Leila Seth first woman chief justice of high court in India
ଭାରତୀୟ ଗଣତନ୍ତ୍ରର ତିନୋଟି ମୁଖ୍ୟ ଅଙ୍ଗ ହେଉଛି ନ୍ୟାୟପାଳିକା, କାର୍ଯ୍ୟନିର୍ବାହୀ ଏବଂ ବ୍ୟବସ୍ଥାପିକା। ସ୍ୱାଧୀନ ଭାରତରେ ଏହି ତିନୋଟି କ୍ଷେତ୍ରରେ ମହିଳାଙ୍କ ଭୂମିକା ବଢୁଛି। ଆଜି କେବଳ ସେ ସଂସଦ, ରାଜନୈତିକ କ୍ଷେତ୍ର ବା ପ୍ରଶାସନିକ ସେବାରେ କେବଳ ମହିଳାଙ୍କ ସ୍ଥିତି ମଜଭୁତ ହୋଇନାହିଁ, ବରଂ ଦେଶର ନ୍ୟାୟପାଳିକାରେ ମହିଳାମାନେ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି।
ଦେଶରେ ଏପର୍ଯ୍ୟନ୍ତ ଅନେକ ମହିଳା ମୁଖ୍ୟ ବିଚାରପତି ଭାବେ କାମ କରିଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ହାଇକୋର୍ଟର ପ୍ରଥମ ମହିଳା ପ୍ରଧାନ ବିଚାରପତି କିଏ? ତାଙ୍କ କ୍ୟାରିଅର୍ କିପରି ଆରମ୍ଭ ହୋଇଥିଲା? ହାଇକୋର୍ଟର ପ୍ରଧାନ ବିଚାରପତି ପଦରେ ପହଞ୍ଚିବା ପାଇଁ ସେ କେତେ ସଂଘର୍ଷ କରିଥିଲେ? ଦେଶର ପ୍ରଥମ ହାଇକୋର୍ଟର ମହିଳା ପ୍ରଧାନ ବିଚାରପତିଙ୍କ ନାମ ହେଲା ଲୀଲା ସେଠ୍। ତାଙ୍କୁ ସାରା ଦେଶରେ 'ମଦର ଅଫ୍ ଲ' କୁହାଯାଏ। ତେବେ ଆସନ୍ତୁ ଜାଣିବା ଏହି ମହିଳାଙ୍କ ବିଷୟରେ।
କିଏ ଏହି ଲୀଲା ସେଠ୍:
ହାଇକୋର୍ଟର ପ୍ରଥମ ମହିଳା ପ୍ରଧାନ ବିଚାରପତି ଥିବା ଲୀଲା ସେଠ୍ ୧୯୩୦ ମସିହାରେ ଉତ୍ତରପ୍ରଦେଶର ଲକ୍ଷ୍ନୌ ସହରରେ ଜନ୍ମଗ୍ରହଣ କରିଥିଲେ। ଯେତେବେଳେ ଲୀଲାଙ୍କୁ ମାତ୍ର ୧୧ ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା। ପିଲାଦିନରୁ ଲୀଲାଙ୍କ ପାଠପଢା ପ୍ରତି ଆଗ୍ରହ ଥିଲା। ବାପାଙ୍କ ଦେହାନ୍ତ ପରେ ବି ସେ ତାଙ୍କ ଶିକ୍ଷାକୁ ଜାରି ରଖିଲେ ଓ ଦାର୍ଜିଲିଂର ଏକ ବିଦ୍ୟାଳୟରୁ ପାଠ ପଡା ଶେଷ କଲେ।
କ୍ୟାରିଅର୍:
ଲୀଲା ସେଠ୍ ଜଣେ ଷ୍ଟେନୋଗ୍ରାଫର୍ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ଏହି ସମୟରେ ସେ ପ୍ରେମ୍ ସେଠ୍ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ବିବାହ ପରେ ସେ ତାଙ୍କ ସ୍ୱାମୀଙ୍କ ସହ ଲଣ୍ଡନ ଚାଲିଗଲେ। ଏହି ସମୟରେ ସେ ଏକ ସନ୍ତାନର ମା’ ମଧ୍ୟ ହୋଇଗଲେ। ପିଲା ଏବଂ ପରିବାରର ଯତ୍ନ ନେଇ ଲୀଲା ନିଜ କ୍ୟାରିୟର କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ୨୭ ବର୍ଷ ବୟସରେ ଲଣ୍ଡନ ବାର୍ ପରୀକ୍ଷାରେ ଶୀର୍ଷରେ ରହିଥିଲେ। ଏହା ପରେ ସେ ଭାରତକୁ ଫେରି ଅଭ୍ୟାସ ଜାରି ରଖିଥିଲେ।
ପ୍ରଧାନ ବିଚାରପତି ହେବାର ଯାତ୍ରା:
ଲୀଲାଙ୍କୁ ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା। ଏଠାରେ ସେ ମହିଳାଙ୍କ ଅଧିକାର ପାଇଁ ବହୁତ କାମ କରିଥିଲେ। ଏହା ପରେ ଲୀଲା ହିମାଚଳ ପ୍ରଦେଶ ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ। ଜଣେ ମହିଳା ହାଇକୋର୍ଟର ପ୍ରଧାନ ବିଚାରପତି ହେବାରେ ଦେଶର ଇତିହାସରେ ଏହା ପ୍ରଥମ ଥିଲା।
ନିର୍ଭୟା ଗଣ ଦୁଷ୍କର୍ମ ପରେ ଗଠିତ ଜଷ୍ଟିସ୍ ବର୍ମା କମିଟିର ଏକ ଅଂଶ ମଧ୍ୟ ଲୀଲା ସେଠ୍ ଥିଲେ। ସେ ସମଲିଙ୍ଗୀ ତଥା ମହିଳାଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିଥିଲେ। ଏନେଇ ତାଙ୍କୁ ଦେଶରେ 'ମଦର ଅଫ୍ ଲ' କୁହାଯାଏ। ୮୩ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656855492.jpg)