆତଙ୍କବାଦୀ ।ଯୁଦ୍ଧରେ କେବଳ ଯେ ଇସ୍ରାଏଲକୁ କ୍ଷତି ହୋଇଛି, ସେକଥା ନୁହେଁ ବରଂ ଗାଜା ମଧ୍ୟ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି । ଉଭୟ ପକ୍ଷର ଯୁଦ୍ଧରେ ପାଖାପାଖି ୧୩୦୦ ଲୋକ ମୃତ୍ୟୁବରଣ କଲେଣି । କେବେ ଯୁଦ୍ଧ ସରିବ, ସମସ୍ତଙ୍କ ଅପେକ୍ଷା । 

ତେବେ ଯୁଦ୍ଧ ଶେଷ କରିବାକୁ ଇସ୍ରାଏଲକୁ ୫୬ ହଜାର କୋଟି ଟଙ୍କା ଆବଶ୍ୟକ ବୋଲି ବିଶେଷଜ୍ଞ ଆକଳନ କରୁଛନ୍ତି । ଦୁଇ ଦେଶ ମଧ୍ୟରେ ଚାଲିଥିବା ଏ ଯୁଦ୍ଧ ଉଭୟ ପକ୍ଷର ଅର୍ଥନୈତିକ ମେରୁଦଣ୍ତ ଭାଙ୍ଗି ଦେଇପାରେ ବୋଲି ଆଶଙ୍କା କରାଯାଉଛି ।କେବଳ ଯେ ଇସ୍ରାଏଲ କି ହମାସକୁ ଏ ଯୁଦ୍ଧ କ୍ଷତି ପହଞ୍ଚାଇବ ତାହା ନୁହେଁ, ବିଶ୍ବର ଆର୍ଥିକ ସ୍ଥିତି ମଧ୍ୟ ଏହା ଦ୍ବାରା ପ୍ରଭାବିତ ହୋଇପାରେ ।

Advertisment

ହାପୋଲିମ ବ୍ୟାଙ୍କ ଦ୍ବାରା ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ହମାସକୁ ଶେଷ କରିବାକୁ ହେଲେ ଇସ୍ରାଏଲକୁ ପାଣି ଭଳି ଟଙ୍କା ବୁହାଇବାକୁ ପଡ଼ିପାରେ, ଯାହାର ଖର୍ଚ୍ଚ ପାଖପାଖି ୨୭ ଆରବ ଇସ୍ରାଏଲୀ ଟଙ୍କା ବୋଲି ଅନୁମାନ କରା ଯାଉଛି ।ତେବେ ଯୁଦ୍ଧରେ ଦିନ ଗଡ଼ିବା ସହ ଟଙ୍କାର ପରିମାଣ ମଧ୍ୟ ବଢ଼ିବ ବୋଲି ବ୍ୟାଙ୍କ ତରଫରୁ ପ୍ରକାଶିତ ରିପୋର୍ଟରେ କୁହା ଯାଇଛି । ଯୁଦ୍ଧ ପାଇଁ ଇସ୍ରାଏଲର ଜିଡିପି ୧.୫ ପ୍ରତିଶତ ପର୍ଯ୍ୟନ୍ତ ଖସିପାରେ । ଯାହାର ସିଧାସଳଖ ପ୍ରଭାବ ଭାରତ ତଥା ବିଶ୍ବ ସମୁଦାୟ ଉପରେ ପଡ଼ିପାରେ ।

ଇଷ୍ଟିଚ୍ୟୁଟ ଅଫ୍ ନ୍ୟାସନାଲ ସିକ୍ୟୁରିଟୀ ଷ୍ଟଡିଜ ଦ୍ବାରା କରା ଯାଇଥିବା ସର୍ଭେରେ କୁହାଯାଇଛି ଯେ, ଗତ ୨୦୦୬ ରେ ଲେବାନନ ଯୁଦ୍ଧ ୩୪ ଦିନ ପର୍ଯ୍ୟନ୍ତ ଚାଲିଥିଲା । ସେହି ଯୁଦ୍ଧରେ ପାଖାପାଖି ୧୯ ହଜାର ୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏଣୁ ବର୍ତ୍ତମାନର ଯୁଦ୍ଧରେ ଇସ୍ରାଏଲର କେତେ ଟଙ୍କା ଖର୍ଚ୍ଚ ହେବ ତାହା ବର୍ତ୍ତମାନ ଠାରୁ କହିବା ମୁସ୍କିଲ ।..

Advertisment
Israel War Special Story Viral
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ