ଆଫଗାନିସ୍ତାନରେ ରହିବନି ଗଣତନ୍ତ୍ର ଶାସନ : ଶରିଆ ଆଇନରେ ଚାଲିବ ଦେଶ

ଆଫଗାନିସ୍ତାନରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠା ହେବନି । ରୁଲିଂ କାଉନସିଲ ଦ୍ୱାରା ଚାଲିବ ଶାସନ । ଆଫଗାନିସ୍ତାନରେ ତାଲିବାନ ନୂତନ ସରକାର ଗଠନ ନ କରିବା ପର୍ଯ୍ୟନ୍ତ ସମଗ୍ର ଦେଶ ରୁଲିଂ କାଉନସିଲମାଧ୍ୟମରେ ପରିଚାଳିତ ହେବ। ସର୍ବୋଚ୍ଚ ନେତା ହଇବତୁଲ୍ଲା ଅଖୁଣ୍ଡଜାଦା ହେବେ ସର୍ବେସର୍ବା । ଆଫଗାନିସ୍ତାନର ନେତା, ସେନା ଅଧିକାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି ତାଲିବାନୀ ଏବଂ ନୂତନ ସରକାରଙ୍କ ନୂତନ ରୂପରେଖ ଉପରେ କାମ କରାଯିବ।

afghanistan

News Summary

ଆଫଗାନିସ୍ତାନରେ ଗଣତାନ୍ତ୍ରିକ ଶାସନର କୌଣସି ସମ୍ଭାବନା ନାହିଁ

ଏକ ଭିଡିଓ ଜରିଆରେ ସୂଚନା ଦେଲେ ତାଲିବାନ କମାଣ୍ଡର ୱାହିଦୁଲ୍ଲା ହାସିମ

ଇସଲାମିକ୍ ସରିଆ ଜରିଆରେ ଶାସନ ବ୍ୟବସ୍ଥା ପ୍ରଚଳିତ ହେବ

 ସରକାର ପରିଚାଳନା ନେଇ ଏକ ପରିଷଦ ଗଠନ ଚିନ୍ତା କରାଯାଉଛି

କାବୁଲ : ଆଫଗାନିସ୍ତାନରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠା ହେବନି ।  ରୁଲିଂ କାଉନସିଲ ଦ୍ୱାରା ଚାଲିବ ଶାସନ । ଏକ ଭିଡ଼ିଓ ମାଧ୍ୟମରେ ସୂଚନା ଦେଲେ  ତାଲିବାନ କମାଣ୍ଡର ୱାହିଦୁଲ୍ଲା ହାସିମ । ଆଫଗାନିସ୍ତାନରେ ତାଲିବାନ ନୂତନ ସରକାର ଗଠନ ନ କରିବା ପର୍ଯ୍ୟନ୍ତ ସମଗ୍ର ଦେଶ ରୁଲିଂ କାଉନସିଲମାଧ୍ୟମରେ ପରିଚାଳିତ ହେବ। ସର୍ବୋଚ୍ଚ ନେତା ହଇବତୁଲ୍ଲା ଅଖୁଣ୍ଡଜାଦା ହେବେ ସର୍ବେସର୍ବା । ଆଫଗାନିସ୍ତାନର ନେତା, ସେନା ଅଧିକାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି ତାଲିବାନୀ ଏବଂ ନୂତନ ସରକାରଙ୍କ ନୂତନ ରୂପରେଖ ଉପରେ କାମ କରାଯିବ।

ନ୍ୟୁଜ୍ ଏଜେନ୍ସି ରଏଟର୍ସକୁ ଜଣେ ତାଲିବାନ କହିଛନ୍ତି ସମସ୍ତ ନେତା, ଅଧିକାରୀଙ୍କ ସହ କଥାବାର୍ତ୍ତା ଚାଲିଛି । ସମସ୍ତଙ୍କ ସହ ଆଲୋଚନା ପରେ ଏକ ନୂତନ ସରକାର ଗଠନ ହେବ । କିନ୍ତୁ ବର୍ତ୍ତମାନ ଆଫଗାନିସ୍ତାନ ଚଳାଇବ ରୁଲିଂ କାଉନସିଲ । ନୂଆ ସରକାର ବିଷୟରେ ଅନେକ ଜିନିଷ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି କହିଛନ୍ତି ତାଲିବାନ କମାଣ୍ଡରଙ୍କ । କିନ୍ତୁ ଗୋଟିଏ କଥା ନିଶ୍ଚିତ ଯେ ଆଫଗାନିସ୍ତାନରେ ଗଣତନ୍ତ୍ର ଶାସନ ଚାଲିବ ହେବ ନାହିଁ । ଗଣତାନ୍ତ୍ରିକ ବ୍ୟବସ୍ଥା ନାହିଁ, ତେଣୁ ଏହା ସ୍ପଷ୍ଟ ଦେଶରେ କେବଳ ଶରିଆ ଆଇନ ହିଁ କାର୍ଯ୍ୟକାରୀ ହେବ ।

ତାଲିବାନ ନେତାମାନେ ଦୁଇ ଦିନ ପୂର୍ବରୁ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହାମିଦ କରଜଇଙ୍କୁ ଭେଟିଥିଲେ । ଆଗାମୀ ସମୟରେ କତାରର ଦୋହା ଠାରେ ଆୟୋଜିତ ହେବାକୁ ଥିବା ବୈଠକରେ ହମିଦ କରଜଇ ମଧ୍ୟ ଯୋଗଦେବେ, ଯେଉଁଠାରେ ଆଫଗାନିସ୍ତାନରେ ଏକ ନୂତନ ତାଲିବାନ ସରକାର ଗଠନ ଉପରେ ଆଲୋଚନା ହେବ । ଶରିୟା ନିୟମ ଅନୁଯାୟୀ ଶାସନ ଚାଲିବ ବୋଲି ତାଲିବାନ ପୂର୍ବରୁ ସ୍ପଷ୍ଟ କରିଛି ।

ଶରିଆ ଆଇନ୍ କ’ଣ ?

ଶରିୟା ଆଇନ୍ ହେଉଛି ଇସଲାମର ଆଇନଗତ ବ୍ୟବସ୍ଥା । କୁରାନ ଏବଂ ଇସଲାମ ବିଦ୍ୱାନଙ୍କ ନିଷ୍ପତ୍ତି ଉପରେ ଆଧାରିତ ଶରିୟା ଆଇନ୍ । ଏହା ମୁସଲମାନମାନଙ୍କର ଦିନଚର୍ଯ୍ୟାର ଏକ ଆଚରଣ ବିଧି ଭାବରେ କାର୍ଯ୍ୟ କରିଥାଏ । ମୁସଲମାନମାନେ ଦିନଚର୍ଯ୍ୟା ଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନରେ ଖୁଦାଙ୍କ ଇଚ୍ଛା ଅନୁସରଣ କରନ୍ତି । ଆରବିରେ ଶରିଆର ଅର୍ଥ ହେଉଛି "ମାର୍ଗ" ଏବଂ ଏହା ଏକ ଆଇନ ସଂସ୍ଥାକୁ ସୂଚିତ କରେ ନାହିଁ । ଶରିୟା ନିୟମ ମୂଳତତଃ କୁରାନ ଶିକ୍ଷା ଉପରେ ନିର୍ଭର କରେ, ଯେଉଁଥିରେ ଭବିଷ୍ୟ‌ଦ୍‌ବକ୍ତାଙ୍କ କଥା, ଶିକ୍ଷା ଏବଂ ଅଭ୍ୟାସ ରହିଛି । ଶରିଆ ନିୟମ ମୁସଲମାନମାନଙ୍କ ଜୀବନର ପ୍ରତ୍ୟେକ ଦିଗକୁ ପ୍ରଭାବିତ କରିପାରେ ।

ଶରିଆ ଆଇନର ଭିନ୍ନ ଭିନ୍ନ ବ୍ୟାଖ୍ୟା ରହିଛି . . .

"ଶରିଆର ପ୍ରକୃତ ଅର୍ଥର ଅନେକ ଭିନ୍ନ ଭିନ୍ନ ବ୍ୟାଖ୍ୟା ରହିଛି । କେତେକ ସ୍ଥାନରେ ଶରିଆ ଆଇଡ଼୍ ଏହା ରାଜନୈତିକ ବ୍ୟବସ୍ଥାରେ ସହଜରେ ଅନ୍ତର୍ଭୂକ୍ତ ହୋଇଛି ।" କେତେକ ସଂଗଠନ ଶରିୟା ନିୟମ ଅନୁଯାୟୀ 'ଅତ୍ୟାଚାର ଏବଂ ପଥର ଫିଙ୍ଗିବାକୁ' ଆଇନସିଦ୍ଧ କୁହନ୍ତି । ସେହିପରି ଏହି ଆଇନ ଅନୁଯାୟୀ ନିଷ୍ଠୁର ଦଣ୍ଡକୁ ସମର୍ଥନ କରିବା ସହ ମହିଳାଙ୍କଠାରୁ ସମସ୍ତ ସ୍ୱାଧୀନତା ଛଡ଼ାଇ ନେବାକୁ ମଧ୍ୟ ବୈଧ ବିବେଚିତ କରାଯାଏ । ବିଭିନ୍ନ ମୁସଲମାନ ଦେଶରେ ଏହାକୁ ବିଭିନ୍ନ ଉପାୟରେ ବ୍ୟାଖ୍ୟା କରାଯାଇଛି ଏବଂ କାର୍ଯ୍ୟକାରୀ କରାଯାଇଛି । ଏଥି ସହିତ ପାକିସ୍ତାନ ପରି ଏକ ମୁସଲମାନ ରାଷ୍ଟ୍ରରେ ଶରିଆ ନିୟମ ଲାଗୁ ହୋଇନାହିଁ । ଶାରିଆ ନିୟମ ଅନୁଯାୟୀ କୌଣସି ଅପରାଧ ପାଇଁ ତିନି ପ୍ରକାରର ଦଣ୍ଡ ଲେଖାଯାଇଛି ।

ସୂଚନାଯୋଗ୍ୟ କାବୁଲ ଦଖଲ ପରେ ନିଜର ଆଭିମୁଖ୍ୟ ବଦଳାଉଛି ତାଲିବାନ । ଆଫଗାନିସ୍ତାନ ଉପରେ କବଜା କରିବା ପରେ ପ୍ରଥମ ଥର ପାଇଁ ଦୁଇ ଦିନ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ଅନ୍ତର୍ଜାତୀୟ ସମୂହଠାରୁ ସ୍ୱୀକୃତି ଚାହିଁଥିଲା ତାଲିବାନ୍ । ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ଦି କହିଥିଲେ, ତାଲିବାନକୁ ସମସ୍ତ ଦେଶ ବିଶ୍ୱାସକୁ ନେବା ଉଚିତ। ଆଫଗାନିସ୍ତାନରେ ଥିବା ସମସ୍ତ ଦେଶର ଦୂତାବାସ ଉପରେ ବିପଦ ନଥିବା ସ୍ପଷ୍ଟ କରିଥିଲେ । ଖାଲି ସେତିକି ନୁହେଁ, ଆଫଗାନିସ୍ତାନରେ ମହିଳାଙ୍କ ଉପରେ କୌଣସି ପ୍ରକାରର ନିର୍ଯାତନା ହେବାକୁ ଦେବନି ବ୍ଲି ମଧ୍ୟ କହିଥିଲେ । ହେଲେ ତା’ର ଗୋଟିଏ ଦିନ ପରେ ଫଳ ଓଲଟା ଦେଖିବାକୁ ମିଳିଛି ।