Advertisment

ପିନ୍ଧିବାକୁ ଦିନେ ଜୋତା ନଥିଲା, ଏବେ ଜାତୀୟ ଚାମ୍ପିୟନ୍‌

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏତେ ଅସୁବିଧା ପରେ ବି ଜାତୀୟ ସ୍ତରରେ ଖେଳି ରାଜ୍ୟ ପାଇଁ ଆଣିଛନ୍ତି ତିନୋଟି ମେଡାଲ। ଫେବୃଆରୀ ୯ ତାରିଖରେ ବିହାର ପାଟନାରେ ଆୟୋଜିତ ନେସନାଲ ଇଣ୍ଟର ଜୁନିୟର ଆଥେଲେଟିକ ମିଟରେ ଓଡିଶାରୁ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇ ତିନୋଟି ଇଭେଣ୍ଟ ଯଥା ୫ହଜାର, ୩ହଜାର, ୧୫ଶହ ରନରେ ଚମ୍ପିୟନ ହୋଇଛନ୍ତି ଆଦର୍ଶ।

ଅଦ୍ୟତନ ହୋଇଛି
Untrained Athlete Youth From Rairakhol Brings Laurels

Adarsha

Advertisment

ପାଦରେ ପିନ୍ଧିବା ପାଇଁ ଭଲ ବୁଟ୍‌ ହଳେ ନାହିଁ । ଖେଳିବା ଲାଗି ଖଣ୍ଡେ ଜର୍ଶୀଟିଏ ବି ନାହିଁ । କାହାରିଠାରୁ ତାଲିମ ବି ମିଳିନି। ହେଲେ ଜାତୀୟ ସ୍ତରରେ ଚମକିଛନ୍ତି ଯୁବ ପ୍ରତିଭା । ପଡିଆ ଭିତରେ ନିଇତି ପ୍ରାକ୍ଟିସରେ ବ୍ୟସ୍ତ ରୁହନ୍ତି ଯୁବକ ଜଣକ। ପିଲାଟି ଦିନରୁ ଦଉଡିବାର ନିଶା ତାଙ୍କୁ ପାଗଳ କରିଦେଇଛି । ସେହି ପାଗଳାମି ତ ଆଜି ତିନିତିନୋଟି ମେଡାଲ ଦେବାରେ ସହାୟକ ହୋଇଛି। କାହାରିଠାରୁ ତାଲିମ ନପାଇବା ପରେ ମଧ୍ୟ ଜାତୀୟ ସ୍ତରରେ ରାଜ୍ୟ ପାଇଁ ଆଣିଛନ୍ତି ଗୌରବ।

Advertisment

ଅଧିକ ପଢ଼ନ୍ତୁ: ଦିନେ ରାସ୍ତା କଡ଼ରେ ଚା' ବିକୁଥିଲେ, ଏବେ ୯୦ ଲକ୍ଷର ଗାଡ଼ି କିଣିଲେ

ରେଢାଖୋଲର ଆଦର୍ଶ ବେହେରା । ପରିବାରରେ ଲାଗିରହିଛି ଆର୍ଥିକ ସମସ୍ୟା । ହେଲେ ଏହି ସମସ୍ୟାର ଦ୍ୱାହି ଦେଇ ସେ ଫେଲ୍‌ ମାରିନାହାନ୍ତି କି ପଛଘୁଂଚା ଦେଇନାହାନ୍ତି। ବରଂ ପିଲାଦିନରୁ ଦେଖିଥିବା ସୁନେଲୀ ସ୍ନପ୍ନକୁ ସାକାର କରିବାକୁ ଦିନରାତି ସେ ଏକ କରିଦେଇଛନ୍ତି। ବାପା ବିରେନ୍ଦ୍ର ବେହେରା ଦିନ ମଜୁରିଆ ଭାବରେ କାମ କରନ୍ତି। ଦିନକୁ ଯେତିକି ରୋଜଗାର ହେଲା ସେତିକିରେ ପରିବାର ଚଳିବା କଷ୍ଟ। ଆଉ ପୁଅ ଦେଖିଥିବା ସ୍ୱପ୍ନକୁ ପୂରଣ କରିବାକୁ ତାଙ୍କ ଅଣ୍ଟିରେ ଧନ କାହିଁ? କିନ୍ତୁ ପୁଅ ଦେଖିଥିବା ସ୍ନପ୍ନରେ ସେ କେବେ ବାଧକ ସାଜିନାହାନ୍ତି । ବାପା ଭଲ ଥିଲା ବେଳେ ଯେତେବେଳେ ଯାହା ପାରୁଥିଲେ ସାହାଯ୍ୟ କରୁଥିଲେ କିନ୍ତୁ ଦୁର୍ଘଟଣାରେ ଦିବ୍ୟାଙ୍ଗ ହେବା ପରେ ଆଉ ସେ ସାହାଯ୍ୟ ବି କରିପାରୁନାହାନ୍ତି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏତେ ଅସୁବିଧା ପରେ ବି ଜାତୀୟ ସ୍ତରରେ ଖେଳି ରାଜ୍ୟ ପାଇଁ ଆଣିଛନ୍ତି ତିନୋଟି ମେଡାଲ। ଫେବୃଆରୀ ୯ ତାରିଖରେ ବିହାର ପାଟନାରେ ଆୟୋଜିତ ନେସନାଲ ଇଣ୍ଟର ଜୁନିୟର ଆଥେଲେଟିକ ମିଟରେ ଓଡିଶାରୁ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇ ତିନୋଟି ଇଭେଣ୍ଟ ଯଥା ୫ହଜାର, ୩ହଜାର, ୧୫ଶହ ରନରେ ଚାମ୍ପିୟନ ହୋଇଛନ୍ତି ଆଦର୍ଶ।

Advertisment

ଖାଲି ଖେଳ ନୁହେଁ ବରଂ ପାଠରେ ବି ସେ ବେଶ୍‌ ମେଧାବୀ । ମାଟ୍ରିକ୍‌ରେ ଭଲ ନମ୍ବର ରଖି ପାସ୍‌ କରିବା ପରେ ଏବେ ଭୁବନେଶ୍ୱରର ଏକ ଘରୋଇ କଲେଜ୍‌ରେ ସେ ପଦାର୍ଥ ବିଜ୍ଞ୍ୟାନ ଅନର୍ସ ନେଇ ଯୁକ୍ତ ତିନିରେ ପଡୁଛନ୍ତି । ଏମିତିକି ସରକାରୀ ସାହାଯ୍ୟ ସହ ପ୍ରୋତ୍ସାହନ ମିଳିଲେ ଅଲମ୍ପିକ ଖେଳିପାରିବେ ବୋଲି କହିଛନ୍ତି ଆଦର୍ଶ। ଚାରି ଭାଇଭଉଣୀ ମଧ୍ୟରେ ଆଦର୍ଶ ସାନ ଥିବାରୁ ତାଙ୍କୁ ପଢାଇବାକୁ ପୂରା ପରିବାର ଏକ ହୋଇଛନ୍ତି । ହେଲେ ଖେଳପ୍ରତି ତାଙ୍କର ଥିବା ଭଲପାଇବା ଓ ଇଚ୍ଛାକୁ ସଫଳ କରିପାରୁନାହାନ୍ତି ପରିବାର ଲୋକେ। ସମସ୍ତଙ୍କର ଗୋଟିଏ ଇଚ୍ଛା ଯଦି ପୁଅକୁ ସରକାରୀ ସହାୟତା ମିଳେ ତେବେ ସେ ନିଶ୍ଚୟ ଭାବରେ ଭଲ ଖେଳିବ।

ପ୍ରତିଭା ଆଗରେ ହାର ମାନେନି ଗରିବି ,ଯାହାକୁ ପ୍ରମାଣ କରିଛନ୍ତି ଦେଖାଇଛନ୍ତି ଆଦର୍ଶ । ତେବେ ସରକାରୀ ସ୍ତରରେ ଏଭଳି ପ୍ରତିଭାକୁ ସାଉଁଟି ଉଚିତ ତାଲିମ ଦେଲେ ଏଭଳି ଲୁକାୟିତ ପ୍ରତିଭା ଜାତୀୟ ତଥା ଅଲମ୍ପିକ ଖେଳରେ ସୁଯୋଗ ଯେ ନପାଇବେ ସେକଥା କିଏ କହିବ ...।

Advertisment

(ରେଢାଖୋଲରୁ ରମାକାନ୍ତ ମହାନନ୍ଦଙ୍କ ରିପୋର୍ଟ)

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ