Advertisment

ଇତିହାସରେ ପ୍ରଥମ: ଚନ୍ଦ୍ରର ଅପହଞ୍ଚ ସ୍ଥାନରୁ ନମୂନା ନେଇ ପୃଥିବୀ ଫେରିଲା ଚାଙ୍ଗ୍ ଇ-୬..ଦେଖନ୍ତୁ ଭିଡିଓ

ଏହି ଯାନ ପୃଥିବୀଠାରୁ ଅନେକ ଦୂରରେ ଥିବା ସ୍ଥାନରୁ ମାଟି ଓ ପଥର ସଂଗ୍ରହ କରି ଏହାକୁ ପୃଥିବୀକୁ ଆଣିଛି। ବୈଜ୍ଞାନିକଙ୍କ କହିବା ଅନୁସାରେ, ଏପରି ସ୍ଥାନରୁ ପୂର୍ବରୁ ନମୂନା ସଂଗ୍ରହ କରାଯାଇନି। ଏହା ଗବେଷଣା କ୍ଷେତ୍ରରେ ସହାୟକ ହେବ।

ଅଦ୍ୟତନ ହୋଇଛି
 Chang'e-6 Mission Successfully Lands In Earth

Chang'e-6 Mission

Advertisment

ମହାକାଶ ଗବେଷଣା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ଦେଶକୁ ମିଳୁଛି ସଫଳତା। ଚନ୍ଦ୍ରକୁ ନେଇ ମଧ୍ୟ ଜାରି ରହିଛି ଗବେଷଣା। ନିକଟରେ ଭାରତର ଚନ୍ଦ୍ରାୟନ-୩କୁ ସଫଳତା ମିଳିଥିବା ବେଳେ ଚନ୍ଦ୍ରାୟନ-୪ପାଇଁ ଚାଲିଛି ପ୍ରସ୍ତୁତି। ଏହାରି ଭିତରେ ଚୀନକୁ ମିଳିଛି ଏକ ବଡ଼ ସଫଳତା। ଚୀନର ଚନ୍ଦ୍ର ମିଶନ ଚାଙ୍ଗ୍ ଇ-୬ ସଫଳତାର ସହ ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ଅବତରଣ କରିଥିଲା। ଯାହାକି ଆଜି ଚନ୍ଦ୍ରରୁ ନମୁନା ନେଇ ପୃଥିବୀକୁ ଫେରିଛି।

Advertisment

ଚନ୍ଦ୍ରର ଅପହଞ୍ଚ ସ୍ଥାନରୁ ନମୁନା ନେଇ ପୃଥିବୀକୁ ଫେରିଛି ଚାଙ୍ଗ୍ ଇ-୬ । ଚୀନର ୫୩ ଦିନିଆ ଚନ୍ଦ୍ର ମିଶନ୍ ଚାଙ୍ଗ୍ ଇ-୬। ଚୀନ୍‌ର ଏହି ମିଶନର ଲକ୍ଷ୍ୟ ହେଉଛି ପ୍ରଥମ ଥର ପାଇଁ ଚନ୍ଦ୍ରର ଅପହଞ୍ଚ ସ୍ଥାନରୁ ନମୁନା ସଂଗ୍ରହ କରିବା ଏବଂ ଏହା ଉପରେ ଗବେଷଣା କରିବା। ଅନେକ ଥର ମାନବ ଚନ୍ଦ୍ରକୁ ପୃଷ୍ଠକୁ ଯାଇଥିବା ବେଳେ ଇତିହାସରେ ଏହା ହେଉଛି ପ୍ରଥମ । ଇତିହାସରେ ପ୍ରଥମ ଥର ପାଇଁ କୌଣସି ଚନ୍ଦ୍ରଯାନ ଚନ୍ଦ୍ରରୁ ନମୁନା ସଂଗ୍ରହ କରି ପୁଣି ପୃଥିବୀ ପୃଷ୍ଠକୁ ଫେରିଛି।

ଅଧିକ ପଢ଼ନ୍ତୁ: ମହାକାଶରେ ପୁଣି ପାଦ ଥାପିଲେ ସୁନୀତା, ଖୁସିରେ କଲେ ଡ୍ୟାନ୍ସ...ଦେଖନ୍ତୁ ଭିଡିଓ

Advertisment

ଏହି ଯାନ ପୃଥିବୀଠାରୁ ଅନେକ ଦୂରରେ ଥିବା ସ୍ଥାନରୁ ମାଟି ଓ ପଥର ସଂଗ୍ରହ କରି ଏହାକୁ ପୃଥିବୀ ଆଣିଛି। ବୈଜ୍ଞାନିକଙ୍କ କହିବା ଅନୁସାରେ, ଏପରି ସ୍ଥାନରୁ ପୂର୍ବରୁ ନମୁନା ସଂଗ୍ରହ କରାଯାଇନି। ଏହା ଗବେଷଣା କ୍ଷେତ୍ରରେ ସହାୟକ ହେବ। ଏହା ଉତ୍ତର ଆଭ୍ୟନ୍ତରୀଣ ମଙ୍ଗୋଲିଆ ଅଞ୍ଚଳର ମରୁଭୂମିରେ ଅବତରଣ କରିଛି।

Advertisment

୩ ମେ’ରେ ଚାଙ୍ଗେ ଇ-୬କୁ ହୈନାନର ଏକ ସ୍ପେସ୍ ଷ୍ଟେସନରୁ ଉତକ୍ଷେପଣ କରାଯାଇଥିଲା। ଏହା ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧର ଏଟକେନ୍ ବେସିନ କ୍ରେଟରରେ ଅବତରଣ କରିଥିଲା। ଏହି କ୍ରେଟର ବର୍ତ୍ତମାନ ପର୍ଯ୍ୟନ୍ତ ଜଣାଶୁଣା ସର୍ବ ବୃହତ କ୍ରେଟର। ଏହା ଏକ ଅନ୍ୱେଷିତ ସ୍ଥାନ ଯେଉଁଠାକୁ ପ୍ରାୟ କେହି ଯିବାକୁ ଚେଷ୍ଟା କରନ୍ତି ନାହିଁ । ଚନ୍ଦ୍ର ପୃଷ୍ଠରୁ ନମୁନା ସଂଗ୍ରହ କରିବା, ବନ୍ଧୁର ପୃଷ୍ଠର କିଛି ଫଟୋଗ୍ରାଫ୍ ନେବା ଏବଂ ଚନ୍ଦ୍ରର ବାଦାମୀ ମାଟିରେ ଚୀନର ପତାକା ଲଗାଇବା ପାଇଁ ଏହା ଏକ ଡ୍ରିଲ୍ ଏବଂ ରୋବୋଟିକ୍ ହାତର ବ୍ୟବହାର କରିଥିଲା ​​।

ଅଧିକ ପଢ଼ନ୍ତୁ: ତୃତୀୟ ଥର ପାଇଁ ମହାକାଶରେ ଭାରତୀୟ ବଂଶୋଦ୍ଭବ, ୫୯ ବର୍ଷରେ ସୁନିତାଙ୍କ ଯାତ୍ରା

ଏହି ମିଶନ ଇତିହାସରେ ପ୍ରଥମ ଥର ପାଇଁ ଏହି ଅଞ୍ଚଳରୁ ମୂଲ୍ୟବାନ ପଥର ଏବଂ ମାଟି ସଂଗ୍ରହ କରିଛି। ଚାଙ୍ଗ୍ ଇ-୬ ଆଣିଥିବା ନମୂନାରୁ ଚନ୍ଦ୍ରର ସୃଷ୍ଟି ଓ ଆଜି ଯାଏ ଚାଲିଆସିଥିବା ପରିବର୍ତ୍ତନ ନେଇ ସଠିକ ସୂଚନା ମିଳିପାରିବ। ୨୦୧୯ରେ ଚୀନ୍ ଚାଙ୍ଗ ଇ-୪ ଅବତରଣ କରି ଏହି ସଫଳତା ହାସଲ କରିବାରେ ପୃଥିବୀର ପ୍ରଥମ ଦେଶ ପାଲଟିଥିଲା।

ଅଧିକ ପଢ଼ନ୍ତୁ: କଟାମୁଣ୍ତ ଯୋଡ଼ିବ ରୋବୋଟ୍ ! ଭାଇରାଲ ହେଲା ଭିଡିଓ; ଦେଖନ୍ତୁ...

China Moon Mission
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ