ଋଷିଆ ସରକାରୀ ମିଡିଆକୁ ଝଟକା ଦେଲା Google : ମନିଟାଇଜେସନ୍‌ ବନ୍ଦ

ଗୁଗୁଲ ପୂର୍ବରୁ, ୟୁଟ୍ୟୁବ୍ ଋଷିଆର ମିଡିଆ ସଂଗଠନ ଆରଟି ସମେତ ଅନେକ ଋଷିଆ ଚ୍ୟାନେଲକୁ ବିଜ୍ଞାପନରୁ କରୁଥିବା ଟଙ୍କା ରୋଜଗାର ଉପରେ ରୋକ୍‌ ଲଗାଇ ଦେଇଥିଲା

ସାଙ୍କେତିକ ଚିତ୍ର

ପୁଟିନ୍‌ଙ୍କୁ ସୋସିଆଲ ମିଡିଆ ଛାଟ । (YouTube) ୟୁଟ୍ୟୁବ ପରେ (Google) ଗୁଗୁଲ ବନ୍ଦ କଲା ମନିଟାଇଜେସନ୍‌ । ଋଷିଆର ସରକାରୀ ମିଡିଆ ସଂଗଠନ ଆରଟିଓ (RT), ଅନ୍ୟାନ୍ୟ ଚ୍ୟାନେଲ, ୱେବସାଇଟ୍ ଏବଂ ଆପରେ ଭିଡିଓରେ ବିଜ୍ଞାପନରୁ ଆସୁଥିବା ଟଙ୍କାକୁ ବ୍ଲକ୍‌ କରିଦିଆଯାଇଛି । ୟୁକ୍ରେନ ଉପରେ ଆକ୍ରମଣ ପରେ ଫେସବୁକ ମଧ୍ୟ ଋଷିଆର ସରକାରୀ ଗଣମାଧ୍ୟମ ଉପରେ ସମାନ ପ୍ରତିବନ୍ଧକ ଲଗାଇଛି । ୟୁଟ୍ୟୁବ ଘୋଷଣା ପୂର୍ବରୁ ଫେସବୁକର ମାଲିକ କମ୍ପାନୀ ମେଟା (Meta) ଋଷିଆର ସରକାରୀ ଗଣମାଧ୍ୟମକୁ ଡିମୋନିଟାଇଜ୍‌ (Demonetize) କରିଥିଲା ।

ଗୁଗୁଲ ପୂର୍ବରୁ, ୟୁଟ୍ୟୁବ୍ ଋଷିଆର ମିଡିଆ ସଂଗଠନ ଆରଟି ସମେତ ଅନେକ ଋଷିଆ ଚ୍ୟାନେଲକୁ ବିଜ୍ଞାପନରୁ କରୁଥିବା ଟଙ୍କା ରୋଜଗାର ଉପରେ ରୋକ୍‌ ଲଗାଇ ଦେଇଥିଲା । ବର୍ତ୍ତମାନ ସମୟରେ 'ଅସାଧାରଣ ପରିସ୍ଥିତି'ଦର୍ଶାଇ ଅନେକ ଚ୍ୟାନେଲକୁ Demonetize କରି ତା’ ଉପରେ ପ୍ରତିବନ୍ଧକ ଲଗାଉଛି । ଭିଡିଓରେ ବିଜ୍ଞାପନ ସ୍ଥାନିତ କରିବା ମୁଖ୍ୟତଃ YouTube ୟୁଟ୍ୟୁବ୍ ଦ୍ୱାରା ନିୟନ୍ତ୍ରିତ । ସେହିପରି ସୋସିଆଲ ମିଡିଆ କମ୍ପାନୀ ଟ୍ୱିଟର ମଧ୍ୟ ଋଷିଆର କିଛି ୟୁଜରଙ୍କ ଟ୍ୱିଟର ଆକାଉଣ୍ଟ୍ ଉପରେ ପ୍ରତିବନ୍ଧକ ଲଗାଇଦେଇଛି ।

ଗତ କିଛି ବର୍ଷ ଧରି ଋଷିଆ ସରକାରଙ୍କ ସହ ଜଡିତ ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୟୁଟ୍ୟୁବକୁ କୁହାଯାଇଥିଲା । ସେମାନେ କିଛି ଅପପ୍ରଚାର କରୁଥିବା ଅଭିଯୋଗ ହେଉଥିଲା । ଆକଳନ ଅନୁଯାୟୀ, ଦୁଇ ବର୍ଷ ମଧ୍ୟରେ ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ ୨୬ ଟି ୟୁଟ୍ୟୁବ୍ ଚ୍ୟାନେଲରେ ବିଜ୍ଞାପନରୁ ଋଷିଆ ୭ ମିଲିୟନରୁ ୩୨ମିଲିୟନ୍ ଡଲାର୍ ପାଇଥିଲା ।

ସୂଚନାଯୋଗ୍ୟ, ମାର୍ଗାରିଟା ସିମୋନିଆନ (Margarita Simonyan)ଙ୍କ ସମେତ କିଛି ବ୍ୟକ୍ତିଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି ୟୁରୋପୀୟ ସଂଘ । ମାର୍ଗାରିଟା ସିମୋନିଆନ୍ ଆରଟିର ସମ୍ପାଦକ ଏବଂ ଋଷିଆର ସମ୍ପର୍କୀତ ପ୍ରଚାରର 'ପ୍ରମୁଖ ବ୍ୟକ୍ତିତ୍ୱ' ଭାବରେ ଜଣାଶୁଣା ।