Advertisment

‘ମୋର ପ୍ରମୋସନ ହେଉନି, କାରଣ ମୋର ମୃତ୍ୟୁ ସମୟ ପାଖେଇ ଆସୁଛି...’

ସେ ଜଣେ କାର୍ଯ୍ୟନିର୍ବାହୀ ସହାୟକ ଥିଲେ ଏବଂ ଅତୀତରେ ସେ କାମ କରିଥିବା ବିଭିନ୍ନ କମ୍ପାନୀରେ ଖରାପ ବ୍ୟବହରର ଶିକାର ହେଉଥିଲେ। କର୍ମଚାରୀମାନେ ତାଙ୍କ ଡେସ୍କରେ ଅଳିଆ ଫିଙ୍ଗୁଥିଲେ, ତାଙ୍କୁ “ଖରାପ” ବାର୍ତ୍ତା ଦେଉଥିଲେ ଏବଂ କିଛି ଲୋକ ତାଙ୍କ ମୁହଁରେ କାଶୁଥିଲେ ମଧ୍ୟ। ଶେଷରେ କ’ଣ କଲେ ମହିଳା…

ଅଦ୍ୟତନ ହୋଇଛି
Woman With Autoimmune Disease Told She Did Not Deserve Promotion

Woman With Autoimmune Disease Told She Did Not Deserve Promotion

Advertisment

ସମସ୍ତେ ଚାହାନ୍ତି ଯେ କାମ କରିବା ପାଇଁ ସେମାନେ ଏମିତି ଏକ ସ୍ଥାନ ପାଆନ୍ତୁ ଯେଉଁଠି ସେମାନେ ହସି ମଜ୍ଜି ମନ ଖୁସିରେ କାମ କରିବେ। କିନ୍ତୁ ଅନେକ ସ୍ଥାନରେ ସେମିତି କିଛି ହୁଏନି। ବେଳେ ବେଳେ କର୍ମଚାରୀମାନେ ଶୋଷଣର ଶିକାର ହୁଅନ୍ତି। ଏମିତି କିଛି ଘଟିଛି ବର୍ମିଂହାମର ସ୍କେଭି କନଷ୍ଟାଣ୍ଟିନୋଙ୍କ ସହ।

Advertisment

ସ୍କେଭି ଯେଉଁଠି ବି ଚାକିରି କରୁଥିଲେ ସେ ପରିବେଶ ଭଲ ନ ଥିଲା। ତାଙ୍କୁ ଘଣ୍ଟା ଘଣ୍ଟା ଧରି ଗାଳିଗୁଲଜ ଶୁଣିବାକୁ ପଡୁଥିଲା। ଏନେଇ ସେ ଅନେକ ସମୟ ଏକୁଟିଆ କାଟୁଥିଲେ। ସେ ଜଣେ କାର୍ଯ୍ୟନିର୍ବାହୀ ସହାୟକ ଭାବେ ଅତୀତରେ ଯେଉଁ କମ୍ପାନୀରେ ବି କାମ କରିଛନ୍ତି ତାଙ୍କୁ ଖରାପ ବ୍ୟବହାର କରାଯାଇଛି। ସେ କୁହନ୍ତି ଯେ କର୍ମଚାରୀମାନେ ତାଙ୍କ ଡେସ୍କରେ ଅଳିଆ ଫିଙ୍ଗୁଥିଲେ, ତାଙ୍କୁ "ଖରାପ" ବାର୍ତ୍ତା ଦେଉଥିଲେ, ଏବଂ କେହି କେହି ତାଙ୍କ ମୁହଁରେ କାଶୁଥିଲେ ମଧ୍ୟ।

ଏତିକିରେ ତାଙ୍କ ନିର୍ଯାତନା ଶେଷ ହୋଇ ନଥିଲା। ତାଙ୍କ ସହକର୍ମୀମାନେ ମଧ୍ୟ ଗୁଜବ ପ୍ରଚାର କରୁଥିଲେ ଯେ ସ୍କେଭି ତାଙ୍କ ମୃତ ସମ୍ପର୍କୀୟଙ୍କ ବିଷୟରେ ମିଛ କହିଥିଲେ। ଖରାପ ଆଚରଣ କେବଳ ତାଙ୍କ ଚାରିପାଖରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରେ ସୀମିତ ନଥିଲା ବରଂ ମ୍ୟାନେଜମେଣ୍ଟ୍‌ ମଧ୍ୟ ତାଙ୍କୁ ସ୍ପଷ୍ଟ ଭାବରେ କହିଥିଲା ​​ଯେ, ସେ ପଦୋନ୍ନତି ପାଇବାକୁ ଯୋଗ୍ୟ ନୁହଁନ୍ତି କାରଣ ସେ ଅଟୋଇମ୍ୟୁନ ରୋଗରେ ଶୀଘ୍ର ମରିଯିବେ। ମୃତ୍ୟୁ ସମୟ ପାଖେଇ ଆସୁଥିବାରୁ ତାଙ୍କୁ ପ୍ରମୋସନ ଦିଆଯାଉନଥିଲା, ଯଦିଓ ସେ ଏଥିପାଇଁ ହକ୍‌ଦାର ଥିଲେ। ଏସବୁ କାରଣ ପାଇଁ ଅନେକ ସମୟ ସେ ମନସ୍ତାପରେ ରହୁଥିଲେ। 

Advertisment

୩୬ ବର୍ଷିୟା ଏହି ମହିଳା ତାଙ୍କ ଅବସ୍ଥା ବିଷୟରେ ଖୋଲାଖୋଲି କହିଛନ୍ତି ଯେ ତାଙ୍କର ଏକ ବିରଳ ଅଟୋଇମ୍ୟୁନ ରୋଗ ଅଛି, ଅର୍ଥାତ୍ ସଂକ୍ରମିତ ନହେବା ପାଇଁ ତାଙ୍କୁ ସତର୍କ ରହିବାକୁ ପଡିବ। ସେ ଆହୁରି ମଧ୍ୟ କରିଛନ୍ତି ଯେ, ଯେତେବେଳେ ବି ସେ କୌଣସି ଏକ ନୂଆ କାମ ଆରମ୍ଭ କରନ୍ତି ଯଥାସମ୍ଭବ ନିରାପଦ ରହିବା ପାଇଁ ସବୁବେଳେ ହଟ୍ ଡେସ୍କିଂ ଏବଂ ଜନଗହଳିପୂର୍ଣ୍ଣ ଲିଫ୍ଟ ବ୍ୟବହାର କରିବା ଭଳି ଜିନିଷରୁ ଦୂରେଇ ରହିବାକୁ ପଡେ।

ତେବେ ଖରାପ ବ୍ୟବହାର ତାଙ୍କୁ ଗୁରୁତର ଭାବରେ ପ୍ରଭାବିତ କରିଥିଲା। ସେ ପ୍ରାୟତଃ ଏହାକୁ ନେଇ ଚିନ୍ତାରେ ରହୁଥିଲେ। ତାଙ୍କ କହିବା କଥା, “ମୁଁ କାମ ସମୟରେ ଶୌଚାଳୟକୁ ଯାଇ କାନ୍ଦେ”। ଚାକିରି ତାଙ୍କୁ ଏତେ ପ୍ରଭାବିତ କରୁଥିଲା ଯେ ଖରାପ ବ୍ୟବହାର ତାଙ୍କ ଦୁର୍ବଳ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଉଥିବାରୁ ଡାକ୍ତର ମଧ୍ୟ ସେଠାରୁ ଛାଡି ଚାଲିଯିବାକୁ ପରାମର୍ଶ ଦେଉଥିଲେ।

Advertisment

ତାଙ୍କ ସହକର୍ମୀଙ୍କ ଖରାପ ବ୍ୟବହାର ସହି ନପାରି ସ୍କେଭି ଚାକିରିକୁ ସବୁଦିନ ପାଇଁ ଛାଡିବାକୁ ସ୍ଥିର କଲେ। ସେ ନିଜର ଏକ କମ୍ପାନୀ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ଆସିଷ୍ଟାଣ୍ଟମାନଙ୍କୁ ତାଲିମ ଦେବ ଏବଂ କର୍ମକ୍ଷେତ୍ରରେ ସମ୍ମାନଜନକ ଭାବେ କାମ କରିବା ଉପରେ ଗୁରୁତ୍ୱ ଦେବ। 

Autoimmune Diseases
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ