Advertisment

ଚିନ୍ତା ବଢାଇଲା ପିଲାଙ୍କ ଭିଡିଓ ଗେମ୍‌ ନିଶା, ନୂଆ ଖେଳ ଉପରେ ପ୍ରତିବନ୍ଧକ ଲଗାଇଲେ ଚୀନ ସରକାର

ପିଲାଠୁ ଭିଡିଓ ଗେମ୍ ନିଶାଠୁ ଦୂରେଇ ରଖିବା ପାଇଁ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ କଡ଼ା ପଦକ୍ଷେପ ନେଇଛନ୍ତି। ଏଣିକି ଚୀନରେ ଅନିର୍ଦ୍ଦିଷ୍ଟ ପାଇଁ କୌଣସି ନୂଆ ଭିଡିଓ ଗେମ୍‌କୁ ଲାଇସେନ୍ସ ଦିଆଯିବ ନାହି ବୋଲି ଘୋଷଣା କରାଯାଇଛି। ନୂଆ ଭିଡିଓ ଗେମ୍ ଲଞ୍ଚ୍ କରିବା ପାଇଁ କମ୍ପାନୀମାନଙ୍କୁ ଲାଇସେନ୍ସ ପାଇବାକୁ ଜଟିଳ ସରକାରୀ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିବ  ।

ଅଦ୍ୟତନ ହୋଇଛି
video game

video game

Advertisment

ବେଜିଂ: ଲକଡାଉନ୍‌ରେ ଶିକ୍ଷାନୁଷ୍ଠାନ ବନ୍ଦ ହେବା ପରେ ପିଲାଙ୍କର ବଢିଯାଇଛି ମୋବାଇଲ ଗେମ ନିଶା। ପିଲାଙ୍କର ଏହି ନିଶା ପାଇଁ ପ୍ରତି ଘରେ ଅସନ୍ତୋଷ ବଢିଚାଲିଛି। ମୁହାଁମୁହିଁ ହେଉଛନ୍ତି ଅଭିଭାବକ-ପିଲା। ଏ ସମସ୍ୟା ଖାଲି ଆପଣଙ୍କର ନୁହେଁ, ସାରା ବିଶ୍ୱ ଏବେ ଏହି ସମସ୍ୟାକୁ ସାମ୍ନା କରୁଛି। ପିଲାଙ୍କର ଏଇ ମୋବାଇଲ ଗେମ୍‌ ନିଶାକୁ ନେଇ ଚୀନର ଚିନ୍ତା ବଢିଛି । ଅନଲାଇନ୍ ହେଉ କି ଅଫଲାଇନ୍, ବିପଦ ବଢ଼ାଉଛି ଭିଡିଓ ଗେମ୍।  ଘଣ୍ଟା ଘଣ୍ଟା ଧରି ଏଥିରେ ମଜ୍ଜି ରହୁଛନ୍ତି ଚୀନର ୧୮ ବର୍ଷରୁ କମ୍ ବୟସର ପିଲା ।  ଭିଡିଓ ଗେମକୁ ଇ- ଡ୍ରଗ୍ସ ସହିତ ତୁଳନା କରି କଡ଼ା ନିଷ୍ପତ୍ତି ନେଇଛନ୍ତି ଚୀନ୍ ସରକାର।  ସେଠାରେ କୌଣସି ପ୍ରକାର ନୂଆ ଭିଡିଓ ଗେମ୍ ବଜାରକୁ ଛଡ଼ାଯିବା ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପ୍ରତିବନ୍ଧକ ଲାଗିଛି 

Advertisment

ଭିଡିଓ ଗେମକୁ ଇଲେକ୍ଟ୍ରୋନିକ୍ସ ଡ୍ରଗ୍ ବୋଲି କହିବା ସହ, ଏହା ଉପରେ କଟକଣା ଲଗାଇଛନ୍ତି ଚୀନ୍ ସରକାର  । ପିଲାଠୁ ଭିଡିଓ ଗେମ୍ ନିଶାଠୁ ଦୂରେଇ ରଖିବା ପାଇଁ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ କଡ଼ା ପଦକ୍ଷେପ ନେଇଛନ୍ତି। ଏଣିକି ଚୀନରେ ଅନିର୍ଦ୍ଦିଷ୍ଟ ପାଇଁ କୌଣସି ନୂଆ ଭିଡିଓ ଗେମ୍‌କୁ ଲାଇସେନ୍ସ ଦିଆଯିବ ନାହି ବୋଲି ଘୋଷଣା କରାଯାଇଛି। ନୂଆ ଭିଡିଓ ଗେମ୍ ଲଞ୍ଚ୍ କରିବା ପାଇଁ କମ୍ପାନୀମାନଙ୍କୁ ଲାଇସେନ୍ସ ପାଇବାକୁ ଜଟିଳ ସରକାରୀ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିବ  ।

ଏହି ନିଷ୍ପତ୍ତି ପରେ ଚୀନର ଭିଡିଓ ଗେମ୍ ଇଣ୍ଡଷ୍ଟ୍ରିକୁ ଶକ୍ତ ଧକ୍କା ଲାଗିଛି  ।ଚୀନ୍‌ର ସର୍ବବୃହତ ଅନଲାଇନ୍ ଭିଡିଓ ଗେମ୍ କମ୍ପାନୀ ଟେନ୍ସେଣ୍ଟ୍ ସହ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । କିଶୋର ଓ ଯୁବକମାନେ ଭିଡିଓଗେମ୍‌ରେ ଘଣ୍ଟା ଘଣ୍ଟା ଧରି ମଜ୍ଜି ରହିବା ଫଳରେ  ସମୟ ନଷ୍ଟ ହେବା ସହ ସେମାନଙ୍କ ଉପରେ ଉଭୟ ଶାରିରୀକ ଓ ମାନସିକ ପଡ଼ୁଛି  । ଏହା ଏକ ପ୍ରକାର ନିଶା ପାଲଟିଯାଉଥିବା ଅନୁଭବ କରି ଚୀନ୍ ଏହି ପଦକ୍ଷେପ ନେଇଥିବା କୁହାଯାଉଛି ।

Advertisment

ଏଠି କହିରଖିବୁ, ଭିଡିଓ ଗେମ୍ ତିଆରିରେ ଚୀନ୍ ସାରା ବିଶ୍ୱରେ ଏକ ନମ୍ବର । ଗତ କିଛି ବର୍ଷ ଧରି ସେଠାରେ ଭିଡିଓ ଗେମ୍ ଯେଉଁଭଳି ଭାବେ ନାବାଳକଙ୍କୁ କବଳିତ କରିଛି, ତାହା ଉଭୟ ଅଭିଭାବକ ଓ ସରକାରଙ୍କୁ ଚିନ୍ତିତ କରିଛି  । ଏପରିକି ଚୀନ୍‌ର ଅନେକ ସହରରେ ଭିଡିଓ ଗେମ୍ ପ୍ରତି ପିଲାଙ୍କୁ ବିମୁଖ କରିବା ପାଇଁ କ୍ଲିନିକ୍ ମଧ୍ୟ ସ୍ଥାପନ କରାଯାଇଛି  । ଯେଉଁଠି ବିଭିନ୍ନ ଥେରାପି, ମିଲିଟାରି ଡ୍ରିଲ୍ ଆଦି ମାଧ୍ୟମରେ ପିଲାଙ୍କୁ ଭିଡିଓ ଗେମ୍‌ରୁ ଦୁରେଇ ରଖିବାକୁ ଚେଷ୍ଟା ଚାଲିଛି  । ତଥ୍ୟ କହୁଛି ଚୀନ୍‌ରେ ୬୬୫ ମିଲିୟନ ଭିଡିଓ ଗେମ୍ ପ୍ଲେୟର୍ସ ରହିଛନ୍ତି  । ୬୨ ଦଶମିକ ୫ ପ୍ରତିଶତ ପିଲା ଅନଲାଇନ ଗେମ୍ ଖେଳୁଛନ୍ତି । ଏମାନଙ୍କ ମଧ୍ୟରୁ ୧୩ ଦଶମିକ ୫ ପ୍ରତିଶତରୁ ଅଧିକ ପିଲା ଦିନକୁ ତିନିରୁ ଚାରି ଘଣ୍ଟା ମୋବାଇଲ କିମ୍ବା ଅନ୍ୟ ଗ୍ୟାଜେଟ୍‌ରେ ଭିଡିଓ ଗେମ୍ ଖେଳୁଛନ୍ତି। 

Advertisment

ସୂଚନାଥାଉ , ପୂର୍ବରୁ ମଧ୍ୟ ଚୀନ୍ ସରକାର ପିଲାଙ୍କ ଭିଡିଓ ଗେମ୍ ଖେଳିବା ଉପରେ କଟକଣା ଲଗାଇଥିଲେ । ୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ ସପ୍ତାହରେ କେବଳ ୩ ଦିନ ମାତ୍ର ଅଧଘଣ୍ଟା ଲେଖାଏଁ ଭିଡିଓ ଗେମ୍ ଖେଳିବା ପାଇଁ ଅନୁମତି ମିଳିଥିଲ॥  ତେବେ ବର୍ତ୍ତମାନ ସରକାର ଅନଲାଇନ ଭିଡିଓ ଗେମ୍ ଲଞ୍ଚ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି  । ଚୀନ୍‌ରେ ବହୁ ଆଦୃତ ଗେମ୍ ଅନର୍ ଅଫ୍ କିଙ୍ଗ୍ସ୍ ଓ କ୍ଲାଶ୍ ଅଫ୍ କ୍ଲାନ୍ସ୍ ଖେଳି ୟୁଜର୍ମାନେ ଦିନକୁ ଆଠ ଘଣ୍ଟା ପର୍ଯ୍ୟନ୍ତ ସମୟ ଖର୍ଚ୍ଚ କରୁଥିବା ଜଣାପଡ଼ିଛି॥

 ଏକଥା ସତ ଯେ, ପିଲାଙ୍କ ଭିଡିଓ ଗେମ ନିଶାକୁ କମାଇବା ନିହାତି ଜରୁରୀ। ତେବେ ଦେଖିବା ଚାଇନା ପରେ ଆଉ କେଉଁ ଦେଶ ଏ ଦିଗରେ ପଦକ୍ଷେପ ନେଉଛନ୍ତି। 

China Video Game
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ