Advertisment

୨ଟି ଜୀବନ ରକ୍ଷାକାରୀ ଔଷଧ ହିଁ ଆମକୁ ଲୋଡ଼ା: WHO

ଋଷ ବ୍ଲାକ୍ ସିରୁ ଲିଭିବ୍‌ରୁ ୬ଟି ମିଜାଇଲ୍ ଛାଡ଼ିଥିବା ବେଳେ, ସେଥିରୁ ୨ଟିକୁ ଆକାଶମାର୍ଗରେ ନଷ୍ଟ କରିଦେଇଥିବା ଦାବି କରିଛି ୟୁକ୍ରେନ୍।

ଅଦ୍ୟତନ ହୋଇଛି
undefined

Russia Ukraine War

Advertisment

ସହର କହିଲେ ଭାଙ୍ଗିରୁଜି ଯାଇଥିବା ଦରପୋଡ଼ା କୋଠା, ଥୁଣ୍ଟା ଗଛ, ଖାଁଖାଁ ପରିବେଶ, ଆଉ ଏଣେତେଣେ ପଳାଉଥିବା ଭିତତ୍ରସ୍ତ ଲୋକ। ଇଏ ୟୁକ୍ରେନ୍‌ର ଦକ୍ଷିଣ ପୂର୍ବରେ ଥିବା ପ୍ରମୁଖ ବନ୍ଦର ନଗରୀ ମାରିଉପୋଲର ଦୃଶ୍ୟ। ଏଠାରେ ଦିନକୁ ପଡ଼ୁଛି ୫୦ରୁ ୧୦୦ ବୋମା ସହରର ୮୦ ପ୍ରତିଶତ ବାସଗୃହ କ୍ଷତିଗ୍ରସ୍ତ ହୋଇଛି। ସହରର ଆକର୍ଷଣୀୟ ଡ୍ରାମା ଥିଏଟର୍ ବିଲ୍ଡିଂ ଋଷୀୟ ଆକ୍ରମଣ ପରେ ଏମିତି ଧ୍ୱଂସସ୍ତୁପରେ ପରିଣତ ହୋଇଥିବା ବେଳେ, ସେଠାରେ ଏବେବି ଉଦ୍ଧାରକାର୍ଯ୍ୟ ଜାରି ରହିଛି।

Advertisment

ଥିଏଟର୍ ବିଲ୍ଡିଂରେ ଆଶ୍ରୟ ନେଇଥିବା ହଜାରେରୁ ଅଧିକ ଲୋକଙ୍କୁ ଭିତରୁ କେତେ ମୃତାହତ ହୋଇଛନ୍ତି, ଏଯାଏଁ ସ୍ପଷ୍ଟ ହୋଇନି। ଇଟାଲି ଏହି ଐତିହାସିକ କୋଠାର ମରାମତି ଦାୟିତ୍ୱ ନେବ କହିଛି। ତେଣେ ଆଜି ସକାଳୁ ଋଷୀୟ ରୋଷର ଶିକାର ହୋଇଛି ପଶ୍ଚିମ ୟୁକ୍ରେନୀୟ ସହର ଲିଭିବ୍। ସେଠାକାର ବିମାନବନ୍ଦ ଉପରେ ମିଜାଇଲ୍ ମାଡ଼ ହେବା ଫଳରେ ପ୍ରମୁଖ ଟର୍ମିନାଲ କ୍ଷତିଗ୍ରସ୍ତ ହୋଇଛି। ପାଖରେ ଥିବା ଏକ ବିମାନ ମରାମତି କାରଖାନାରେ ମଧ୍ୟ ଲଗାତାର ୩ଟି ବଡ଼ ବିସ୍ଫୋରଣ ହୋଇଥିବା କୁହାଯାଉଛି।

ଋଷ ବ୍ଲାକ୍ ସିରୁ ଲିଭିବ୍‌ରୁ ୬ଟି ମିଜାଇଲ୍ ଛାଡ଼ିଥିବା ବେଳେ, ସେଥିରୁ ୨ଟିକୁ ଆକାଶମାର୍ଗରେ ନଷ୍ଟ କରିଦେଇଥିବା ଦାବି କରିଛି ୟୁକ୍ରେନ୍। ଖାର୍କିଭରେ ପ୍ରଖ୍ୟାତ ଅଭିନେତ୍ରୀ ଓକସାନାଙ୍କ ମୃତ୍ୟୁ ହୋଇଛି। ଗତମାସରେ ତାଙ୍କୁ ୟୁକ୍ରେନର ସର୍ବୋଚ୍ଚ କଳାପୁରସ୍କାରରେ ସମ୍ମାନିତ କରାଯାଇଥିଲା ଚେର୍ନିଭରେ ଗତ ୨୪ ଘଣ୍ଟାରେ ଜଣେ ଆମେରିକୀୟଙ୍କ ସମେତ ୫୩ ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। କିଭ୍‌ରେ ମଧ୍ୟ ଋଷୀୟ ମିଜାଇଲ୍‌ର କିଛି ଅଂଶ ଖସିପଡ଼ିବା ଫଳରେ ଜଣଙ୍କ ଜୀବନ ଯାଇଛି।

Advertisment

ଋଷ ଗଣହତ୍ୟା ଚଳାଇଥିବା ୟୁକ୍ରେନ୍ ଅଭିଯୋଗ କରିଥିବା ବେଳେ, କିଭ୍ ଶାନ୍ତି ଆଲୋଚନା ପ୍ରକ୍ରିୟାକୁ ଜାଣିଶୁଣି ଅଧିକ ଲମ୍ବାଉଛି ବୋଲି ମସ୍କୋ ଅଭିଯୋଗ କରିଛି। ସେପଟେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର ଦେବାକୁ କମିଟିକୁ ଚିଠି ଲେଖିଛନ୍ତି କିଛି ୟୁରୋପୀୟ ନେତା।

ୟୁକ୍ରେନ୍ ଯୁଦ୍ଧସ୍ଥିତିକୁ ନେଇ ଚିନ୍ତା ବ୍ୟକ୍ତ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। WHO ମୁଖ୍ୟ ଟେଡ୍ରସ୍ ଆଧେନମ୍ କହିଛନ୍ତି, ଜାତିସଂଘ ସୁରକ୍ଷା ପରିଷଦ ସେଠାରେ ତୁରନ୍ତ ଯୁଦ୍ଧବିରତି ଓ ରାଜନୈତିକ ସମାଧାନ ଦିଗରେ କାର୍ଯ୍ୟ କରୁ। ବର୍ତ୍ତମାନ ସ୍ଥିତିରେ କେବଳ ଏହି ୨ଟି ଜୀବନ ରକ୍ଷାକାରୀ ଔଷଧ ହିଁ ଆମକୁ ଲୋଡ଼ା। ଏଥିସହ ସୂଚନା ଦେଇଛନ୍ତି ଯେ, ୟୁକ୍ରେନ୍ର ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ୪୩ଟି ଆକ୍ରମଣ ହୋଇଛି, ୧୨ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୪ ଜଣ ଆହତ ହୋଇଛନ୍ତି।

Advertisment

ତେଣେ ଜାତିସଂଘରେ ଭାରତୀୟ ପ୍ରତିନିଧି ଜଣାଇଛନ୍ତି ଯେ, ଏବେସୁଦ୍ଧା ୟୁକ୍ରେନ୍‌କୁ ଭାରତ ପକ୍ଷରୁ ୯୦ଟନ୍ ଔଷଧ ଓ ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଇଛି ଓ ଆଗକୁ ବି ସହାୟତା ଜାରି ରହିବ। ୟୁକ୍ରେନରୁ ୨୨ହଜାର ୫ଶହ ଭାରତୀୟଙ୍କୁ ଫେରାଇ ଆଣିବା ସହ ଆମେ ଅନ୍ୟ ୧୮ଟି ଦେଶର ନାଗରିକଙ୍କୁ ବି ଉଦ୍ଧାର କରିବାରେ ସହାୟତା କରିଛୁ।

ଋଷ ଉପରେ ବିଭିନ୍ନ ପାଶ୍ଚାତ୍ୟ ଓ ୟୁରୋପୀୟ ଦେଶ କଟକଣା ବଢ଼ାଉଥିବା ବେଳେ, ସାମ୍ନାକୁ ଆସିଛି ଆଉ ଏକ ରୋଚକ ଖବର। କୁହାଯାଉଛି ଯେ, କିଛି ପାଶ୍ଚାତ୍ୟ ଫାର୍ମା କଂପାନୀ ୟୁରୋପକୁ ଅଣ-ଅତ୍ୟାବଶ୍ୟକ ଔଷଧ ପଠାଇବାକୁ ମନା କରିଦେଇଥିବାରୁ, ୬୯ ବର୍ଷୀୟ ପୁତିନ ଆଉ ନିଜ ମୁହଁରୁ ବୟସର ଛାପ ଲିଭାଇବାକୁ ବୋଟୋକ୍ସ ବ୍ୟବହାର କରିପାରିବେ ନାହିଁ।

Russia-Ukraine Conflict Ukraine Crisis Russia-Ukraine War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ